Posted inଜାତୀୟ

ଦିଲ୍ଲୀ ବିସ୍ଫୋରଣର ଦିନକ ପରେ ଆତଙ୍କବାଦୀ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧।୧୧: ଦିଲ୍ଲୀର ଲାଲକିଲ୍ଲା ନିକଟରେ ଆତ୍ମଘାତୀ କାର୍ ବିସ୍ଫୋରଣ ଘଟିବାର ଗୋଟିଏ ଦିନ ପରେ ସୁପ୍ରିମକୋର୍ଟ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ ବା UAPA ଅନୁଯାୟୀ ଅଭିଯୁକ୍ତ ଜଣଙ୍କୁ ଜାମିନ ଦେବାକୁ କୋର୍ଟ ମନା କରିଦେଇଛନ୍ତି।

ବିସ୍ଫୋରଣର ପରଦିନ ମଙ୍ଗଳବାର ଶୁଣାଣି ସମୟରେ ଅଭିଯୁକ୍ତଙ୍କ ଓକିଲ କହିଥିଲେ, “ଗତକାଲିର ଘଟଣା ପରେ ଏହି ମାମଲାର ଯୁକ୍ତି ବାଢ଼ିବା ପାଇଁ ଏହା ସର୍ବୋତ୍ତମ ସକାଳ ନୁହେଁ।” ଏହାର ଉତ୍ତରରେ ଜଷ୍ଟିସ ବିକ୍ରମ ନାଥ ଏବଂ ଜଷ୍ଟିସ ସନ୍ଦୀପ ମେହେତାଙ୍କ ଖଣ୍ଡପୀଠ କହିଥିଲେ, “ଏହା ଏକ ସ୍ପଷ୍ଟ ବାର୍ତ୍ତା ଦେବା ପାଇଁ ସର୍ବୋତ୍ତମ ସକାଳ ଅଟେ।”

ଖଣ୍ଡପୀଠ କହିଥିଲେ ଯେ ଅଭିଯୁକ୍ତ ଜଣକ ଏକ ହ୍ୱାଟ୍ସଆପ୍ ଗ୍ରୁପର ସଦସ୍ୟ ଥିଲେ, ଯେଉଁଥିରେ ‘ଇସଲାମିକ୍ ଷ୍ଟେଟ୍’ର ପତାକା ସହିତ ସମାନ ଏକ ପତାକା ଦେଖାଯାଉଥିଲା। କୋର୍ଟ କହିଛନ୍ତି ଯେ ଉଦ୍ଧାର ହୋଇଥିବା ସାମଗ୍ରୀର ପ୍ରକୃତି ଏବଂ ଅଭିଯୁକ୍ତଙ୍କ ଅନଲାଇନ୍ ସମ୍ପର୍କ କଡ଼ା ଆତଙ୍କବାଦୀ ବିରୋଧୀ ଆଇନ ଅଧୀନରେ ତାଙ୍କୁ ଜେଲରେ ରଖିବା ପାଇଁ ଯଥେଷ୍ଟ।

ଲାଲକିଲ୍ଲା ବିସ୍ଫୋରଣକୁ ଏକ ସନ୍ଦିଗ୍ଧ ଫିଦାୟିନ୍ ଶୈଳୀର ଆତଙ୍କବାଦୀ ଆକ୍ରମଣ ଭାବରେ ତଦନ୍ତ କରାଯାଉଛି। ଏହି i20 କାର୍ ବିସ୍ଫୋରଣରେ ଅତିକମରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା। ଗୁପ୍ତ ସୂତ୍ରରୁ ଜଣାପଡିଛି ଯେ ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଥିବା ଅଭିଯୋଗ ହୋଇଥିବା ଜଣେ କାଶ୍ମୀରୀ ଡାକ୍ତର ମହମ୍ମଦ ଉମର ଉକ୍ତ କାର୍ ଚଳାଉଥିଲେ।

ବିସ୍ଫୋରଣରେ ANFO (Ammonium Nitrate Fuel Oil) ବ୍ୟବହାର କରାଯାଇଥିବା ତଦନ୍ତକାରୀମାନେ ନିଶ୍ଚିତ କରିଛନ୍ତି। ଆକ୍ରମଣର କିଛି ଘଣ୍ଟା ପୂର୍ବରୁ, ପଡ଼ୋଶୀ ଫରିଦାବାଦରେ ପୋଲିସ୍ ପ୍ରାୟ ୨,୯୦୦ କିଲୋଗ୍ରାମ ବିସ୍ଫୋରକ ଜବତ କରି ୮ ଜଣଙ୍କୁ ଗିରଫ କରିଥିଲା, ଯେଉଁଥିରେ ତିନି ଜଣ ଡାକ୍ତର ଥିଲେ। ସେମାନଙ୍କ ଗିରଫଦାରୀ ପରେ ଉମର ଏକୁଟିଆ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?