ସଂଜୟ କପୁରଙ୍କ ଉତ୍ତରାଧିକାରୀଙ୍କୁ ମିଳିବ ୩୦,୦୦୦ କୋଟି ଟଙ୍କାର ସମ୍ପତ୍ତି, କରିସ୍କାଙ୍କ ସନ୍ତାନଙ୍କୁ ମିଳିବ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ବାମୀ ତଥା ବିଲିୟନେୟାର ବ୍ୟବସାୟୀ ସଂଜୟ କପୁରଙ୍କ ଗତ ଜୁନ ୧୨ରେ ଲଣ୍ଡନରେ ଅକାଳ ମୃତ୍ୟୁ ଘଟିଥିଲା। ସେ ଗାର୍ଡସ ପୋଲୋ କ୍ଲବରେ ପୋଲୋ ଖେଳୁଥିବା ସମୟରେ ଅସୁସ୍ଥ ହୋଇ ହୃଦଘାତରେ ମୃତ୍ୟୁବରଣ କରିଥିଲେ। ସୂଚନା ଅନୁଯାୟୀ, ଖେଳ ଚାଲିଥିବା ସମୟରେ ଏକ ମହୁମାଛି ତାଙ୍କ ଗଳାରେ ପଶି ଯାଇଥିବା ଯୋଗୁଁ ଆଲର୍ଜିଜନିତ ସମସ୍ୟା (ଆନାଫାଇଲାକ୍ଟିକ ସକ) ହେତୁ ତାଙ୍କର ମୃତ୍ୟୁ ହୋଇଥିଲା। ସଂଜୟ କପୁର ଥିଲେ ଅଟୋ ପାର୍ଟସ କମ୍ପାନୀ ସୋନା କମଷ୍ଟାରର ଅଧ୍ୟକ୍ଷ, ଯାହାର ବଜାର ମୂଲ୍ୟ ପ୍ରାୟ ୩୧,୦୦୦ କୋଟି ଟଙ୍କା (୪ ବିଲିୟନ ଡଲାର)। ତେବେ ତାଙ୍କ ମୃତ୍ୟୁ ପରେ ତାଙ୍କ ୩୦,୦୦୦ କୋଟି ଟଙ୍କାର ସମ୍ପତ୍ତିର ଉତ୍ତରାଧିକାରୀ ନେଇ ଚର୍ଚ୍ଚା ଜୋର ଧରିଛି।

ସଂଜୟ କପୁର ଓ କରିସ୍ମା କପୁର ୨୦୦୩ ମସିହାରେ ବିବାହ କରିଥିଲେ ଏବଂ ୨୦୧୬ ମସିହାରେ ସେମାନେ ବିବାହ ବିଚ୍ଛେଦ କରିଥିଲେ। ସେମାନଙ୍କର ଦୁଇ ସନ୍ତାନ ଅଛନ୍ତି ଝିଅ ସମୈରା (୨୦ ବର୍ଷ) ଏବଂ ପୁତ୍ର କିଆନ (୧୪ ବର୍ଷ)। ରିପୋର୍ଟ ଅନୁଯାୟୀ, ବିବାହ ବିଚ୍ଛେଦ ସମୟରେ ସଂଜୟ ତାଙ୍କ ଦୁଇ ସନ୍ତାନଙ୍କ ପାଇଁ ୧୪ କୋଟି ଟଙ୍କାର ବଣ୍ଡ କିଣିଥିଲେ, ଯାହାକି ପ୍ରତି ମାସରେ ସୁଧ ଭାବେ ୧୦ ଲକ୍ଷ ଟଙ୍କା ଆୟ କରିବ। ଏହା ସହିତ, କରିସ୍ମାଙ୍କୁ ସଂଜୟଙ୍କ ପିତାଙ୍କ ନାମରେ ଥିବା ମୁମ୍ବାଇର ଏକ ଘର ମଧ୍ୟ ପ୍ରଦାନ କରାଯାଇଥିଲା। ସୂଚନା ଅନୁସାରେ, କରିସ୍ମା ଏହି ସମ୍ପତ୍ତି ବିବାଦରେ ସାମିଲ ନାହାନ୍ତି ଏବଂ ତାଙ୍କର ଏକମାତ୍ର ଚିନ୍ତା ହେଉଛି ତାଙ୍କ ସନ୍ତାନଙ୍କ ଭବିଷ୍ୟତ। ତେବେ ସମୈରା ଓ କିଆନ ତାଙ୍କ ପିତାଙ୍କ ସମ୍ପତ୍ତିର ଆଇନଗତ ଉତ୍ତରାଧିକାରୀ ବୋଲି କୁହାଯାଉଛି।

ସଂଜୟଙ୍କ ମୃତ୍ୟୁ ପରେ ତାଙ୍କ ମାଆ ରାନୀ କପୁର ଦାବି କରିଛନ୍ତି ଯେ ସେ ସୋନା ଗ୍ରୁପରେ ସର୍ବାଧିକ ଅଂଶଧନ ରଖିଛନ୍ତି ଏବଂ ସେ ହିଁ ସମ୍ପତ୍ତିର ଆଇନଗତ ଉତ୍ତରାଧିକାରୀ। ସେ ଅଭିଯୋଗ କରିଛନ୍ତି ଯେ କେତେକ ବ୍ୟକ୍ତି ପରିବାରର ଉତ୍ତରାଧିକାର ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଅନ୍ୟପକ୍ଷରେ, ସଂଜୟଙ୍କ ତୃତୀୟ ପତ୍ନୀ ପ୍ରିୟା ସଚଦେବ କପୁରଙ୍କୁ ସୋନା କମଷ୍ଟାରର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ସେ ନିଜ ନାମ ପ୍ରିୟା ସଚଦେବ କପୁରରୁ ପରିବର୍ତ୍ତନ କରି ପ୍ରିୟା ସଂଜୟ କପୁର ରଖିଛନ୍ତି। ଏହି ବିବାଦ ମଧ୍ୟରେ କରିସ୍ମା ନିକଟସ୍ଥ ସୂତ୍ର ସ୍ପଷ୍ଟ କରିଛନ୍ତି ଯେ କରିସ୍ମା ଏହି ସମ୍ପତ୍ତି ବିବାଦରେ ଜଡିତ ନାହାନ୍ତି ଏବଂ ତାଙ୍କ ସନ୍ତାନମାନେ ସେମାନଙ୍କ ଅଧିକାରରେ ଥିବା ଅଂଶ ପାଇବେ।

ସଂଜୟ କପୁରଙ୍କର ତିନୋଟି ବିବାହରୁ ତିନି ସନ୍ତାନ ଅଛନ୍ତି। କରିସ୍ମାଙ୍କଠାରୁ ସମୈରା ଓ କିଆନ ଏବଂ ତାଙ୍କ ତୃତୀୟ ପତ୍ନୀ ପ୍ରିୟା ସଚଦେବଙ୍କଠାରୁ ଆଜାରିୟାସ (୬ ବର୍ଷ)। ରିପୋର୍ଟ ଅନୁଯାୟୀ, ସଂଜୟଙ୍କ ସମ୍ପତ୍ତିର ପରିଚାଳନା ବର୍ତ୍ତମାନ ପ୍ରିୟା ସଚଦେବ କପୁରଙ୍କ ହାତରେ ରହିଛି। ତେବେ, ସମ୍ପତ୍ତିର ବଣ୍ଟନ ନେଇ ଆଇନଗତ ପ୍ରକ୍ରିୟା ଏବଂ ଉଇଲର ବିବରଣୀ ଉପରେ ର୍ନିଭର କରୁଛି, ଯାହା ଆଗାମୀ ସପ୍ତାହରେ ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Modi Govt Plan-B ଆକ୍ଟିଭ! ଇନ୍ଧନ ଯୋଗାଣ, ଜାହାଜ ପରିବହନ ସୁରକ୍ଷା ଉପରେ ଦୃଢ ମନୋଭାବ ପୋଷଣ କଲା ଭାରତ, ହର୍ମୁଜ ଷ୍ଟ୍ରେଟରେ କଡ଼ା ନଜର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ ବିଶ୍ୱ ଉତ୍ତେଜନାକୁ ଏକ ଗୁରୁତର ସ୍ତରକୁ ବୃଦ୍ଧି କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri