ଯୋଗାଣ ହେଉଛି ବାଲି, ଗୋଡ଼ିମିଶା ଚାଉଳ

ଭବାନୀପାଟଣା,୧।୬(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ସମନ୍ବିତ ଶିଶୁ ବିକାଶ ସେବା ପ୍ରକଳ୍ପ କାର୍ଯ୍ୟାଳୟ (ଆଇସିଡିଏସ)ରେ ଦୁର୍ନୀତିର ଗନ୍ଧ ଏବେ ବାରି ହେଉଛି। ବର୍ତ୍ତମାନ ଚାଉଳ ଯୋଗାଣକାରୀ ସଂସ୍ଥା ନିଷ୍ପାପ ଶିଶୁଙ୍କ ଜୀବନ ପ୍ରତି ଖେଳ ଖେଳୁଛନ୍ତି। ଅଙ୍ଗନୱାଡି କେନ୍ଦ୍ରକୁ ଯୋଗାଣ ହେଉଥିବା ଚାଉଳରେ ବାଲି, ଗୋଡି, ମାଟି ମିଶାଇ ନିଜେ ଅଖାବୋରାକୁ ହାତରେ ସିଲେଇ କେନ୍ଦ୍ରକୁ ଯୋଗାଣ କରାଯାଉଥିବା ନେଇ ଖୋଦ ଅଙ୍ଗନୱାଡି କର୍ମୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରକୁ ୩ରୁ ୬ ବର୍ଷର ଶିଶୁକୁ ଯୋଗାଣ ହେଉଥିବା ଚାଉଳ ମଧ୍ୟ ବାଟମାରଣା ହେଉଛି। ସମ୍ପୃକ୍ତ ଯୋଗାଣକାରୀ ସଂସ୍ଥା ଚାଉଳ ଯୋଗାଣ କରୁ ନ ଥିବା ନେଇ ବିଭାଗୀୟ ଅଧିକାରୀମାନେ ଅଗତ ଥିଲେ ସୁଦ୍ଧା ମଧୁଚନ୍ଦ୍ରିକା ଯୋଗୁ ଚୁପ ରହୁଛନ୍ତି।
ଜୁନାଗଡ଼ ବ୍ଲକ ମାଲିଗୁଡା ସେଖପଡାରେ ଥିବା ମିନିଅଙ୍ଗନୱାଡି କେନ୍ଦ୍ରରେ ଗତ କିଛି ଦିନ ତଳେ ୫ ବସ୍ତା ଚାଉଳ ଯୋଗାଣ ହୋଇଥିଲା। ଏହି ଅଖାବସ୍ତାରେ ଥିବା ଚାଉଳ କେଉଁଠି ମଧ୍ୟ ୫୦ କେଜି ଚାଉଳ ନ ଥିଲା। କେଉଁ ବସ୍ତାରେ ୩୫ କେଜି ତ ଆଉ କେଉଁଟି ୪୦ କେଜି ରହିଥିଲା। ଅନ୍ୟ କିଛି ବସ୍ତା ଚାଉଳ ସଫା ଥିବା ବେଳେ ଆଉ ୨ଟି ବସ୍ତା ଚାଉଳରେ ବାଲି, ଗୋଡି, ମାଟି ମିଶିଥିଲା। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ଜୁନାଗଡ଼ ଆଇସିଡିଏସ ଅଧୀନ ୧୦ଟି ସେକ୍ଟର ଅଛି। ଏହି ସେକ୍ଟର ଅଧୀନରେ ଗ୍ରାମାଞ୍ଚଳର ଓ ସହରାଞ୍ଚଳ ମିଶି ୨୪୮ଟି ଅଙ୍ଗନୱାଡି କେନ୍ଦ୍ର ଅଛି। ୨୪୮ଟି କେନ୍ଦ୍ରରେ ୧୦ ହଜାର ୩୧୩ଜଣ ୩ରୁ ୬ ବର୍ଷର ଶିଶୁଙ୍କୁ ଗରମ ରନ୍ଧାଖାଦ୍ୟ ଦିଆଯାଉଛି। ଜୁନାଗଡ଼ ଆଇସିଡିଏସ୍‌ ଅଧୀନରେ ଥିବା ଅଙ୍ଗନୱାଡି କେନ୍ଦ୍ରକୁ ନବରଙ୍ଗପୁରର ଜିଲାର ଏକ ସଂସ୍ଥା ଚାଉଳ ଯୋଗାଣ କରିଥାଏ। ଚାଉଳ ଯୋଗାଣକାରୀ ସଂସ୍ଥା ବର୍ଷକୁ ୪ଥର ଚାଉଳ ଯୋଗାଉଥିବା ବେଳେ ପ୍ରତି ୩ ମାସରେ ଥରେ ସମ୍ପୃକ୍ତ ଯୋଗାଣକାରୀ ସଂସ୍ଥା ଅଙ୍ଗନୱାଡି କେନ୍ଦ୍ରକୁ ଚାଉଳ ଯୋଗାଣ କରିଥାଏ। ଏଥିରେ ପ୍ରଥମେ ଏପ୍ରିଲରୁ ଜୁନ, ଦ୍ୱିତୀୟରେ ଜୁଲାଇରୁ ସେପ୍ଟେମ୍ବର, ତୃତୀୟରେ ଅକ୍ଟୋବର ରୁ ଡିସେମ୍ବର ଓ ଚତୁର୍ଥରେ ଜାନୁୟାରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ଚାଉଳ ଯୋଗାଣ ହୋଇଥାଏ। ଜୁନାଗଡ଼ ଆଇସିଡିଏସ ଅଧୀନରେ ୧୦ ହଜାର ୧୧୩ ଜଣ ୩ରୁ ୬ ବର୍ଷର ଶିଶୁ ରନ୍ଧା ଖାଦ୍ୟ ଖାଇଥାନ୍ତି। ପ୍ରତିଦିନ ଜଣେ ଶିଶୁଙ୍କୁ ୮୦ ଗ୍ରାମ ହିସାବରେ ମାସକୁ ୨ କେଜି ଚାଉଳ ଦିଆଯାଇଥାଏ। ଜଣେ ଶିଶୁ ପିଛା ବର୍ଷକୁ ୨୪ କେଜି ହିସାବରେ୧୦ ହଜାର ୩୧୩ ଶିଶୁଙ୍କୁ ପ୍ରତିବର୍ଷ ୨ ହଜାର ୪୭୫ କୁଇଣ୍ଟାଲ ୨ କେଜି ଚାଉଳ ଯୋଗାଣ ହୋଇଥଏ। ଗୋଟିଏ ଚାଉଳ ଭର୍ତ୍ତି ଅଖାବୋରାରେ ୫୦ କେଜି ଚାଉଳ ରହିଥାଏ। ହେଲେ ଯୋଗାଣକାରୀ ସଂସ୍ଥା ଓ ଆଇସିଡିଏସ ମଧୁଚନ୍ଦ୍ରିକା ଯୋଗୁ ୫୦ କେଜି ଚାଉଳ ଅଙ୍ଗନୱାଡି କେନ୍ଦ୍ରକୁ ଗଲେ ତାହା କେତେବେଳେ ୩୫ କେଜି ତ ଆଉ କେତେବେଳେ ୪୦ କେଜି ହୋଇଥାଏ। ପ୍ରତି ବସ୍ତାରୁ ୧୦ରୁ ୧୫ କେଜି ଚାଉଳ କମ୍‌ ରହିଥାଏ। କମ ଚାଉଳ ଯୋଗାଣ ଯୋଗୁ କେନ୍ଦ୍ରରେ ଶିଶୁମାନଙ୍କୁ ଅନେକ ସମୟରେ ରନ୍ଧାଖାଦ୍ୟ ବନ୍ଦ କରି ଦିଆଯାଏ। କିଛି ଅଙ୍ଗନୱାଡି କର୍ମୀ ଚାଉଳ ମିଳିବା ଆଶାରେ ଉଦ୍ଧାରରେ ଚାଉଳ ଆଣି ଶିଶୁମାନଙ୍କୁ ଖାଇବାକୁ ଦେଇଥାନ୍ତି। ପରେ ଯଦି ଅଧିକାରୀମାନଙ୍କୁ ଏ ନେଇ ଅଭିଯୋଗ କଲେ ତାଙ୍କର ନାଲି ଆଖିର ଶିକାର ମଧ୍ୟ ହେଉଥିବା ଅଭିଯୋଗ ହେଉଛି। ଏହା ଉପରେ ଏକ ଭିଜିଲାନ୍ସସ୍ତରୀୟ ତଦନ୍ତ କରାଗଲେ ବହୁ ରହସ୍ୟ ଉନ୍ମୋଚିତ ହେବ ବୋଲି ସାଧାରଣରେ ଦାବି ହୋଇଛି। ଏ ନେଇ ଜୁନାଗଡ଼ ସିଡ଼ିପିଓ ଶୈଳଜା ଦାଶଙ୍କୁ ପଚାରିବାରୁ ମୁଁ ନୂଆରେ ଆସିଛି କ’ଣ ହୋଇଛି ବୁଝୁଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri