‘ଚକ୍ରାନ୍ତ କରି ମୋ ଟିକେଟ୍ କାଟିଦେଲେ, ତାଙ୍କ କଥା ଜଗନ୍ନାଥ ବୁଝିବେ’: ସୁନନ୍ଦା ଦାସ

ଭୁବନେଶ୍ୱର, ୨୨।୪: ସୋମବାର ବିଜୁ ଜନତା ଦଳ ପକ୍ଷରୁ ସପ୍ତମ ପର୍ଯ୍ୟାୟ ଟିକେଟ୍ ଘୋଷଣା କରାଯାଇଛି। ଏଥିରେ ବରୀ ବିଧାୟକ ସୁନନ୍ଦା ଦାସଙ୍କ ସ୍ଥାନରେ ବିଶ୍ୱରଂଜନ ମଲ୍ଲିକଙ୍କୁ ଟିକେଟ୍ ମିଳିଛି। ଏହାପରେ ସୁନନ୍ଦା ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଚକ୍ରାନ୍ତ କରି ତାଙ୍କର ଟିକେଟ୍ କାଟି ଦିଆଯାଇଥିଲା ବେଳେ ଦଳ ତାଙ୍କ ପ୍ରତି ବିଚାର କଲାନି ବୋଲି ସେ କହିଛନ୍ତି।

ସୁନନ୍ଦ କହିଛନ୍ତି ”ମୁଖ୍ୟମନ୍ତ୍ରୀ ରିପୋର୍ଟ ଦେଖିଥିଲେ ଟିକେଟ କଟିନଥାନ୍ତା, ଏକାଧିକ ଚକ୍ରାନ୍ତକାରୀ ମିଶି ତାଙ୍କର ଟିକେଟ୍ କାଟିଛନ୍ତି। ଭଗବାନ ଜଗନ୍ନାଥ ତାଙ୍କ କଥା ବୁଝିବେ। ତେବେ ରିପୋର୍ଟ ମୋ ସପକ୍ଷରେ ଥିଲା, ଟିକେଟ କାଟିବାକୁ ବାରମ୍ବାର ପ୍ରୟାସ କରାଯାଇଥିଲା। ମୋ ଟିକେଟ କାଟି ଜଣେ ଗୁଣ୍ଡା, ବଦମାସଙ୍କୁ ଟିକେଟ ଦିଆଯାଇଛି।”

ଏହାସହିତ ସୁନନ୍ଦା ଅଭିଯୋଗ ଲଗାଇଛନ୍ତି ଯେ, ”ତାଙ୍କଠାରୁ କ’ଣ ପାଇଥିବେ ବୋଲି ତାଙ୍କୁ ଟିକେଟ ଦିଆଯାଇଛି। ଏପରିକି ଟିକେଟ କଟାଯିବ ବୋଲି ମୋତେ କେବେ ଡାକି ଆଲୋଚନା କରିନାହାନ୍ତି, ୫ ବର୍ଷ ନିଷ୍ଠାର ସହ କାମ କରିଛି କିନ୍ତୁ ଦଳ ମୋ ପ୍ରତି ବିଚାର କଲାନି।”


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଡିଏଭିର ଶତପ୍ରତିଶତ ସଫଳତା: ସାଇ ସ୍ୱରିତ ସେଠୀ ବିଦ୍ୟାଳୟ ଟପ୍ପର

ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଡିଏଭି ପିଟିଏସଆର ପବ୍ଲିକ ସ୍କୁଲର ଛାତ୍ରୀଛାତ୍ର ମାନେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଛନ୍ତି। ଗତକାଲି ପ୍ରକାଶିତ ପରୀକ୍ଷା…

ଗଞ୍ଜେଇ ଧରିବାକୁ ଯାଇ ହଟହଟା ହେଲା ଗଜପତି ପୋଲିସ୍; ଆକ୍ରମଣ ସହ ବନ୍ଦି କଲେ ଗ୍ରାମବାସୀ, ୧୩ ଗିରଫ

ମୋହନା,୧୬।୪( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ମହାପଦର ଓ ଗୁଡ଼୍ରୀପଙ୍କା ଗାଁ ନିକଟରେରେ ଗଞ୍ଜେଇ କାରବାର ନେଇ ଖବର ପାଇଥିଲା ପୋଲିସ…

ହସ୍ପିଟାଲରେ ଭାରତର ବଡ଼ ଶତ୍ରୁ, ହୋଇଛନ୍ତି ଗୁରୁତର ଆହତ

ଲହୋର,୧୬।୪: ପାକିସ୍ତାନ ଭିତରେ ସୁରକ୍ଷିତ ଆଶ୍ରୟସ୍ଥଳରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ମୃତ୍ୟୁ ସଂଖ୍ୟା କମିବାର କୌଣସି ସଙ୍କେତ ଦେଖାଯାଉନାହିଁ। ସଦ୍ୟତମ ଘଟଣାଟି ଲାହୋରରୁ ଆସିଛି, ଯେଉଁଠାରେ ଅମିର…

ଟ୍ରେନ୍‌ରେ ମାଗଣାରେ କରିପାରିବେ ଯାତ୍ରା, ଭାରତୀୟ ରେଳବାଇ ଏମାନଙ୍କଠାରୁ ନିଏ ନାହିଁ ଗୋଟିଏ ବି ଟଙ୍କା, ଜାଣନ୍ତୁ ନିୟମ…

ନୂଆଦିଲ୍ଲୀ,୧୬।୪: ଭାରତୀୟ ରେଳବାଇ (Indian Railways) ଦେଶର କୋଟି କୋଟି ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ନିୟମ ପ୍ରଣୟନ କରିଛି। କିନ୍ତୁ ଅନେକ ସମୟରେ ସଠିକ ସୂଚନା…

ଚିତାବାଘ ଛାଲ-ବଜ୍ରକାପ୍ତା କାତି ଚୋରା ଚାଲାଣ କରୁଥିଲେ ମା’-ପୁଅ; ମାଡିବସିଲା ବନ ବିଭାଗ, ବଜ୍ରକାପ୍ତାକୁ ୧୬୪ ଖଣ୍ଡ…

ନୟାଗଡ଼,୧୬।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଦଶପଲ୍ଲା ରେଞ୍ଜ କୁଜାମେଣ୍ଡି ବିଟ ହାଉସ ଅଞ୍ଚଳରୁ ଚିତାବାଘର ଛାଲ ଓ ୧୬୪ ଖଣ୍ଡ ବଜ୍ରକାପ୍ତା କାତି ଜବତ ହୋଇଛି ।…

T-20 କ୍ରିକେଟର ନୂଆ ‘ରେକର୍ଡ କିଙ୍ଗ’ ହେଲେ ବାବର ଆଜମ, ଭାଙ୍ଗିଲେ ବିରାଟ କୋହଲିଙ୍କ ମହାରେକର୍ଡ

ନୂଆଦିଲ୍ଲୀ,୧୬।୪: ୨୦୨୬ ପାକିସ୍ତାନ ସୁପର ଲିଗରେ ପେଶାୱାର ଜାଲମିର ଅଧିନାୟକ ବାବର ଆଜମ କ୍ୱେଟା ଗ୍ଲାଡିଏଟର୍ସ ବିପକ୍ଷରେ ୭୧ ରନର ଏକ ମ୍ୟାଚ ବିଜୟୀ ଇନିଂସ ଖେଳି…

ପ୍ରସୂତିଙ୍କୁ ନେଇ ଯାଉଥିବା ବେଳେ ପିଟିଦେଲା ଟ୍ରକ; ମାଇଁ ମୃତ, ୨ ଗୁରୁତର

ବଲାଙ୍ଗୀର,୧୬।୪( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଭାଲୁ ଡୁଙ୍ଗୁରିରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏକ ଟ୍ରକ ଧକ୍କାରେ ମାଇଁଙ୍କର ମୃତ୍ୟୁ ହୋଇଥିବା ବେଳେ…

ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ-ଉପାଧ୍ୟକ୍ଷାଙ୍କ ଦାୟିତ୍ୱ ଗ୍ରହଣ: ଚାରିଆଡ଼ୁ ଶୁଭେଚ୍ଛା

ଛତ୍ରପୁର,୧୬।୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ନୂତନ ଅଧ୍ୟକ୍ଷ ଭାବେ ନୀଳମାଧବ ପାତ୍ର ଓ ଉପାଧ୍ୟକ୍ଷା ଲଳିତା ପ୍ରଧାନ ଗୁରୁବାର ଛତ୍ରପୁର ଅବସ୍ଥିତ ପୁରୁଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri