ନବୀନ-ପାଣ୍ଡିଆନଙ୍କୁ ନେଇ ଏମିତି କହିଦେଲେ ସୁର ରାଉତରାୟ

ଭୁବନେଶ୍ୱର,୧୦।୭: କଂଗ୍ରେସର ପୂର୍ବତନ ନେତା ସୁର ରାଉତରାୟ ନିଜ ଚିରାଚରିତ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଏଥର ସେ ପୂର୍ବତନ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ବହୁତ ପ୍ରଶଂସା କରିନ୍ତି। ସେ କହିଛନ୍ତି, ରାଜ୍ୟର ସବୁ ମନ୍ଦିର ଗୁଡିକୁ ପାଣ୍ଡିଆନ୍‌ ଏକଦମ୍‌ ଚିକ୍କଣ କରିଦେଇଛନ୍ତି। ଆମ ଏକାମ୍ରଟାକୁ ମଧ୍ୟ ସେହିଭଳି କରିବା ଆବଶ୍ୟକ। ପୁରୀ ମନ୍ଦିର ଦେଖି ମୁଁ ବିମୋହିତ ହୋଇଯାଇଛି। ସେଠାରେ ଅତି ଉଚ୍ଚକୋଟୀର କାମ ହୋଇଛି। ଲକ୍ଷ ଲକ୍ଷ ଲୋକ ମନ୍ଦିର ଚାରିପାଖ ବୁଲୁଛନ୍ତି। ଏଥିପାଇଁ ନବୀନ ଏବଂ ପାଣ୍ଡିଆଙ୍କୁ ଅଶେଷ ଧନ୍ୟବାଦ।
ସେହିପରି ଜଗନ୍ନାଥଙ୍କ ଭଜନକୁ କଦର୍ଥ କରି ଗାଇଥିବା ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ରୁକୁ ସୁନାଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଆମ ଇଷ୍ଟଦେବତାଙ୍କ ଅପମାନ ମୁଁ ବରଦାସ୍ତ କରିପାରିବି ନାହିଁ। ଆଗକୁ ଯଦି ସେ ପୁଣି ଏପରି କଲେ ମୁଁ ସେମାନଙ୍କୁ ଛାଡିବି ନାହିଁ।
ସୂଚନାଯୋଗ୍ୟ, ହ୍ୟୁମାନ ସାଗର ଏବଂ ରୁକୁ ସୁନାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରୁକୁ ସୁନା ଜଗନ୍ନାଥଙ୍କ ଭଜନକୁ ଅଶ୍ଳୀଳ ଭାବରେ ଗାଇବା ଶୁଣିବାକୁ ମିଳିଛି ଏବଂ ହ୍ୟୁମାନ ଏହା ଶୁଣି ହସି ହସି ଗଡିପଡୁଥିବାର ଦେଖିବାକୁ ମିଳିଛି। ତାଙ୍କ ପଛରୁ ମଧ୍ୟ ଅନେକ ଲୋକ ହସୁଥିବାର ଶୁଣାଯାଉଛି। ଉଭୟଙ୍କ ଏପରି କାର୍ଯ୍ୟ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି। ଏଭଳି କାର୍ଯ୍ୟ କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଇଣ୍ଟରନ୍ୟାଶନାଲ ହ୍ୟୁମାନ ରାଇଟ୍ସ କମିଶନ ସଂଘ ପକ୍ଷରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନ ଦ୍ବିପ୍ରହରରେ ଯୁବକଙ୍କୁ ଦଳି ମାରିଦେଲା ହାତୀ, ବନ ବିଭାଗ ପହଞ୍ଚି….

ସମ୍ବଲପୁର,୨୫ା୬(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ ଭୀମଖୋଜ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଭୀମଖୋଜ ଗ୍ରାମ…

ବଡ଼ ଖବର: ହର୍ମୁଜ ପାର କଲା ୩୦ ଭାରତୀୟ ଜାହାଜ, ଦୂର ହେବ LPG-LNG ସଙ୍କଟ, ଜାଣନ୍ତୁ ଏବେ କେତେ ଜାହାଜ ଫସି ରହିଛନ୍ତି

ତେହରାନ,୨୫।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଯୋଗୁ ହର୍ମୁଜ ପ୍ରଣାଳୀ ପୁନର୍ବାର ଖୋଲିଛି, ଯାହା ଫଳରେ ସେଠାରେ ଫସି ରହିଥିବା ଜାହାଜଗୁଡ଼ିକ ସେମାନଙ୍କର ଯାତ୍ରା…

ବିକ୍ରି ହୋଇନପାରି ପଡିରହିଛି ହଜାର ହଜାର ପ୍ୟାକେଟ ଧାନ, ଧାରଣାରେ ବସିଲେ ଚାଷୀ

ଅତାବିରା,୨୫ା୬(ଯୁଧିଷ୍ଠିର ମହାପାତ୍ର): ରବି ଫସଲ ଧାନ କିଣାବିକା ପ୍ରକ୍ରିୟା ଆଉ ମାତ୍ର ୫ ଦିନ ପରେ ଅର୍ଥାତ୍ ଜୁନ ୩୦ ତାରିଖ ଶେଷ ହେବାକୁ ଯାଉଛି ।…

ଦାରିଙ୍ଗବାଡି ଯାଉଥିବା ବେଳେ ଭ୍ୟାନ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

ଦାରିଙ୍ଗବାଡି,୨୫ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପାଙ୍ଗାଲିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ…

ବିଜେଡିରେ ସୁଜାତା ସାମିଲ ହେବା ପରେ ଶଙ୍ଖ ଭବନରୁ ଆସିଲା ବଡ଼ ଖବର: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୬: ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ସେ ଦଳରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ…

ବିଜେଡିରେ ମିଶିବା ପରେ ସୁଜାତାଙ୍କର ଆସିଲା ପ୍ରଥମ ବୟାନ: କହିଦେଲେ ଏତେ ବଡ଼ କଥା, ରାଜନୀତିରେ ହଇଚଇ

ଭୁବନେଶ୍ୱର, ୨୫।୬: ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ସେ ଦଳରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସେ…

ପ୍ରେମ ବିବାହର ଭୟଙ୍କର ଅନ୍ତ! ପତ୍ନୀଙ୍କୁ କାର୍‌ରେ ବସାଇ କେନାଲକୁ ଗାଡ଼ି ଖସାଇଦେଲେ…

ଚଣ୍ଡିଗଡ଼,୨୫ା୬: ପଞ୍ଜାବର ପଟିଆଲାରୁ ଏକ ଗଭୀର ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ପ୍ରେମ ବିବାହ ମୃତ୍ୟୁରେ ପରିଣତ ହୋଇଛି। ଭାରତୀୟ ସେନାର…

ସୁଜାତା ବିଜେଡିରେ ମିଶିବା ପରେ ନବୀନ ଦେଲେ ସ୍ପଷ୍ଟୀକରଣ, କହିଲେ ଆସନ୍ତା ନିର୍ବାଚନରେ ମୁଁ…

ଭୁବନେଶ୍ୱର,୨୫ା୬: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ସ୍ତ୍ରୀ ତଥା ପୂର୍ବତନ ଆଇଏଏସ୍‌ ଅଫିସର ସୁଜାତା କାର୍ତ୍ତିକେୟନ ଗୁରୁବାର ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri