ଝିଅର ଭବିଷ୍ୟତ ପାଇଁ ଖୋଲନ୍ତୁ ଏହି ଆକାଉଣ୍ଟ, ୨୧ ବର୍ଷ ବେଳକୁ ହେବ ୬୪ ଲକ୍ଷ ଟଙ୍କା

ଝିଅର ଭବିଷ୍ୟତକୁ ଆର୍ଥିକ ଦୃଷ୍ଟିରୁ ସୁରକ୍ଷିତ କରିବା ମାତାପିତାଙ୍କ ସବୁଠୁ ବଡ଼ ଦାୟିତ୍ୱ। ଆର୍ଥିକ ସୁରକ୍ଷା ସହିତ ଝିଅର ଭବିଷ୍ୟତ ଗଢିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନା ୨୦୨୦ ଝିଅର ଭବିଷ୍ୟତକୁ ସୁଦୃଢ଼ କରିବା ସହ ସୁରକ୍ଷିତ ମଧ୍ୟ କରିଥାଏ। ସୁକନ୍ୟା ସମୃଦ୍ଧି ଯୋଜନାରେ ବିନିଯୋଗ କରି ଝିଅର ଉଚ୍ଚଶିକ୍ଷା ଏବଂ ବିବାହ ଖର୍ଚ୍ଚକୁ ସହଜରେ ପୂରଣ କରିପାରିବ। ଏହି ସ୍କିମ ଅଧୀନରେ, ଝିଅର୨୧ ବର୍ଷ ପୂରଣ ହେବା ପରେ ରିଟର୍ନ ମିଳିପାରିବ। ଯଦି ଝିଅ ଜନ୍ମ ପରଠାରୁ ଏହି ଯୋଜନାରେ ବିନିଯୋଗ ଆରମ୍ଭ କଲେ। ଏଥିରୁ ଅଧିକ ଲାଭ ମିଳିବ। ୧୫ ବର୍ଷ ଯାଏ ଏହି ସ୍କିମରେ ବିନିଯୋଗ କରିପାରିବେ।
ନୂତନ ଖାତା ଖୋଲିବାକୁ ସରକାର ବଡ ରିହାତି ଦେଇଛନ୍ତି
ସୁକନ୍ୟା ସମୃଦ୍ଧି ଖାତା ଖୋଲିବା ପାଇଁ ଯୋଗ୍ୟତା ମାନଦଣ୍ଡରେ ସରକାର କିଛି ରିହାତି ଘୋଷଣା କରିଛନ୍ତି। ଡାକଘର ନିର୍ଦ୍ଦେଶାବଳୀ ଅନୁଯାୟୀ, ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଜୁଲାଇ ୩୧, ୨୦୨୦ପୂର୍ବରୁ କିମ୍ବା ଯାହାର ବୟସ ମାର୍ଚ୍ଚ ୨୫, ୨୦୨୦ରୁ ଜୁନ ୩୦, ୨୦୨୦ ଏକ୍‌ଡାଉନ୍‌ ମଧ୍ୟରେ ୧୦ ବର୍ଷ ସମାପ୍ତ ହୋଇଛି। ଯେଉଁମାନେ ଲକଡାଉନ କାରଣରୁ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଖୋଲିପାରି ନାହାନ୍ତି ସେମାନଙ୍କ ମାତାପିତାଙ୍କ ପାଇଁ ଏହା ସାହାଯ୍ୟ କରିବ। ସାଧାରଣତଃ ସୁକନ୍ୟା ସମୃଦ୍ଧି ଖାତା କେବଳ ଜନ୍ମ ତାରିଖ ଠାରୁ ୧୦ବର୍ଷ ବୟସ ପର୍ଯ୍ୟନ୍ତ ଖୋଲାଯାଇପାରିବ।
ଗୋଟିଏ ଆର୍ଥିକ ବର୍ଷରେ ସର୍ବାଧିକ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁକନ୍ୟା ସମୃଦ୍ଧି ଆକାଉଣ୍ଟରେ ଜମା କରାଯାଇପାରିବ। ଏଥି ସହିତ, ଆର୍ଥିକ ବର୍ଷରେ ସର୍ବନିମ୍ନ ଜମା ରାଶି ହେଉଛି ୨୫୦ ଟଙ୍କା। ଏହାର ଅର୍ଥ ହେଉଛି ଆପଣ ଆର୍ଥିକ ବର୍ଷରେ ଗୋଟିଏ ଆକାଉଣ୍ଟରେ ୧.୫ ଲକ୍ଷ ଟଙ୍କା ଏବଂ ଅତି କମରେ ୨୫୦ ଟଙ୍କା ବିନିଯୋଗ କରିପାରିବେ। ଯଦି କୌଣସିଣସି ବ୍ୟକ୍ତି ଏହି ଆକାଉଣ୍ଟରେ ୧.୫ ଲକ୍ଷରୁ ଅଧିକ ଟଙ୍କା ଜମା କରନ୍ତି, ତେବେ ଏହି ରାଶି ସୁଧ ପାଇଁ ହିସାବ କରାଯିବ ନାହିଁ। ଏଥିସହ ଏହି ରାଶି ଜମାକାରୀଙ୍କ ଆକାଉଣ୍ଟକୁ ଫେରସ୍ତ ହେବ। ଏହି ଆକାଉଣ୍ଟକୁ ୧୫ ବର୍ଷ ପର୍ଯ୍ୟନ୍ତ ଜମା କରାଯାଇପାରିବ। ଯଦି ଆର୍ଥିକ ବର୍ଷରେ ସର୍ବନିମ୍ନ ପରିମାଣ ଏହି ଆକାଉଣ୍ଟରେ ଜମା ହୋଇନଥାଏ, ତେବେ ଏହାକୁ ୧୫ ବର୍ଷ ମଧ୍ୟରେ ଯେକୌଣସି ସମୟରେ ନିୟମିତ କରାଯାଇପାରିବ। ଏଥିପାଇଁ ପ୍ରତିବର୍ଷ ୫୦ ଟଙ୍କା ଜରିମାନା ଦେବାକୁ ପଡିବ।

ସୁକନ୍ୟା ସମୃଦ୍ଧି ଯୋଜନା ବର୍ତ୍ତମାନ ୭.୬ ପ୍ରତିଶତ ହାରରେ ସୁଧ ଦେଉଛି। ଏହି ଯୋଜନାରେ, ଖାତା ଖୋଲିବା ସମୟରେ ସୁଧ ହାର ରହିଥାଏ, ତାହା ଅବଧି ସମୟରେ ସେହି ସେହି ହାରରେ ଟଙ୍କା ମିଳେ।
ବର୍ତ୍ତମାନର ସୁଧ ହାର ଅନୁଯାୟୀ, ଯଦି ୧୫ ବର୍ଷ ପାଇଁ ପ୍ରତ୍ୟେକ ଆର୍ଥିକ ବର୍ଷରେ ୧.୫ଲକ୍ଷ ଟଙ୍କା ଜମା ହୁଏ, ତେବେ ଜମା ହୋଇଥିବା ମୋଟ ପରିମାଣ ୨୨,୫୦,୦୦୦ ଟଙ୍କା ହେବ ଏବଂ ଏଥିରେ ଥିବା ସୁଧ ୪୧,୩୬,୫୪୩ ଟଙ୍କା ହେବ। ୨୧ ବର୍ଷ ପୂରଣ ହେବା ପରେ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ସୁଧ ପ୍ରଦାନ କରାଯିବ। ୨୧ ବର୍ଷ ପାଇଁ, ଏହି ପରିମାଣ ସୁଧ ସହିତ ପ୍ରାୟ ୬୪ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?