ଯୋଗାଣ ବିଭାଗର ଚଢ଼ାଉ ଲୋକଦେଖାଣିଆ

କଟକ,୮ା୮ (କାର୍ତ୍ତିକ ସାହୁ): କ୍ରମାଗତ ଭାବେ ଆଳୁ ଦର ବଢ଼ି ଚାଲିଥିବାବେଳେ ଯୋଗାଣ ବିଭାଗର ଅଧିକାରୀ କିନ୍ତୁ ବେଫିକର ଅଛନ୍ତି। ଆଳୁ କିଲୋ ୩୨ ଟଙ୍କାରେ ବିକ୍ରି କରିବାକୁ ସରକାର କଡ଼ା ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ୫୦ ଟଙ୍କା ଉପରେ ବିକ୍ରି ହେଉଛି। ଆଳୁ ଦର ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ବଜାରରୁ ଉଭାନ୍‌ ହୋଇଯାଇଛି। କଟକ ଛତ୍ରବଜାରକୁ ଆଳୁ ଆସିବା ବନ୍ଦ ହୋଇଯାଇଛି। ଏପରି ସ୍ଥିତିରେ ଯୋଗାଣ ବିଭାଗର ଏକ ଟିମ୍‌ ଛତ୍ରବଜାରର କେତେକ ଆଳୁ ଗୋଦାମରେ ବୁଧବାର ଚଢ଼ାଉ କରିଛି। ବାସ୍ତବ ସ୍ଥିତି ସ୍ବୀକାର କରିବାକୁ ଯୋଗାଣ ଅଧିକାରୀ ପ୍ରସ୍ତୁତ ନ ଥିବାବେଳେ ଏହି ଚଢ଼ାଉ ଲୋକଦେଖାଣିଆ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ସୂଚନା ଅନୁସାରେ, ଛତ୍ରବଜାରରେ ବ୍ୟବସାୟ ରାତି ପ୍ରାୟ ୪ଟାରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୦ଟା ଯାଏ ଗହଳଚହଳରେ ଚାଲେ। ଏହା ପରେ ଅଧିକାଂଶ ବ୍ୟବସାୟୀ ବ୍ୟବସାୟ ସାରିଦେଇ ଘରମୁହଁା ହୋଇଥାନ୍ତି। ମାତ୍ର ଆଳୁର ଉଚ୍ଚାଦରକୁ ନେଇ ବିଭିନ୍ନ ସ୍ତରରେ ଚର୍ଚ୍ଚା ଜୋର ଧରିବା ପରେ ଯୋଗାଣ ବିଭାଗର ନିଦ ଭାଙ୍ଗିଛି। ଯୋଗାଣ ବିଭାଗର ଏକ ଟିମ୍‌ ପୂର୍ବାହ୍ନ ପ୍ରାୟ ୧୧ଟାରେ ଛତ୍ରବଜାରର ବିଭିନ୍ନ ଆଳୁ ଗୋଦାମରେ ଯାଞ୍ଚ କରିଛି। ଗୋଦାମରେ ବିଭିନ୍ନ ସାମଗ୍ରୀର ମୂଲ୍ୟସୂଚୀ ଲଗାଯାଇଛି କି ନାହିଁ ତାହା ତଦାରଖ କରାଯାଇଥିଲା। ଏଥିସହ ବିଭିନ୍ନ ଗୋଦାମରେ ଆଳୁ କେତେ ପରିମାଣର ଗଚ୍ଛିତ ଅଛି ତାହା ଅନୁଧ୍ୟାନ କରିଯାଇଛି। ଏହି ଚଢ଼ାଉବେଳେ ଗୋଦାମ ମୂଲ୍ୟସୂଚୀରେ ଆଳୁ କୁଇଣ୍ଟାଲ ପ୍ରତି ଦର ୩୨୦୦ ଟଙ୍କା ଲେଖାଥିବା ଦେଖିବାକୁ ମିଳିଥିଲା। ମାତ୍ର ବାସ୍ତବ କ୍ଷେତ୍ରରେ ତାହା ଥିଲା ଓଲଟା। ଖୁଚୁରା ବ୍ୟବସାୟୀମାନେ ଆଳୁ କୁଇଣ୍ଟାଲ ୩୮୦୦ରୁ ୪୦୦୦ ଟଙ୍କା ଦରରେ ହୋଲ୍‌ସେଲ୍‌ ବ୍ୟବସାୟୀଙ୍କଠାରୁ କିଣୁଥିଲେ। ଛତ୍ରବଜାରଠାରୁ ଅଳ୍ପ ଦୂରରେ ଅବସ୍ଥିତ ଅର୍ବାନ ହାଟରେ ଆଳୁ କିଲୋ ୫୦ରୁ ୬୦ ଟଙ୍କା ଦରରେ ବିକ୍ରି ହେଉଥିଲା। ୟୁପିରୁ ଆସୁଥିବା ଆଳୁଗୁଡ଼ିକ ଅଧିକ ଶଢ଼ା ବାହାରୁଥିବାରୁ ସେଗୁଡ଼ିକୁ ବ୍ୟବସାୟୀ ବିକ୍ରି ପାଇଁ ନେବାକୁ ଅମଙ୍ଗ ହେଉଥିଲେ। ପଶ୍ଚିମବଙ୍ଗର ଭଲ ଆଳୁ ଅଳ୍ପ ପରିମାଣର ଥିବାରୁ ତାହାର ଦର ଉଚ୍ଚା ରହିଥିଲା। ଉଚ୍ଚାଦରରେ କିଣୁଥିବାରୁ ଖୁଚୁରା ବ୍ୟବସାୟୀ ଉଚ୍ଚାଦରରେ ଆଳୁ ବିକ୍ରି କରୁଥିଲେ। ଗୋଦାମରେ ପିଆଜ କୁଇଣ୍ଟାଲ ୩୨୦୦ ଟଙ୍କା ଲେଖାଥିବାବେଳେ କେଜି ୪୦ ଟଙ୍କାରେ ବିକ୍ରି ହେଉଛି। ମାତ୍ର ଆଳୁ କୁଇଣ୍ଟାଲ ଗୋଦାମରେ ୩୨୦୦ ଟଙ୍କା ଲେଖାଥିବାବେଳେ ଖୁଚୁରା ଦର ୫୦ ଟଙ୍କା ଉପରେ ବିକ୍ରି ହେବାକୁ ନେଇ ଯୋଗାଣ ଅଧିକାରୀ ଉପେନ୍ଦ୍ର ଭୋଇଙ୍କୁ ଗଣମାଧ୍ୟମର ପ୍ରତିନିଧି ଘେରିଥିଲେ। ଯୋଗାଣ ଅଧିକାରୀ ଭୋଇ କହିଛନ୍ତି, ଆମେ ଚଢ଼ାଉ କରିବାବେଳେ ଦେଖୁଛୁ ଆଳୁ କୁଇଣ୍ଟାଲ ୩୨୦୦ ଟଙ୍କା ଗୋଦାମରେ ଦର୍ଶାଯାଇଛି। ୨ ଦିନ ହେବ କୌଣସି ଆଳୁ ଗାଡ଼ି ଛତ୍ରବଜାରକୁ ଆସିନାହିଁ। ୩ ଦିନ ତଳେ ୨ ଗାଡ଼ି ଆଳୁ ଆସିଥିଲା। ବୁଧବାର ଶୀତଳଭଣ୍ଡାର ଓ ଚାଷୀଙ୍କଠାରୁ ଆସିଥିବା ଆଳୁ ବିକ୍ରି ହେଉଛି। ଆଳୁ କିଲୋ ୬୦ ଟଙ୍କା ବିକ୍ରି ହେଉଥିବା ନେଇ କେହି ଅଭିଯୋଗ କରିନାହାନ୍ତି। ନିର୍ଦ୍ଦିଷ୍ଟ ଭାବେ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ମଙ୍ଗଳବାର ଆଳୁ କିଲୋ ୫୦ ଟଙ୍କା ଉପରେ ବିକ୍ରି ହେଉଥିବାବେଳେ ଯୋଗାଣ ଅଧିକାରୀ ୪୦ ଟଙ୍କା ବିକ୍ରି ହେଉଥିବା କହିଥିଲେ ଯାହା ବାସ୍ତବତାଠାରୁ ଦୂରରେ ଥିଲା। ଯୋଗାଣ ଅଧିକାରୀଙ୍କ ଏଭଳି କଥାକୁ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ନାପସନ୍ଦ କରିଛନ୍ତି। ଯୋଗାଣ ବିଭାଗ ଅଧିକାରୀ ଆଳୁ ଦରର ବାସ୍ତବ ସ୍ଥିତି ଜାଣି ଅଜଣା ହେଉଥିବା ଅଥବା ବ୍ୟବସାୟୀଙ୍କ ସହ ମଧୁଚନ୍ଦ୍ରିକା ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri