ଯୋଗାଣ ବିଭାଗର ଚଢ଼ାଉ ଲୋକଦେଖାଣିଆ

କଟକ,୮ା୮ (କାର୍ତ୍ତିକ ସାହୁ): କ୍ରମାଗତ ଭାବେ ଆଳୁ ଦର ବଢ଼ି ଚାଲିଥିବାବେଳେ ଯୋଗାଣ ବିଭାଗର ଅଧିକାରୀ କିନ୍ତୁ ବେଫିକର ଅଛନ୍ତି। ଆଳୁ କିଲୋ ୩୨ ଟଙ୍କାରେ ବିକ୍ରି କରିବାକୁ ସରକାର କଡ଼ା ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ୫୦ ଟଙ୍କା ଉପରେ ବିକ୍ରି ହେଉଛି। ଆଳୁ ଦର ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ବଜାରରୁ ଉଭାନ୍‌ ହୋଇଯାଇଛି। କଟକ ଛତ୍ରବଜାରକୁ ଆଳୁ ଆସିବା ବନ୍ଦ ହୋଇଯାଇଛି। ଏପରି ସ୍ଥିତିରେ ଯୋଗାଣ ବିଭାଗର ଏକ ଟିମ୍‌ ଛତ୍ରବଜାରର କେତେକ ଆଳୁ ଗୋଦାମରେ ବୁଧବାର ଚଢ଼ାଉ କରିଛି। ବାସ୍ତବ ସ୍ଥିତି ସ୍ବୀକାର କରିବାକୁ ଯୋଗାଣ ଅଧିକାରୀ ପ୍ରସ୍ତୁତ ନ ଥିବାବେଳେ ଏହି ଚଢ଼ାଉ ଲୋକଦେଖାଣିଆ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ସୂଚନା ଅନୁସାରେ, ଛତ୍ରବଜାରରେ ବ୍ୟବସାୟ ରାତି ପ୍ରାୟ ୪ଟାରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୦ଟା ଯାଏ ଗହଳଚହଳରେ ଚାଲେ। ଏହା ପରେ ଅଧିକାଂଶ ବ୍ୟବସାୟୀ ବ୍ୟବସାୟ ସାରିଦେଇ ଘରମୁହଁା ହୋଇଥାନ୍ତି। ମାତ୍ର ଆଳୁର ଉଚ୍ଚାଦରକୁ ନେଇ ବିଭିନ୍ନ ସ୍ତରରେ ଚର୍ଚ୍ଚା ଜୋର ଧରିବା ପରେ ଯୋଗାଣ ବିଭାଗର ନିଦ ଭାଙ୍ଗିଛି। ଯୋଗାଣ ବିଭାଗର ଏକ ଟିମ୍‌ ପୂର୍ବାହ୍ନ ପ୍ରାୟ ୧୧ଟାରେ ଛତ୍ରବଜାରର ବିଭିନ୍ନ ଆଳୁ ଗୋଦାମରେ ଯାଞ୍ଚ କରିଛି। ଗୋଦାମରେ ବିଭିନ୍ନ ସାମଗ୍ରୀର ମୂଲ୍ୟସୂଚୀ ଲଗାଯାଇଛି କି ନାହିଁ ତାହା ତଦାରଖ କରାଯାଇଥିଲା। ଏଥିସହ ବିଭିନ୍ନ ଗୋଦାମରେ ଆଳୁ କେତେ ପରିମାଣର ଗଚ୍ଛିତ ଅଛି ତାହା ଅନୁଧ୍ୟାନ କରିଯାଇଛି। ଏହି ଚଢ଼ାଉବେଳେ ଗୋଦାମ ମୂଲ୍ୟସୂଚୀରେ ଆଳୁ କୁଇଣ୍ଟାଲ ପ୍ରତି ଦର ୩୨୦୦ ଟଙ୍କା ଲେଖାଥିବା ଦେଖିବାକୁ ମିଳିଥିଲା। ମାତ୍ର ବାସ୍ତବ କ୍ଷେତ୍ରରେ ତାହା ଥିଲା ଓଲଟା। ଖୁଚୁରା ବ୍ୟବସାୟୀମାନେ ଆଳୁ କୁଇଣ୍ଟାଲ ୩୮୦୦ରୁ ୪୦୦୦ ଟଙ୍କା ଦରରେ ହୋଲ୍‌ସେଲ୍‌ ବ୍ୟବସାୟୀଙ୍କଠାରୁ କିଣୁଥିଲେ। ଛତ୍ରବଜାରଠାରୁ ଅଳ୍ପ ଦୂରରେ ଅବସ୍ଥିତ ଅର୍ବାନ ହାଟରେ ଆଳୁ କିଲୋ ୫୦ରୁ ୬୦ ଟଙ୍କା ଦରରେ ବିକ୍ରି ହେଉଥିଲା। ୟୁପିରୁ ଆସୁଥିବା ଆଳୁଗୁଡ଼ିକ ଅଧିକ ଶଢ଼ା ବାହାରୁଥିବାରୁ ସେଗୁଡ଼ିକୁ ବ୍ୟବସାୟୀ ବିକ୍ରି ପାଇଁ ନେବାକୁ ଅମଙ୍ଗ ହେଉଥିଲେ। ପଶ୍ଚିମବଙ୍ଗର ଭଲ ଆଳୁ ଅଳ୍ପ ପରିମାଣର ଥିବାରୁ ତାହାର ଦର ଉଚ୍ଚା ରହିଥିଲା। ଉଚ୍ଚାଦରରେ କିଣୁଥିବାରୁ ଖୁଚୁରା ବ୍ୟବସାୟୀ ଉଚ୍ଚାଦରରେ ଆଳୁ ବିକ୍ରି କରୁଥିଲେ। ଗୋଦାମରେ ପିଆଜ କୁଇଣ୍ଟାଲ ୩୨୦୦ ଟଙ୍କା ଲେଖାଥିବାବେଳେ କେଜି ୪୦ ଟଙ୍କାରେ ବିକ୍ରି ହେଉଛି। ମାତ୍ର ଆଳୁ କୁଇଣ୍ଟାଲ ଗୋଦାମରେ ୩୨୦୦ ଟଙ୍କା ଲେଖାଥିବାବେଳେ ଖୁଚୁରା ଦର ୫୦ ଟଙ୍କା ଉପରେ ବିକ୍ରି ହେବାକୁ ନେଇ ଯୋଗାଣ ଅଧିକାରୀ ଉପେନ୍ଦ୍ର ଭୋଇଙ୍କୁ ଗଣମାଧ୍ୟମର ପ୍ରତିନିଧି ଘେରିଥିଲେ। ଯୋଗାଣ ଅଧିକାରୀ ଭୋଇ କହିଛନ୍ତି, ଆମେ ଚଢ଼ାଉ କରିବାବେଳେ ଦେଖୁଛୁ ଆଳୁ କୁଇଣ୍ଟାଲ ୩୨୦୦ ଟଙ୍କା ଗୋଦାମରେ ଦର୍ଶାଯାଇଛି। ୨ ଦିନ ହେବ କୌଣସି ଆଳୁ ଗାଡ଼ି ଛତ୍ରବଜାରକୁ ଆସିନାହିଁ। ୩ ଦିନ ତଳେ ୨ ଗାଡ଼ି ଆଳୁ ଆସିଥିଲା। ବୁଧବାର ଶୀତଳଭଣ୍ଡାର ଓ ଚାଷୀଙ୍କଠାରୁ ଆସିଥିବା ଆଳୁ ବିକ୍ରି ହେଉଛି। ଆଳୁ କିଲୋ ୬୦ ଟଙ୍କା ବିକ୍ରି ହେଉଥିବା ନେଇ କେହି ଅଭିଯୋଗ କରିନାହାନ୍ତି। ନିର୍ଦ୍ଦିଷ୍ଟ ଭାବେ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ମଙ୍ଗଳବାର ଆଳୁ କିଲୋ ୫୦ ଟଙ୍କା ଉପରେ ବିକ୍ରି ହେଉଥିବାବେଳେ ଯୋଗାଣ ଅଧିକାରୀ ୪୦ ଟଙ୍କା ବିକ୍ରି ହେଉଥିବା କହିଥିଲେ ଯାହା ବାସ୍ତବତାଠାରୁ ଦୂରରେ ଥିଲା। ଯୋଗାଣ ଅଧିକାରୀଙ୍କ ଏଭଳି କଥାକୁ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ନାପସନ୍ଦ କରିଛନ୍ତି। ଯୋଗାଣ ବିଭାଗ ଅଧିକାରୀ ଆଳୁ ଦରର ବାସ୍ତବ ସ୍ଥିତି ଜାଣି ଅଜଣା ହେଉଥିବା ଅଥବା ବ୍ୟବସାୟୀଙ୍କ ସହ ମଧୁଚନ୍ଦ୍ରିକା ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡରାଉଛି ମୁଖ କ୍ୟାନ୍ସର: ୧୦ ବର୍ଷରେ ନେଲାଣି ୩ ହଜାର ଜୀବନ

ଭୁବନେଶ୍ୱର,୨୩।୩: ମୁଖ କ୍ୟାନ୍ସର ଏବେ ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ ସାଜିଛି। ରାଜ୍ୟରେ ୧୦ ବର୍ଷରେ ମୁଖ କ୍ୟାନ୍ସରରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା…

ନନ୍ଦପୁର ବଜାରରେ ସିଓଟିପିଏ ଏନଫୋର୍ସମେଣ୍ଟ ଟିମ୍‌ :ଗୁଟଖା,ଫୁଡ ଲାଇସେନ୍ସ ଯାଞ୍ଚ

ନନ୍ଦପୁର,୨୩।୩: କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ସୋମବାର ସିଓଟିପିଏ ଏନଫୋର୍ସମେଣ୍ଟ ଟିମ ପହଞ୍ଚି ନନ୍ଦପୁର ବଜାରର ଏକାଧିକ ଦୋକାନରେ ଗୁଟଖା ବିକ୍ରି, ଫୁଡ ଲାଇସେନ୍ସ,…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ମାମୁ ଘର ଆଗରେ ଖେଳୁଥିଲେ ଭୁଷୁଡ଼ିଲା  କାନ୍ଥ:  ଆଖିବୁଜିଲା  କୁନି ଝିଅ, ମା’ ବଡ଼ ଝିଅ…

ତିହିଡି଼,୨୩।୩(ସଞ୍ଜିତ ବଳ): ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି l ଗ୍ରାମର ନାରାୟଣ ବେହେରା…

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri