ଅସମ୍ଭାଳ ଖରା, ଜନଜୀବନ ଅସ୍ତବ୍ୟସ୍ତ

ଧରାକୋଟ,୨୧ା୪ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ଅଞ୍ଚଳରେ ୪ଦିନ ଧରି ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି। ୧୦ଟା ପରେ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ସରକାରୀ କାର୍ଯ୍ୟାଳୟ ଓ ସ୍କୁଲଗୁଡ଼ିକ ସକାଳୁଆ ହୋଇଥିବାରୁ ଛାତ୍ରୀଛାତ୍ର ଖରାର ପ୍ରକୋପରୁ ତ୍ରାହି ପାଉଥିଲେ ମଧ୍ୟ ସାଧାରଣ ଲୋକେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟାଳୟ ସହ ୪ଟା ପର୍ଯ୍ୟନ୍ତ ବ୍ୟାଙ୍କ କାରବାର ଯୋଗୁ ତାତିରୁ ନିସ୍ତାର ପାଇପାରୁ ନାହାନ୍ତି। ସମ୍ପ୍ରତି ଧରାକୋଟ ଅଞ୍ଚଳରେ ତାପମାତ୍ରା ୩୮ ଡିଗ୍ରୀରେ ପହଞ୍ଚିଛି। ଏଣୁ ମଣିଷଠାରୁ ପଶୁ ପକ୍ଷୀ ସମସ୍ତେ ଏଥିରେ କବଳିତ ହେଲେଣି। ବନ୍ଧ, ପୋଖରୀ, ଗାଡ଼ିଆ, କୂଅ ଶୁଖିଲା ପଡ଼ିଛି। ଚାରିଆଡ଼େ ଜଳ କଷ୍ଟ ଅନୁଭୂତ ହେଲାଣି। ଗାଁଗାଁରେ ପିଇବା ପାଣି ସମସ୍ୟା ଦେଖା ଦେଲାଣି। ବାଟୋଇମାନଙ୍କ ଜଳ କଷ୍ଟ ଦୂର ପାଇଁ ବିଭିନ୍ନ ପଞ୍ଚାୟତରେ ଖୋଲିଥିବା ଜଳଛତ୍ର କିଛି ମାତ୍ରାରେ ତୃଷା ମେଣ୍ଟାଉଛି। କିନ୍ତୁ ଏହା ପର୍ଯ୍ୟାପ୍ତ ପରିମାଣରେ ଖୋଲି ନାହିଁ। ଏଣୁ ଅଧିକ ଜଳଛତ୍ର ଖୋଲିବା ପାଇଁ ଦାବି ହେଉଛି। ଚଳିତ ବର୍ଷ ସ୍ବାଭାବିକ ପରିମାଣର ବର୍ଷା ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଣୁ ପ୍ରଶାସନିକସ୍ତରରେ ବର୍ତ୍ତମାନଠାରୁ ବନ୍ଧ, ପୋଖରୀଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ନ ସାରିଲେ ଆଗକୁ ସ୍ଥିତି ବିଗିଡ଼ିବାର ସମ୍ଭାବନା ରହିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏହାର ପ୍ରଭାବ ଋତୁଚକ୍ର ଉପରେ ପଡୁଛି। ଏଣୁ ପ୍ରଶାସନ ତରଫରୁ ଜଳ ସଂରକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ୱ ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓକିଲ ସଂଘ ନିର୍ବାଚନ: ସଭାପତି ହେଲେ ନିର୍ବାଚନ କେଶରୀ ଭୋଇ…

ଜି.ଉଦୟଗିରି,୨୯।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି): ସ୍ଥାନୀୟ ଜେଏମଏଫସି କୋର୍ଟ ପରିସରରେ ଶନିବାର ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ଆଇନଜୀବୀ ରାମାରାଓ ନାୟକ…

ମିଳୁନି ଗ୍ୟାସ: ଚୁଲି ମୁହାଁ ଲୋକେ 

ଭଞ୍ଜନଗର,୨୯।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ରୋଷେଇ ଘର ଉପରେ ମଧ୍ୟ ପଡିଛି। ଗଞ୍ଜାମ  ଜିଲା ଭଞ୍ଜନଗର ଅଞ୍ଚଳରେ ରନ୍ଧନ…

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା,୨୯।୩ (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ଏପ୍ରିଲ ୩ ଯାଏ ଝଡ଼ବର୍ଷା: ୧୬ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୨୯ା୩(ବନ୍ଦନା ସେଠୀ): ଏବେ ରାଜ୍ୟରେ ଦିନବେଳା ପ୍ରଚଣ୍ଡ ଖରା ଅନୁଭୂତ ହେଉଥିବାବେଳେ ଅପରାହ୍ନରୁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚୁଛି। ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଓ ବାୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri