Posted inଜାତୀୟ

ହାତୀ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟଙ୍କ ତାଗିଦ: ଆମେ କିପରି ଦେଶ ଚଳାଇ ପାରିବୁ…

ନୂଆଦିଲ୍ଲୀ,୧୦।୧୦ : ସୁପ୍ରିମକୋର୍ଟ କେରଳରେ ହାତୀ ମୃତ୍ୟୁକୁ ନେଇ ମଧ୍ୟବର୍ତ୍ତୀକାଳୀନ ଆବେଦନ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ
ଚନ୍ଦ୍ରଚୂଡ, ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ଏକ ବେଞ୍ଚ କହିଛନ୍ତି ଏହା ସ୍ଥାନୀୟ ପ୍ରସଙ୍ଗ ଯାହାକୁ ହାଇକୋର୍ଟ ବିଚାର କରିପାରିବେ। ଯଦି ସେମାନେ କୌଣସି ବଡ଼ ଭୁଲ କରନ୍ତି, ଆମେ ଏହାକୁ ସଂଶୋଧନ କରିବାକୁ ଏଠାରେ ଅଛୁ ।

ଦେଶରେ ସୁପ୍ରିମକୋର୍ଟଙ୍କ ଭୂମିକା କ’ଣ? ଆପଣ ଜାଣନ୍ତି ସମଗ୍ର ଦେଶରେ ଉପୁଜିଥିବା ସମସ୍ୟାର ମୁକାବିଲା କରିବାକୁ ଆମେ ଏଠାରେ ନାହୁଁ। ଯଦି ହାଇକୋର୍ଟ ଭୁଲ କରନ୍ତି, ଆମେ ଏହାକୁ ସଂଶୋଧନ କରିବାକୁ ସେଠାରେ ଅଛୁ। ସୁପ୍ରିମକୋଟ କହିଛନ୍ତି ଆମେ କିପରି ଦେଶ ଚଳାଇ ପାରିବୁ।

ଜଣେ ବ୍ୟକ୍ତିଙ୍କ ପାଇଁ ହାଜର ହୋଇଥିବା ବରିଷ୍ଠ ଓକିଲ ସିୟୁ ସିଂ ପ୍ରଥମେ କେରଳରେ ବନ୍ଦୀ ହାତୀ ମୃତ୍ୟୁ ଏବଂ ନିୟମ ଉଲ୍ଲଂଘନ ପ୍ରସଙ୍ଗ ଉଠାଇଥିଲେ। ତୁରନ୍ତ ଶୁଣାଣି ପାଇଁ ମଧ୍ୟ ଅନୁରୋଧ କରାଯାଇଥିଲା। ସିଂ କହିଥିଲେ ଫେବୃଆରୀ ୨୦୧୯ ରୁ ନଭେମ୍ବର ୨୦୨୨ ମଧ୍ୟରେ ଅବହେଳା ଯୋଗୁ ୧୩୫ ହାତୀଙ୍କର ମୃତ୍ୟୁ ଘଟିଛି। ଏହା ଉପରେ ବେଞ୍ଚ ସିଂଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଥିଲେ। ଏହା ମଧ୍ୟ କହିଛନ୍ତି ସେଠାରେ ଥିବା ବିଚାରପତିମାନେ ସ୍ଥାନୀୟ ପରିସ୍ଥିତି ଜାଣିଛନ୍ତି।

ଏଥି ସହିତ ଯେତେବେଳେ ଏହି ମାମଲା କେବଳ ସର୍ବୋଚ୍ଚ ଅଦାଲତରେ ଶୁଣାଣି କରାଯିବା ଉଚିତ ବୋଲି ଜୋର ଦିଆଯାଇଥିଲା, ବେଞ୍ଚ କହିଥିଲେ ସୁପ୍ରିମକୋର୍ଟଙ୍କୁ ନିଷ୍କ୍ରିୟ କରିବା ପାଇଁ ଆମେ ଏଠାରେ ସବୁକିଛି ବିଚାର କରିପାରିବୁ ନାହିଁ। ବେଞ୍ଚ କହିଛନ୍ତି, ଆମେ ବିଶ୍ୱାସ କରୁ ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ବିଚାର କରିବା ସମ୍ଭବ ନୁହେଁ। ଯେତେବେଳେ ଲିଖିତ ଆବେଦନ ତାଲିକାଭୁକ୍ତ ହେବ ସେତେବେଳେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟସ୍ଥି ଶୁଣାଣି କରିହେବ। ’ ପ୍ରଧାନ ବିଚାରପତି ସର୍ବୋଚ୍ଚ ନ୍ୟାୟାଳୟର ଭୂମିକା ବୁଝିବା ଆବଶ୍ୟକ ବୋଲି କହିଥିଲେ।
ତେବେ ଡିସେମ୍ବରରେ ଶୁଣାଣି ପାଇଁ ବେଞ୍ଚ ଏହାର ମୁଖ୍ୟ ବିଷୟକୁ ତାଲିକାଭୁକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚଭୂତରେ ବିଲୀନ ହେଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ, ପୁଅ ଦେଲେ ମୁଖାଗ୍ନି

ମୁମ୍ବାଇ,୧୩।୪: ବଲିଉଡରେ ଶୋକର ଲହରୀ ଖେଳିଯାଇଛି । ସିନେମା ଏବଂ ସଙ୍ଗୀତ ଜଗତ ଜଣେ କିମ୍ବଦନ୍ତୀ ଗାୟିକାଙ୍କୁ ହରାଇଛି । ଆଶା ଭୋସଲେ ଦଶନ୍ଧି ଧରି ଚଳଚ୍ଚିତ୍ର…

ରାସ୍ତା କଡ଼ରୁ ମିଳିଲା ମଣିଷ କଙ୍କାଳ, ଧଳା ଅଖାରେ କିଏ ଫିଙ୍ଗିଲା?

ବାରଙ୍ଗ,୧୩।୪(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଚାଞ୍ଚଲ୍ୟ । ସୋମବାର ଦିନ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା…

ବେପରୁଆ ଗାଡ଼ି ଚାଳନା; ଭାରସାମ୍ୟ ହରାଇ ଲିମ୍ବ ଗଛରେ ପିଟିହେଲା ହାଇଓ୍ବା, ତାପରେ….

ବଲାଙ୍ଗୀର,୧୩ା୪( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନ୍ ପାଲି ରାସ୍ତାରେ ହାଇଓ୍ବା ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସି ଖୁଜେନ…

ସୋସିଆଲ ମିଡିଆରେ ବିବାଦୀୟ ଫଟୋ ପୋଷ୍ଟ କଲେ ଟ୍ରମ୍ପ, ଯୀଶୁ ଖ୍ରୀଷ୍ଟଙ୍କ ରୂପରେ ଆସିଲେ ନଜର

ଓ୍ବାଶିଂଟନ,୧୩ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟାଥୋଲିକ ଚର୍ଚ୍ଚ ପ୍ରତି ତାଙ୍କର ସମାଲୋଚନାକୁ ଏକ ନୂତନ ସ୍ତରକୁ ନେଇଯାଇଛନ୍ତି । ପୋପ୍ ଲିଓଙ୍କୁ ସମାଲୋଚନା କରିବାର କିଛି…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ଆମେରିକାର ଧମକରେ ଚିହିଁକି ଉଠିଲା ଚାଇନା, କହିଲା ଆମ ପାଇଁ ସବୁବେଳେ ହର୍ମୁଜ…

ବେଜିଂ,୧୩ା୪: ଇସଲାମାବାଦରେ ୨୧ ଘଣ୍ଟା ଧରି ଚାଲିଥିବା ମାରାଥନ ବୈଠକରେ କୌଣସି ସମାଧାନର ବାଟ ବାହାରିପାରିଲା ନାହିଁ। ଫଳରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri