ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ ଛାଡପତ୍ର ରିପୋର୍ଟକୁ କେବଳ ଗୁଜବ ବୋଲି ଖାରଜ କରିଥିଲେ। ଏବେ ଗୋବିନ୍ଦା ଏବଂ ସୁନୀତାଙ୍କ ସମ୍ପର୍କ ପୁଣି ଥରେ ନଜରକୁ ଆସିଛି। ଏକ ସାକ୍ଷାତକାରରେ, ସୁନୀତା ା ଗୋବିନ୍ଦାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କହିଥିଲେ। ସେ ଗୋବିନ୍ଦାଙ୍କ ସମ୍ପର୍କର ଗୁଜବ ଉପରେ ତାଙ୍କର ନୀରବତା ଭାଙ୍ଗି ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି।
ସୁନୀତା ଗୋବିନ୍ଦାଙ୍କ ସମ୍ପର୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କହିଛନ୍ତି, ଯାହା ତାଙ୍କ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତାଙ୍କ ସାକ୍ଷାତକାରରେ ସୁନୀତା କହିଛନ୍ତି, ମୁଁ ୨୦୨୫କୁ ମୋ ପାଇଁ ବହୁତ ଖରାପ ବର୍ଷ ବୋଲି ବିବେଚନା କରେ। କାରଣ ମୁଁ ଶୁଣୁଛି ଯେ ଗୋବିନ୍ଦାଙ୍କ ଏକ ଝିଅ ସହିତ ସମ୍ପର୍କ ଅଛି। କିନ୍ତୁ ମୁଁ ଜାଣେ ଯେ ସେହି ଝିଅ ଜଣେ ଅଭିନେତ୍ରୀ ନୁହେଁ, କାରଣ ଅଭିନେତ୍ରୀମାନେ ଏପରି ଖରାପ କାମ କରନ୍ତି ନାହିଁ। ସେ ତାଙ୍କୁ ଭଲ ପାଆନ୍ତି ନାହିଁ, ସେ କେବଳ ଟଙ୍କା ପାଇଁ ଗୋବିନ୍ଦାଙ୍କ ସହିତ ଅଛନ୍ତି। ସେ କେବଳ ଟଙ୍କା ଚାହାଁନ୍ତି।

ସୁନିତା ଆହୁରି କହିଛନ୍ତି, ମୁଁ ୨୦୨୬ରେ ମୋ ଜୀବନକୁ ବଦଳାଇବାକୁ ଚାହୁଁଛି। ମୁଁ ଚାହୁଁଛି, ଗୋବିନ୍ଦା ଏହି ସମସ୍ତ ବିବାଦର ଅନ୍ତ ଘଟାନ୍ତୁ ଏବଂ ୨୦୨୬ରେ ଆମର ଏକ ସୁଖୀ ପରିବାର ହେଉ। ମୁଁ ଆଶା କରୁଛି ଯେ, ଗୋବିନ୍ଦା ଖୁବ ଶୀଘ୍ର ଅନୁଭବ କରିବେ ଯେ ତାଙ୍କ ଜୀବନରେ କେବଳ ତିନି ଜଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମହିଳା ହେଉଛନ୍ତି, ତାଙ୍କ ସ୍ତ୍ରୀ, ମା’ ଏବଂ ଝିଅ। କାହାରି ଜୀବନରେ ଚତୁର୍ଥ ମହିଳା ରହିବାର ଅଧିକାର ନାହିଁ। ଏହା ଗୋବିନ୍ଦା ଏବଂ ବିଶ୍ୱର ପ୍ରତ୍ୟେକ ପୁରୁଷଙ୍କ ପାଇଁ ପ୍ରଯୁଜ୍ୟ। ମୁଁ ଚାହେଁ ଚିଚି ତାଙ୍କର ସମସ୍ତ ଚାଟୁକାରଙ୍କୁ ପଛରେ ପକାଇ ତାଙ୍କ କାମରେ ଧ୍ୟାନ ଦିଅନ୍ତୁ।

ଏହା ଉଲ୍ଲେଖନୀୟ ଯେ, ଏହି ବର୍ଷ ଗୋବିନ୍ଦା ଏବଂ ସୁନିତାଙ୍କ ସମ୍ପର୍କ ବହୁତ ଅଶାନ୍ତ ରହିଛି। ଏହି ବର୍ଷ ସେମାନଙ୍କ ଛାଡପତ୍ରର ଖବର ମଧ୍ୟ ସାମ୍ନାକୁ ଆସିଥିଲା। ସୁନିତା କିନ୍ତୁ ଛାଡପତ୍ର ରିପୋର୍ଟକୁ କେବଳ ଗୁଜବ ବୋଲି କହିଛନ୍ତି। କେହି ତାଙ୍କୁ ଗୋବିନ୍ଦାଙ୍କଠାରୁ ଅଲଗା କରିପାରିବେ ନାହିଁ। ଗୋବିନ୍ଦା ଏବଂ ସୁନିତା ଆହୁଜା ୧୯୮୭ରେ ବିବାହ କରିଥିଲେ ଏବଂ ସେମାନଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri