ଜ୍ୟାକଲିନଙ୍କ ଜନ୍ମଦିନରେ ପୁଣି ମହଙ୍ଗା ଉପହାର ଦେଲେ ସୁକେଶ

ମୁମ୍ବାଇ,୧୨।୮: ଦିଲ୍ଲୀର ତିହାର ଜେଲରେ ରହୁଥିବା ଠକ ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ଜ୍ୟାକଲିନ ଫନାଡିଜଙ୍କୁ ଏକ ୟାଚ ବା ଜାହାଜ ଉପହାର ଦେଇଛନ୍ତି। ଜ୍ୟାକଲିନ ତାଙ୍କର ୩୯ତମ ଜନ୍ମଦିନକୁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ରବିବାର ଦିନ ପାଳନ କରିଥିଲେ। ସୁକେଶ ଜ୍ୟାକଲିନଙ୍କୁ ଦେଇଥିବା ଏହି ଜାହାଜର ନାମ ଜ୍ୟାକଲିନଙ୍କ ନାମରେ ରଖାଯାଇଛି। ଏହା ହେଉଛି ସମାନ ଜାହାଜ ଯାହା ସୁକେଶ ୨୦୨୧ରେ ଜ୍ୟାକଲିନଙ୍କ ପାଇଁ ବାଛିଥିଲେ। କେବଳ ଏତିକି ନୁହେଁ, ଜ୍ୟାକଲିନଙ୍କ ନୂଆ ଗୀତକୁ ହିଟ କରିବା ପାଇଁ ସେ ୧୦୦ ଆଇଫୋନ ୧୫ପ୍ରୋ ଦେବାକୁ ମଧ୍ୟ ଘୋଷଣା କରିଛନ୍ତି। ସୁକେଶ ଜ୍ୟାକଲିନଙ୍କୁ ଏକ ଚିଠି ଲେଖି ଏଥିରେ ଥିବା ଉପହାରଗୁଡ଼ିକ ବିଷୟରେ ଉଲ୍ଲେଖ କରିଥିଲେ।

ସୁକେଶ ଚନ୍ଦ୍ରଶେଖର ତାଙ୍କ ଚିଠିରେ କହିଛନ୍ତି ଯେ ‘ଲେଡି ଜ୍ୟାକଲିନ’ ନାମକ ଏହି ୟାଚ ବା ଜାହାଜ ଚଳିତ ମାସରେ ଡେଲିଭରି କରାଯିବ। ସେ କହିଛନ୍ତି ଯେ ଜାହାଜର ସମସ୍ତ ଟିକସ ପ୍ରଦାନ କରାଯାଇଛି ଏବଂ ଏହା ସମ୍ପୂର୍ଣ୍ଣ ଆଇନଗତ ଅଟେ। ଜ୍ୟାକଲିନ ପଶୁ କଲ୍ୟାଣ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଏ ସମ୍ପର୍କରେ ସୁକେଶ କହିଛନ୍ତି ଯେ ବେଙ୍ଗାଲୁରୁରେ ଜ୍ୟାକଲିନଙ୍କୁ ସେ ଦେଇଥିବା ପଶୁ ଡାକ୍ତରଖାନାର କାମ ଚଳିତ ବର୍ଷ ଶେଷ ହେବାକୁ ଯାଉଛି।

ଜ୍ୟାକଲିନ ଫର୍ନାଣ୍ଡିଜଙ୍କ ଜନ୍ମଦିନରେ ଉପହାର ସହ ପ୍ରତିଶ୍ରୁତି ଦେଇ ମହାଠକ ସୁକେଶ ଚନ୍ଦ୍ରଶେଖର ୱାୟାନାଡ ଭୂସ୍ଖଳନ ବିପର୍ଯ୍ୟୟର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ୧୫କୋଟି ଟଙ୍କା ଏବଂ ୩୦୦ ଘର ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଜ୍ୟାକଲିନଙ୍କ ଉପରେ ସୁଟିଂ ହୋଇଥିବା ‘ୟିମି ୟିମି’ ଗୀତକୁ ସୁପରହିଟ କରିବା ପାଇଁ ସେ ୧୦୦ଆଇଫୋନ ୧୫ ପ୍ରୋ ମଧ୍ୟ ଦେବାକୁ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri