ଯୋଗାଣ ହେଉଛି ବାଲି, ଗୋଡ଼ିମିଶା ଚାଉଳ

ଭବାନୀପାଟଣା,୧।୬(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ସମନ୍ବିତ ଶିଶୁ ବିକାଶ ସେବା ପ୍ରକଳ୍ପ କାର୍ଯ୍ୟାଳୟ (ଆଇସିଡିଏସ)ରେ ଦୁର୍ନୀତିର ଗନ୍ଧ ଏବେ ବାରି ହେଉଛି। ବର୍ତ୍ତମାନ ଚାଉଳ ଯୋଗାଣକାରୀ ସଂସ୍ଥା ନିଷ୍ପାପ ଶିଶୁଙ୍କ ଜୀବନ ପ୍ରତି ଖେଳ ଖେଳୁଛନ୍ତି। ଅଙ୍ଗନୱାଡି କେନ୍ଦ୍ରକୁ ଯୋଗାଣ ହେଉଥିବା ଚାଉଳରେ ବାଲି, ଗୋଡି, ମାଟି ମିଶାଇ ନିଜେ ଅଖାବୋରାକୁ ହାତରେ ସିଲେଇ କେନ୍ଦ୍ରକୁ ଯୋଗାଣ କରାଯାଉଥିବା ନେଇ ଖୋଦ ଅଙ୍ଗନୱାଡି କର୍ମୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରକୁ ୩ରୁ ୬ ବର୍ଷର ଶିଶୁକୁ ଯୋଗାଣ ହେଉଥିବା ଚାଉଳ ମଧ୍ୟ ବାଟମାରଣା ହେଉଛି। ସମ୍ପୃକ୍ତ ଯୋଗାଣକାରୀ ସଂସ୍ଥା ଚାଉଳ ଯୋଗାଣ କରୁ ନ ଥିବା ନେଇ ବିଭାଗୀୟ ଅଧିକାରୀମାନେ ଅଗତ ଥିଲେ ସୁଦ୍ଧା ମଧୁଚନ୍ଦ୍ରିକା ଯୋଗୁ ଚୁପ ରହୁଛନ୍ତି।
ଜୁନାଗଡ଼ ବ୍ଲକ ମାଲିଗୁଡା ସେଖପଡାରେ ଥିବା ମିନିଅଙ୍ଗନୱାଡି କେନ୍ଦ୍ରରେ ଗତ କିଛି ଦିନ ତଳେ ୫ ବସ୍ତା ଚାଉଳ ଯୋଗାଣ ହୋଇଥିଲା। ଏହି ଅଖାବସ୍ତାରେ ଥିବା ଚାଉଳ କେଉଁଠି ମଧ୍ୟ ୫୦ କେଜି ଚାଉଳ ନ ଥିଲା। କେଉଁ ବସ୍ତାରେ ୩୫ କେଜି ତ ଆଉ କେଉଁଟି ୪୦ କେଜି ରହିଥିଲା। ଅନ୍ୟ କିଛି ବସ୍ତା ଚାଉଳ ସଫା ଥିବା ବେଳେ ଆଉ ୨ଟି ବସ୍ତା ଚାଉଳରେ ବାଲି, ଗୋଡି, ମାଟି ମିଶିଥିଲା। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ଜୁନାଗଡ଼ ଆଇସିଡିଏସ ଅଧୀନ ୧୦ଟି ସେକ୍ଟର ଅଛି। ଏହି ସେକ୍ଟର ଅଧୀନରେ ଗ୍ରାମାଞ୍ଚଳର ଓ ସହରାଞ୍ଚଳ ମିଶି ୨୪୮ଟି ଅଙ୍ଗନୱାଡି କେନ୍ଦ୍ର ଅଛି। ୨୪୮ଟି କେନ୍ଦ୍ରରେ ୧୦ ହଜାର ୩୧୩ଜଣ ୩ରୁ ୬ ବର୍ଷର ଶିଶୁଙ୍କୁ ଗରମ ରନ୍ଧାଖାଦ୍ୟ ଦିଆଯାଉଛି। ଜୁନାଗଡ଼ ଆଇସିଡିଏସ୍‌ ଅଧୀନରେ ଥିବା ଅଙ୍ଗନୱାଡି କେନ୍ଦ୍ରକୁ ନବରଙ୍ଗପୁରର ଜିଲାର ଏକ ସଂସ୍ଥା ଚାଉଳ ଯୋଗାଣ କରିଥାଏ। ଚାଉଳ ଯୋଗାଣକାରୀ ସଂସ୍ଥା ବର୍ଷକୁ ୪ଥର ଚାଉଳ ଯୋଗାଉଥିବା ବେଳେ ପ୍ରତି ୩ ମାସରେ ଥରେ ସମ୍ପୃକ୍ତ ଯୋଗାଣକାରୀ ସଂସ୍ଥା ଅଙ୍ଗନୱାଡି କେନ୍ଦ୍ରକୁ ଚାଉଳ ଯୋଗାଣ କରିଥାଏ। ଏଥିରେ ପ୍ରଥମେ ଏପ୍ରିଲରୁ ଜୁନ, ଦ୍ୱିତୀୟରେ ଜୁଲାଇରୁ ସେପ୍ଟେମ୍ବର, ତୃତୀୟରେ ଅକ୍ଟୋବର ରୁ ଡିସେମ୍ବର ଓ ଚତୁର୍ଥରେ ଜାନୁୟାରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ଚାଉଳ ଯୋଗାଣ ହୋଇଥାଏ। ଜୁନାଗଡ଼ ଆଇସିଡିଏସ ଅଧୀନରେ ୧୦ ହଜାର ୧୧୩ ଜଣ ୩ରୁ ୬ ବର୍ଷର ଶିଶୁ ରନ୍ଧା ଖାଦ୍ୟ ଖାଇଥାନ୍ତି। ପ୍ରତିଦିନ ଜଣେ ଶିଶୁଙ୍କୁ ୮୦ ଗ୍ରାମ ହିସାବରେ ମାସକୁ ୨ କେଜି ଚାଉଳ ଦିଆଯାଇଥାଏ। ଜଣେ ଶିଶୁ ପିଛା ବର୍ଷକୁ ୨୪ କେଜି ହିସାବରେ୧୦ ହଜାର ୩୧୩ ଶିଶୁଙ୍କୁ ପ୍ରତିବର୍ଷ ୨ ହଜାର ୪୭୫ କୁଇଣ୍ଟାଲ ୨ କେଜି ଚାଉଳ ଯୋଗାଣ ହୋଇଥଏ। ଗୋଟିଏ ଚାଉଳ ଭର୍ତ୍ତି ଅଖାବୋରାରେ ୫୦ କେଜି ଚାଉଳ ରହିଥାଏ। ହେଲେ ଯୋଗାଣକାରୀ ସଂସ୍ଥା ଓ ଆଇସିଡିଏସ ମଧୁଚନ୍ଦ୍ରିକା ଯୋଗୁ ୫୦ କେଜି ଚାଉଳ ଅଙ୍ଗନୱାଡି କେନ୍ଦ୍ରକୁ ଗଲେ ତାହା କେତେବେଳେ ୩୫ କେଜି ତ ଆଉ କେତେବେଳେ ୪୦ କେଜି ହୋଇଥାଏ। ପ୍ରତି ବସ୍ତାରୁ ୧୦ରୁ ୧୫ କେଜି ଚାଉଳ କମ୍‌ ରହିଥାଏ। କମ ଚାଉଳ ଯୋଗାଣ ଯୋଗୁ କେନ୍ଦ୍ରରେ ଶିଶୁମାନଙ୍କୁ ଅନେକ ସମୟରେ ରନ୍ଧାଖାଦ୍ୟ ବନ୍ଦ କରି ଦିଆଯାଏ। କିଛି ଅଙ୍ଗନୱାଡି କର୍ମୀ ଚାଉଳ ମିଳିବା ଆଶାରେ ଉଦ୍ଧାରରେ ଚାଉଳ ଆଣି ଶିଶୁମାନଙ୍କୁ ଖାଇବାକୁ ଦେଇଥାନ୍ତି। ପରେ ଯଦି ଅଧିକାରୀମାନଙ୍କୁ ଏ ନେଇ ଅଭିଯୋଗ କଲେ ତାଙ୍କର ନାଲି ଆଖିର ଶିକାର ମଧ୍ୟ ହେଉଥିବା ଅଭିଯୋଗ ହେଉଛି। ଏହା ଉପରେ ଏକ ଭିଜିଲାନ୍ସସ୍ତରୀୟ ତଦନ୍ତ କରାଗଲେ ବହୁ ରହସ୍ୟ ଉନ୍ମୋଚିତ ହେବ ବୋଲି ସାଧାରଣରେ ଦାବି ହୋଇଛି। ଏ ନେଇ ଜୁନାଗଡ଼ ସିଡ଼ିପିଓ ଶୈଳଜା ଦାଶଙ୍କୁ ପଚାରିବାରୁ ମୁଁ ନୂଆରେ ଆସିଛି କ’ଣ ହୋଇଛି ବୁଝୁଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Nimesulide Ban: ପେନ୍ କିଲର ଖାଉଥିଲେ ସାବଧାନ! ଏହି ଔଷଧକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ,୩୧।୧୨:  କେନ୍ଦ୍ର ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଗ୍ରାରୁ ଅଧିକ ଧାରଣ...

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri