ଗାଡ଼ିରେ ୩ ଲକ୍ଷ ଟଙ୍କା ରଖିଥିଲେ ଯୋଗାଣ ଅଧିକାରୀ: ବାନ୍ଧିଲା ଭିଜିଲାନ୍ସ

ଛତ୍ରପୁର,୧୦।୭(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା ଭିଜିଲାନ୍ସ ଦ୍ୱାରା ଗୁରୁବାର ଗିରଫ କରିଛନ୍ତି l ବୁଧବାର ଗଞ୍ଜାମ ଜ଼ିଲା ଛତ୍ରପୁର ନିକଟ ଆର୍ଶୀବାଦ ଆପାର୍ଟମେଣ୍ଟରେ ଥିବା ତାଙ୍କ ଭଡା ଘରୁ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ନିକଟ ଜାତୀୟ ରାଜପଥରେ ତାଙ୍କ ଗାଡିରୁ ୩ ଲକ୍ଷ ଟଙ୍କା ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଜବତ କରିଥିଲେ l ତାଙ୍କ ଗାଡ଼ି ଜବତ ଟଙ୍କା ବାବଦରେ ସେ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନା ୧୧/୨୫ କେଶ ନମ୍ବରରେ ୨୦୧୮ ଦୁର୍ନୀତି ନିବାରଣ (ସଂଶୋଧିତ ) ଆକ୍ଟର ଅଣ୍ଡର ସେକ୍ସନ ୧୩(୨) ଆର/ଡବ୍ଲୁ ୧୩(୧)(ବି)ରେ ତାଙ୍କ ନାଁ ରେ ମାମଲା ରୁଜୁ କରିଛି। ପରେ ତାଙ୍କୁ ଭିଜିଲାନ୍ସ ଥାନା ପକ୍ଷରୁ ବ୍ରହ୍ମପୁର ଭିଜିଲାସନ୍ସ ସ୍ପେସିଆଲ ଜଜ କୋର୍ଟରେ ହାଜର କରାଯାଇଥିଲା। ଛତ୍ରପୁରରେ ଥିବା ଭଡା ଘର, ଭବାନୀପାଟଣାରେ ଥିବା ଆବାସିକ ଘର ଓ ଛତ୍ରପୁରସ୍ଥିତ ଅଫିସ ଚ୍ୟାମ୍ବରରେ ଯାଞ୍ଚ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ଜଙ୍ଗଲରେ ବଣଭୋଜି ବେଳେ କାଳବୈଶାଖୀର କୋପ: ଗଛ ଡାଳ ପଡ଼ି ଆଖି ବୁଜିଲେ ମହିଳା, ସ୍ତବ୍ଧ ପରିବାର

କୋରାପୁଟ,୧୦।୬ (ଅମିତାଭ ବେହେରା): କୋରାପୁଟରେ ବଣଭୋଜି ବେଳେ ଏକ ଦୁଃଖଦ ଅଘଟଣ ଘଟିଛି। କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବହିବା ସମୟରେ ଗଛର ଏକ ବଡ଼ ଡାଳ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଦିଗପହଣ୍ଡି ସହରର ବିକାଶ-ଡ୍ରେନେଜ୍‌ ବ୍ୟବସ୍ଥା: ୫୦ ବର୍ଷର ମାଷ୍ଟର ପ୍ଲାନ୍‌ ପାଇଁ ବ୍ରହ୍ମପୁର MPଙ୍କ ନିର୍ଦ୍ଦେଶ, ଗଠନ ହେଲା…

ଦିଗପହଣ୍ଡି, ୧୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆଗାମୀ ୫୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ସୁଚିନ୍ତିତ ମାଷ୍ଟର ପ୍ଲାନ୍ ଓ ସୁଦୃଢ଼…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

ଦିଗପହଣ୍ଡିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରସ୍ତୁତି ବୈଠକ: ବାର୍ଷିକ ସମ୍ମିଳନୀ ପାଇଁ ଗଠନ ହେଲା ୧୫ ଜଣିଆ କମିଟି

ଦିଗପହଣ୍ଡି,୧୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ପାଇଁ ପ୍ରସ୍ତୁତି ସଭା ବୁଧବାର ଅନୁଷ୍ଠିତ ହୋଇଥିଲା। ସଂଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri