Posted inଜାତୀୟ

ଇସ୍ତଫା ଦେଲେ ‘ଲେଡି ସିଘଂମ’, କହିଲେ ଆଇପିଏସ୍‌ ହୋଇ ଫେରିବି

ସୁରତ,୧୬।୭: ଗୁଜୁରାଟର ଜଣେ ଲେଡି କନଷ୍ଟେବଳ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସୁନୀତା ଯାଦବ ନାମକ ଏହି କନଷ୍ଟେବଳ ଭାଜପା ସରକାରର ଜଣେ ମନ୍ତ୍ରୀଙ୍କ ପୁଅକୁ କଡା ଜବାବ ଦେବାରୁ ତାଙ୍କୁ ଚାକିରି ଛାଡିବାକୁ ପଡିଛି। ଜୁଲାଇ ୮ରେ କର୍ଫ୍ୟୁରେ କିଛି ଲୋକଙ୍କ ବୁଲିବା ଦେଖି କ’ଣ ପାଇଁ ବୁଲୁଛ ବୋଲି ପଚାରିଥିଲେ ସୁନୀତା। କିଛି କାରଣ ପାଇଁ ବାହାରେ ବୁଲିବାକୁ ଅନୁମତି ଅଛି। କିନ୍ତୁ ଏମାନଙ୍କ ପାଖେ କାରଣ ନ ଥିଲା। ସେମାନେ ସରି କହି କ୍ଷମା ମାଗିଲେ। ସୁନୀତା କିନ୍ତୁ ଆଇନ ଅନୁଯାୟୀ ଦଣ୍ଡ ଦେଇଥିଲେ। ତାଙ୍କ ପାଖରେ ଚାଲାଣ ସ୍ଲିପ ନ ଥିବାରୁ ସେମାନଙ୍କ ଭୁଲ ପାଇଁ ବସଉଠ କରାଇଥିଲେ। ଗୁଜରାଟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପୁଅ ପ୍ରକାଶ କରାନୀ ଘଟଣାସ୍ଥଳରେ ପହଞ୍ଚି ଏମାନଙ୍କୁ ଅଟକାଇବା ନେଇ କନଷ୍ଟେବଳଙ୍କୁ ପଚାରିଥିଲେ। ଏହାପରେ ଯୁକ୍ତିତର୍କ ହେଲା ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଲା। ଏହାପରେ ପ୍ରକାଶ ସମେତ ୩ ଜଣଙ୍କୁ ପୋଲିସ ଅଟକ ରଖିଥିଲା। ଏହି ଘଟଣା ପରେ ସୁନୀତାଙ୍କୁ ଲେଡି ସିଘଂମ ଆଖ୍ୟା ଦିଆଗଲା। କିନ୍ତୁ ତାଙ୍କ ଉପରେ ଚାପ ପଡିଥିଲା। ଜୀବନ ପ୍ରତି ବିପଦ ଅଛି ବୋଲି ସୁନୀତା ଏକ ଭିଡିଓ ପୋଷ୍ଟ କରି କହିଥିଲେ।
ସୁନୀତା କହିଛନ୍ତି, ମୁଁ ଲେଡି ସିଙ୍ଘମ ନୁହେଁ। ମୁଁ କେବଳ ମୋ କର୍ତ୍ତବ୍ୟ କରିଥିଲି। ମୁଁ ଭାବୁଥିଲି ଖାକି ବର୍ଦ୍ଦିରେ କ୍ଷମତା ଅଛି। ଏ ଘଟଣା ମୋତେ ଶିଖାଇ ଦେଇଛି, ଏହା ପ୍ରକୃତରେ ଉଚ୍ଚ ପାହ୍ୟାରେ ଥାଏ। ମୁଁ ଏବେ ଆଇପିଏସ ପାଇଁ ପ୍ରସ୍ତୁତ ହେବି ଏବଂ ପାହ୍ୟା ସହ ଫେରିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri