ଭାଜପାରେ ସାମିଲ ହେବା ପରେ ଆସିଲା ସୁଜିତଙ୍କ ପ୍ରତିକ୍ରିୟା: ଇସ୍ତଫା ଦେବାର ବଡ଼ କାରଣ ଖୋଲିକି କହିଦେଲେ

ଭୁବନେଶ୍ୱର,୬।୯: ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି ସୁଜିତ କୁମାର । ନୂଆଦିଲ୍ଲୀ ଭାଜପା ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗ ଦେବା ପରେ ସୁଜିତ କହିଛନ୍ତି, ମୁଁ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଭାଜପାରେ ମିଶିଛି। ଆଜି ମୋ ପାଇଁ ଖୁସିର ଦିନ। ଏଥିସହ ତେବେ ଭାଜପାରେ ଯୋଗ ଦେବା ପରେ ନିଜ ଇସ୍ତଫାର କାରଣ ଖୋଲି କହିଛନ୍ତି ସୁଜିତ କୁମାର। ସେ କହିଛନ୍ତି, ଦୁର୍ନୀତି ନେଇ ନେତା ନ ଶୁଣିବାରୁ ଦଳ ଛାଡ଼ିଲି।

ସେ ଟୁଇଟ୍‌ କରି କହିଛନ୍ତି, ମୋତେ ଦଳରେ ଅନାଦର କରାଯାଉଥିଲା। ଦଳ ଆଉ ମୋର ସେବା ଆବଶ୍ୟକ କରୁନଥିଲା ବୋଲି ଅନୁଭବ କଲି। ସେଥିପାଇଁ ଏଭଳି କଠିନ ନିଷ୍ପତ୍ତି ନେଲି ବୋଲି ସୁଜିତ କହିଛନ୍ତି।

ସୁଜିତ ରାଜ୍ୟ ସଭାରୁ ଇସ୍ତଫା ଦେବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିବା ପ୍ରେସ ରିଲିଜ୍‌ରେ ସୂଚନା ଦିଆଯାଇଛି।

ସୁଜିତଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା। ହେଲେ ଏହା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। ସୁଜିତ ବିଜେଡିର ଜଣେ ଟାଣୁଆ ନେତା ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷା: ମଙ୍ଗଳବାର ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୯।୯: ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ମାଲକାନଗିରିରେ ସ୍କୁଲ ଏବଂ ଅଙ୍କନଓ୍ବାଡି କେନ୍ଦ୍ର ଛୁଟି ଘୋଷଣା। ପ୍ରବଳ ବର୍ଷା ଯୋଗୁ ଜିଲାପାଳ ସୋମବାର ଛୁଟି ଘୋଷଣା କରିଛନ୍ତି।...

ସୁଜିତ୍ କୁମାରଙ୍କ ଇସ୍ତଫା ପରେ, କିଏ ଯିବ ରାଜ୍ୟ ସଭା? ବଡ଼ ସୂଚନା ଦେଲେ ମନମୋହନ ସାମଲ

ଭୁବନେଶ୍ୱର,୯।୯: ରାଜ୍ୟ ସଭା ଏମପି ପଦରୁ ପୂର୍ବତନ ବିଜେଡି ନେତା ସୁଜିତ କୁମାର ଇସ୍ତଫା ଦେବା ପରେ ଓଡ଼ିଶାରୁ କିଏ ରାଜ୍ୟ ସଭା ଯିବ ସେ...

ପୁରୀ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ଡିପ୍‌ ଡିପ୍ରେଶନ: ଭୀଷଣ ବର୍ଷା ନେଇ ୧୦ ଜିଲାକୁ ରେଡ ୱାର୍ନିଂ 

ଭୁବନେଶ୍ୱର,୯।୯: ଗଭୀର ଅବପାତ ଓଡ଼ିଶା ଉପକୂଳ ପୁରୀ ନିକଟରେ ଏହା ଅତିକ୍ରମ କରିଛି । ସକାଳ ସାଢ଼େ୧୦ଟାରୁ ସାଢ଼େ ୧୧ଟା ଭିତରେ ପୁରୀ ନିକଟରେ ସ୍ଥଳଭାଗ...

ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆସିଲା ବଡ଼ ଅପ୍‌ଡେଟ୍‌: ସବୁ ପରୀକ୍ଷା କେନ୍ଦ୍ରରେ ଲାଗିବ…

ଭୁବନେଶ୍ୱର,୯।୯: ନଭେମ୍ବର ୧୫ ତାରିଖ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା...

ମାଲକାନଗିରି ସ୍ଥିତି ପାଇଁ ୨ ଅଧିକାରୀଙ୍କୁ ବଡ଼ ଦାୟିତ୍ୱ,

ଭୁବନେଶ୍ୱର,୯ା୯: ମାଲକାନଗିରି ସ୍ଥିତି ପାଇଁ ୨ ବରିଷ୍ଠ ଅଧକାରୀଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି। ଆଏଏସ୍‌ ବିଷ୍ଣୁପଦ ସେଠୀ ଏବଂ ଆଇପିଏସ୍‌ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଏହି ଗୁରୁଦାୟିତ୍ୱ...

ରାଜ୍ୟରେ ବନ୍ୟା ସ୍ଥିତି ନାହିଁ, ସଜାଗ ଅଛୁ କହିଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୯ା୯: ମାଲକାନଗିରିରେ ପ୍ରବଳ ବର୍ଷା ହୋଇଛି, ଗମନାଗମନ ପ୍ରଭାବିତ ହୋଇଛି। ବର୍ଷା ଲାଗି ରହିବାରୁ ତଳିଆ ଅଞ୍ଚଳରେ ପାଣି ପଶିଯାଇଛି। ତେବେ ମାଲକାନଗିରି ଓ କାଲିମେଳା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ଭଦ୍ରକ,୯ା୯(ସନାତନ ରାଉତ): ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଟାଉନ ଥାନା ଅଧୀନ ବନ୍ତ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଏକ...

ବନ୍ଦ ଘର ଭିତରୁ ମିଳିଲା ଅଧ୍ୟାପିକାଙ୍କ ମୃତଦେହ

କଟକ,୯ା୯: କଟକ ସିଡିଏ ସେକ୍ଟର-୯ସ୍ଥିତ ବନ୍ଦ ଘରୁ ସୋମବାର ଜଣେ ଅଧ୍ୟାପିକାଙ୍କ ମୃତଦେହ ଜବତ କରାଯାଇଛି। ମୃତ ଅଧ୍ୟାପିକା ଜଣକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri