ଯୋଗାଣ ମନ୍ତ୍ରୀଙ୍କ କଡ଼ା ତାଗିଦ, ମୃତ ବ୍ୟକ୍ତିଙ୍କ ନାଁରେ ଯେତିକି ଚାଉଳ ଉଠିଥିବ ଦେଢ଼ଗୁଣା…

ଭୁବନେଶ୍ବର,୨୮ା୧:  ମୃତକଙ୍କ ନାଁରେ ଚାଉଳ ଉଠାଉଥିବା ବ୍ୟକ୍ତିଙ୍କୁ କଡ଼ା ତାଗିଦ କଲେ ଯୋଗାଣ ମନ୍ତ୍ରୀ । ମୃତକଙ୍କ ନାଁରେ ଚାଉଳ ଉଠାଉଥିଲେ ଆକ୍ସନ୍ ହେବ କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର । ମୃତ ବ୍ୟକ୍ତିଙ୍କ ନାଁରେ ଯେତିକି ଚାଉଳ ଉଠିଥିବ, ଦେଢ଼ଗୁଣା ଆଦାୟ ହେବ ବୋଲି କହିଛନ୍ତି ।

ଯେଉଁମାନେ ମୃତ ବ୍ୟକ୍ତିଙ୍କ ନାଁରେ ଚାଉଳ ଉଠାଇଛନ୍ତି ଧରାପଡିଲେ ସରକାର କ୍ଷତିପୂରଣ ଆଦାୟ କରିବେ । E-KYC ରେ ୬ ଲକ୍ଷ ୯୫ ହଜାରରୁ ଊର୍ଦ୍ଧ୍ୱ ମୃତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ମୃତ ହିତାଧିକାରୀ ବିଷୟରେ ତଥ୍ୟ ଜଣାଇ ନାଁ କାଟିବାକୁ ମନ୍ତ୍ରୀ ଅପିଲ କରିଛନ୍ତି ।

 

Dharitri – Odisha’s No.1 Odia Daily