Posted inଖେଳ

୭୧ ବର୍ଷରେ ସୁନୀଲ ଗାଭାସ୍କର

ମୁମ୍ବାଇ,୧୦।୭: ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ଶୁକ୍ରବାର ସେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ଶୁଅ ଛୁଟିଛି। ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଟେଷ୍ଟରେ ୧୦ ହଜାର ରନ ପୂରଣ କରିଥିବା ଗାଭାସ୍କର ୧୯୮୫ରେ ଭାରତର ନେତୃତ୍ୱ ନେଇଥିଲେ ଓ ଟିମ୍‌ ଇଣ୍ଡିଆକୁ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ରେ ବିଜୟୀ କରାଇଥିଲେ। ମୁମ୍ବାଇରେ ୧୯୪୯ ମସିହା ଜୁଲାଇ ୧୦ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ ବହୁ ପୂର୍ବତନ ଓ ଏବେକାର କ୍ରିକେଟର ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବତନ ବ୍ୟାଟ୍ସ୍ୟାନ ଭିଭିଏସ୍‌ ଲକ୍ଷ୍ମଣ, ଅଭିଜ୍ଞ ମହିଳା କ୍ରିକେଟର ମିଥାଲି ରାଜ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହ, ଦ୍ରୁତ ବୋଲର ଉମେଶ ଯାଦବ, ପୂର୍ବତନ ବ୍ୟାଟ୍ସମ୍ୟାନ ମହମ୍ମଦ କୈଫ୍‌, ମନୋଜ ତିଓ୍ବାରୀ ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
୧୯୭୧ ଐତିହାସିକ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ସେ ଗାଭାସ୍କାର ପଦାର୍ପଣ କରିଥିଲେ। କ୍ୟାରିୟରର ପ୍ରଥମ ସିରିଜ ସେ ୪ ଟି ମ୍ୟାଚ୍‌ ଖେଳି ଦଳ ତରଫରୁ ସର୍ବାଧିକ ୭୭୪ ରନ ସଂଗ୍ରହ କରିଥିଲେ। ଭାରତ ଏହି ସିରିଜରେ ୧-୦ରେ ବିଜୟୀ ହୋଇଥିଲା। ପଦାର୍ପଣର ୧୬ ବର୍ଷ ପରେ ସେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଟେଷ୍ଟରେ ୧୦,୦୦୦ ରନ୍‌ ସଂଗ୍ରହ କରିଥିଲେ। ମୋଟ ଉପରେ ୧୨୫ଟି ଟେଷ୍ଟ ଖେଳି ୫୧.୧୨ ରନ ହାରରେ ସେ ୧୦୧୨୨ ରନ ସଂଗ୍ରହ କରିଥିଲେ। ସେହିପରି ଦିନିକିଆରେ ସେ ୩୫.୧୩ ରନ ହାରରେ ୩୦୯୨ ରନ ସଂଗ୍ରହ କରିଥିଲେ। ଦିନିକିଆରେ ଗୋଟିଏ ଶତକ ଓ ୨୭ଟି ଅର୍ଦ୍ଧଶତକ ହାସଲ କରିଥିଲେ। ସେହିପରି ଟେଷ୍ଟରେ ସେ ୩୪ ଶତକ ଓ ୪୫ଟି ଅର୍ଦ୍ଧଶତକ ହାସଲ କରିଥିଲେ। ୪୭ ଟେଷ୍ଟ ଓ ୩୭ ଦିନିକିଆରେ ସେ ଭାରତର ନେତୃତ୍ୱ ନେଇଥିଲେ ଓ ଏଥିରେ ଦଳ ୯ ଟେଷ୍ଟ ଓ ୧୪ଟି ଦିନିକିଆରେ ବିଜୟୀ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରଗବୀରେ ଓଡ଼ିଶା ମହିଳା ଦଳର ବୃହତ ବିଜୟ

ଅହମ୍ମଦାବାଦ,୨୯ା୯(ପି.ଟି.): ବୁଧବାର ଠାରୁ ଗୁଜରାଟରେ ଆରମ୍ଭ ହୋଇଛି ୩୬ ତମ ଜାତୀୟ କ୍ରୀଡା। ଜାତୀୟ କ୍ରୀଡାର ପ୍ରଥମ ଦିନରେ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ବିଜେତା ନୟନମୋନି ସାଇକିଆ...

ଶାହାଜାଦ୍‌ଙ୍କ ଶତକ: ସିରିଜ ଡ୍ର’ କଲା ଆଫଗାନିସ୍ତାନ

ବେଲ୍‌ଫାଷ୍ଟ, ୨୨।୫- ଘରୋଇ ଆୟର୍ଲାଣ୍ଡ ବିପକ୍ଷରେ ମଙ୍ଗଳବାର ଏଠାରେ ଖେଳାଯାଇଥିବା ଅନ୍ତିମ ତଥା ୨ୟ ଦିନିକିଆ ମ୍ୟାଚ୍‌କୁ ଆଫଗାନିସ୍ତାନ ୧୨୬ ରନରେ ଜିତିନେଇଛି। ଏଥିସହ ଦୁଇ...

ଜାତୀୟ କରାଟେ ପ୍ରତିଯୋଗିତା: ସ୍ବର୍ଣ୍ଣ, ବ୍ରୋଞ୍ଜ ପଦକ ଜିତିଲେ ଦୁଇ ଆଦିବାସୀ ଛାତ୍ରୀ

ମାଲକାନଗିରି, ୫।୧୨(ଡି.ଏନ.ଏ.): ମାଲକାନଗିରି ଜିଲା ସଦର ବ୍ଲକ ସିନ୍ଧ୍ରିମାଳ ଗ୍ରାମ ପଞ୍ଚାୟତ ସଦର ମହକୁମା କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟର ଦୁଇଜଣ ଆଦିବାସୀ ଛାତ୍ରୀ...

ପୁଅକୁ କଳା କହିବାରୁ ରାଗିଲେ ଶିଖର ଧାଓ୍ବନଙ୍କ ସ୍ତ୍ରୀ, କହିଲେ ଏମିତି କଥା

ଏବେ ବିଶ୍ୱରେ ବର୍ଣ୍ଣବୈଷମ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆମେରିକା ପୋଲିସ ହେପାଜତରେ ଅଶ୍ୱେତ ଜର୍ଜ ଫ୍ଲୋୟଡଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ ପରେ ବିଶ୍ୱର କୋଣ ଅନୁକୋଣରେ...

କୋହଲି-ଶାସ୍ତ୍ରୀଙ୍କୁ ଦାୟୀ କରିବା ଠିକ୍‌ ନୁହେଁ

ମାଞ୍ଚେଷ୍ଟର,୧୨।୯: ଭାରତର ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଫାରୁକ୍‌ ଇଞ୍ଜିନିୟର ଅଧିନାୟକ ବିରାଟ କୋହଲି ଏବଂ କୋଚ୍‌ ରବି ଶାସ୍ତ୍ରୀଙ୍କ ସପକ୍ଷରେ ବାହାରିଛନ୍ତି। ପୁସ୍ତକ ଉନ୍ମୋଚନ ଉତ୍ସବରେ...

ଧୋନୀଙ୍କୁ ପ୍ରଶଂସା କଲେ ବିଦେଶୀ ଖେଳାଳି

ଚେନ୍ନାଇ, ୩୧।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱ ନେବାର ଶୈଳିକୁ ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲି ପ୍ରଶଂସା କରିଛନ୍ତି।...

ମେଡ୍‌ଭେଡେଭ ବିଦା, କ୍ୱାର୍ଟରରେ ଗଫ୍‌

ନ୍ୟୁୟର୍କ, ୬।୯ :ଡିଫେଣ୍ଡିଂ ଚାମ୍ପିୟନ ତଥା ବିଶ୍ୱର ନମ୍ବର ଓ୍ବାନ୍‌ ଖେଳାଳି ଡାନିଲ ମେଡ୍‌ଭେଡେଭ ଚଳିତ ୟୁଏaସ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସର ପ୍ରି-କ୍ୱାର୍ଟର ଫାଇନାଲରୁ ବିଦାୟ...

କରୋନା ଭାଇରସ୍ ପ୍ରଭାବ: ସଦସ୍ୟ ରାଷ୍ଟ୍ରଗୁଡ଼ିକର ମତାମତ ଲୋଡ଼ିଲା ଆଇଓସି

ପ୍ୟାରିସ, ୨୩ା୩ (ଏଏଫ୍‌ପି)-ସମଗ୍ର ବିଶ୍ୱରେ ଘାତକ କରୋନା ଭାଇରସ୍‌ ଏହାର କାୟା ବିସ୍ତାର କରି ଚାଲିଥିବାବେଳେ ବର୍ତ୍ତମାନ ପରିସ୍ଥିତିରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ କରିବା ଉଚିତ୍‌...

Advertisement
Archives

Model This Week