Posted inଜାତୀୟ

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୪: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଉପସ୍ଥିତ ଥିଲେ। ପତଞ୍ଜଳି ବିଜ୍ଞାପନର ଆକାର ଯେତିକି ବଡ଼ ଥିଲା କ୍ଷମା ପ୍ରାର୍ଥନାର ଆକାର ସେତିକି ବଡ କି ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩୦ରେ ହେବ।
ପତଞ୍ଜଳି ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଛି ଯେ, ୬୭ଟି ଖବରକାଗଜରେ କ୍ଷମା ମଗାଯାଇଛି। ପତଞ୍ଜଳି ଆୟୁର୍ବେଦ ସୁପ୍ରିମକୋର୍ଟର ଗାରିମାକୁ ସମ୍ମାନ କରେ। ଭବିଷ୍ୟତରେ ଏଭଳି ଭୁଲ ଆଉ ହେବ ନାହିଁ ବୋଲି ପତଞ୍ଜଳି ତରଫରୁ ପ୍ରକାଶିତ କ୍ଷମା ପ୍ରାର୍ଥନାରେ କୁହାଯାଇଛି।
ସୁପ୍ରିମକୋର୍ଟ କହିଛନ୍ତି, ଏଫଏମସିଜି ମଧ୍ୟ ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ କରୁଛି ଯାହା ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛି, ଯାହାଦ୍ୱାରା ଶିଶୁ, ବିଦ୍ୟାଳୟ ଯାଉଥିବା ପିଲା ଏବଂ ସେମାନଙ୍କ ଉତ୍ପାଦ ଖାଉଥିବା ବୟସ୍କ ନାଗରିକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡିଛି। ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଲାଇସେନ୍ସ କର୍ତ୍ତୃପକ୍ଷଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରିବାକୁ କୋର୍ଟ କହିଛନ୍ତି।
ତିନି ବର୍ଷ ଧରି ବିଭ୍ରାନ୍ତିକର ବିଜ୍ଞାପନ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୁପ୍ରିମକୋର୍ଟ କେନ୍ଦ୍ରୀୟ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମଏ)ର ଅନୈତିକ ଆଚରଣ ସମ୍ପର୍କରେ ଅନେକ ଅଭିଯୋଗ ରହିଛି ବୋଲି କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?