‘ସୁପର ଆର୍ଥ’ ଆବିଷ୍କୃତ: ପୃଥିବୀ ଅପେକ୍ଷା ୨ ଗୁଣା ଚଉଡ଼ା, ୪ ଗୁଣ ଓଜନିଆ

ଓ୍ବାଶିଂଟନ, ୧୭ା୭: ଆମେରିକୀୟ ମହାକାଶ ସଂସ୍ଥା (ନାସା) ପକ୍ଷରୁ ୧୫୪ ଆଲୋକବର୍ଷ ଦୂରରେ ଏକ ରହସ୍ୟମୟ ବିଶାଳ ଗ୍ରହ ‘ସୁପର ଆର୍ଥ’କୁ ଆବିଷ୍କାର କରାଯାଇଛି। ଏହି ଗ୍ରହଠାରୁ ବାରମ୍ବାର ରହସ୍ୟମୟ ସଙ୍କେତ ଆସୁଥିବା ନାସା କହିଛି। ଏହି ବିଶାଳ ଗ୍ରହର ନାମ ‘ଟିଓଆଇ-୧୮୪୬ ବି’ ରଖାଯାଇଥିବା ବେଳେ ଏହା ପୃଥିବୀ ଅପେକ୍ଷା ପ୍ରାୟ ୨ ଗୁଣା ଚଉଡ଼ା ଏବଂ ପ୍ରାୟ ୪ ଗୁଣ ଓଜନିଆ। ବୈଜ୍ଞାନିକମାନେ ଏହି ଗ୍ରହକୁ ନର୍ଦେନ ସ୍କାଏର ଲିରା ନକ୍ଷତ୍ରମଣ୍ଡଳରେ ଆବିଷ୍କାର କରିଛନ୍ତି।

ଏହି ସୁପର ଆର୍ଥର ପତଳା ବାୟୁମଣ୍ଡଳ ତଳେ ଘନ ବରଫର ଏକ ସ୍ତର ଥାଇପାରେ କିମ୍ବା ହୁଏତ ଅଳ୍ପ ଗଭୀର ସମୁଦ୍ର ଥାଇପାରେ ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି। ଏହି ‘ସୁପର ଆର୍ଥ’ର ପୃଷ୍ଠ ତାପମାତ୍ରା ୩୦୦ ଡିଗ୍ରୀ ସେଲ୍‌ସିୟସ (ପ୍ରାୟ ୬୦୦ ଡିଗ୍ରୀ ଫାରେନହାଇଟ) ଥିବା ଜଣାପଡ଼ିଛି। ଏହାସତ୍ତ୍ୱେ ମଧ୍ୟ ସେଠାରେ ଜଳର ଉପସ୍ଥିତି ନେଇ ସମ୍ଭାବନା ରହିଥିବା ବୈଜ୍ଞାନିକମାନେ ଅନୁମାନ କରିଛନ୍ତି। ଏହି ଗ୍ରହର ଗୋଟିଏ ପାର୍ଶ୍ୱ ସର୍ବଦା ତାରା ଆଡ଼କୁ ମୁହଁ କରି ରହୁଥିବା ବେଳେ ଅନ୍ୟ ପାର୍ଶ୍ୱଟି ଅନ୍ଧାରରେ ରହିଥାଏ। ତେଣୁ ଜଳ ହୁଏତ ଗ୍ରହର ଶୀତଳ ଏବଂ ଅନ୍ଧାର ପାର୍ଶ୍ୱରେ ଲୁଚି ରହିଥିବା ନେଇ ବୈଜ୍ଞାନିକମାନେ କହିଛନ୍ତି। ତେବେ ଏହାର ବାୟୁମଣ୍ଡଳରେ ତାପ କିପରି ପ୍ରବାହିତ ହେଉଛି, ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଉପରେ ଜଳର ଉପସ୍ଥିତି ନିର୍ଭର କରୁଛି। ତେବେ ତାପମାତ୍ରା ଅତ୍ୟଧିକ ଥିବାରୁ ଏହି ଗ୍ରହରେ ଜୀବନଯାପନ ଅସମ୍ଭବ ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି। ‘ଟିଓଆଇ-୧୮୪୬ ବି’ ଗ୍ରହର ଆବିଷ୍କାରକୁ ନିଶ୍ଚିତ କରି ମରକ୍କୋସ୍ଥିତ ଓକାଇମେଡେନ୍‌ ଅବ୍‌ଜରଭେଟୋରିରେ କାର୍ଯ୍ୟରତ ବରିଷ୍ଠ ବୈଜ୍ଞାନିକ ଆବ୍‌ଦେରାହମାନ୍‌ ସୌବକିଉ କହିଛନ୍ତି, ନାସାର ଟ୍ରାନ୍‌ଜିଟିଂ ଏକ୍ସୋପ୍ଲାନେଟ ସର୍ଭେ ସାଟେଲାଇଟ (ଟିଇଏସ୍‌ଏସ୍‌), ମଲ୍ଟି କଲର ଗ୍ରାଉଣ୍ଡ ବେସ୍‌ଡ ଫଟୋମେଟିକ୍‌ ଡେଟା, ହାଇ ରିଜୋଲ୍ୟୁସନ ଇମେଜିଂ, ସ୍ପେକ୍ଟ୍ରୋସ୍କୋପିକ୍‌ ଅବଜରଭେସନ୍ସ ଆଦିର ବ୍ୟବହାରରେ ଏହି ସୁପର ଆର୍ଥର ଆବିଷ୍କାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

୩ ଦିନ ଧରି ଚାଲିଥିବା ଅଙ୍ଗନ କି ଉତ୍ସବ ଉଦଯାପିତ, ଶିଶୁ ତଥା ଅଭିଭାବକଙ୍କୁ ନେଇ ସରିଲା କାର୍ଯ୍ୟକ୍ରମ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସାଂରାଣୀ ପଣ୍ଡାଙ୍କ ତତ୍ୱାବଧାନରେ, ଉଭୟ କେନ୍ଦ୍ର…

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?