କ’ଣ ଶୁଆଶାରୀ ଭଳି ପିଞ୍ଜରା ଭିତରେ ବାନ୍ଧିକି ରଖିବେ

ଭୁବନେଶ୍ୱର,୭।୯: ସୁଜିତ କୁମାର ବିଜେଡି ଛାଡ଼ି ଭାଜପାରେ ଯୋଗ ଦେବା ପ୍ରସଙ୍ଗରେ ଭାଜପା ବିଧାୟକ ବାବୁ ସିଂ ଏହାକୁ ନେଇ କହିଛନ୍ତି ଶୁଆ ଶାରୀ ଉପାଖ୍ୟାନ । ବିଜେଡିର ନାଁ ନ ନେଇ ବାବୁ ସିଂ କହିଛନ୍ତି, କେଉଁଠି ସେମାନେ ଯଦି ଭାବୁଛନ୍ତି ଶୁଆଶାରୀ ଭଳି ପିଞ୍ଜରା ଭିତରେ ବାନ୍ଧିକି ରଖିବେ ସେଭଳି ହୋଇପାରିବ ନାହିଁ । ଆମେ କାହା ଘର ଭାଙ୍ଗିବାକୁ ଚେଷ୍ଟା କରୁନାହିଁ । ହେଲେ ଯେଉଁମାନେ ଆସିବେ ସେମାନଙ୍କୁ ସୱାଗତ କରିବୁ ବୋଲି କହିଛନ୍ତି ବାବୁ ସିଂ । ସୁଜିତ ଶୁକ୍ରବାର ଭାଜପାରେ ଯୋଗ ଦେଇଥିଲେ।

ଭାଜପାରେ ଯୋଗଦେବା ପରେ ସୁଜିତ୍‌ ବିଜେଡିକୁ ଟାର୍ଗେଟକରି କହିଛନ୍ତି, ନିର୍ବାଚନ ପରେ ତାଙ୍କୁ ରାଜ୍ୟ ସଭାରୁ କାଢ଼ି ଦିଆଯିବ ବୋଲି ଧମକ ଦିଆଯାଇଥିଲା। ରାଜନୈତିକ କ୍ୟାରିୟର ଶେଷ କରିଦିଆଯିବ ବୋଲି କୁହାଯାଇଥିଲା। ଏକଥା ତାଙ୍କ ଆଗରେ କୁହାଯାଇ ନ ଥିଲା ବରଂ ଦଳୀୟ ନେତାଙ୍କୁ କୁହାଯାଉଥିଲା। କଳାହାଣ୍ଡି ଆସି ଜଣେ ରାଜ୍ୟସ୍ତରୀୟ ନେତା ଏକଥା କହିଥିଲେ। ତାଙ୍କ ମୁହଁରେ ଏକଥା କହିବାର ସେମାନଙ୍କ ପାଖରେ ସାହସ ନ ଥିଲା। ନିର୍ବାଚନ ପରେ ଏକଥା ଦଳର ସୁପ୍ରିମୋଙ୍କୁ ସେ ଜଣାଇଥିଲେ। ଦଳରେ ପ୍ରାୟ ଦେଢ ବର୍ଷ ହେଲା ତାଙ୍କୁ ଅଣଦେଖା କରାଯାଉଥିଲା। ବଡ଼ ନେତାଙ୍କ ଗୋଲାମୀ ପାଇଁ ତାଙ୍କୁ ବାଧ୍ୟ କରାଯାଉଥିଲା। କୌଣସି ଦଳୀୟ କାର୍ଯ୍ୟରେ ତାଙ୍କୁ ସାମିଲ କରାଯାଉ ନ ଥିଲା। ସମ୍ପୃକ୍ତ ନେତାଙ୍କୁ ମୁଣ୍ଡିଆ ମାରିବା ଲାଗି କେତେଜଣ ନେତା କହୁଥିଲେ। ବିଦେଶରୁ ପଢ଼ି ଆସିବା ପରେ ଏହା ତାଙ୍କ ସ୍ବାଭିମାନକୁ ବାଧିଥିଲା। କାହା ପାଖରେ ଗୋଲାମୀ କରିବା ତାଙ୍କ ଦ୍ୱାରା ସମ୍ଭବ ନୁହେଁ। ବିଜେଡି ସରକାରରେ ବ୍ୟାପକ ଦୁର୍ନୀତି ହୋଇଛି। ଜମି, ଛତୁଆ, ଟେଣ୍ଡର ଫିକ୍ସିଂରେ ବହୁ ହଜାର କୋଟି ଟଙ୍କାର ଦୁର୍ନୀତି କରାଯାଇଛି। ଅନେକ ନେତା ଓ ଅଫିସର ଦୁର୍ନୀତିରେ ସାମିଲ ଅଛନ୍ତି। ଏ ସମ୍ପର୍କରେ ଦଳର ନେତୃତ୍ୱଙ୍କୁ ଜଣାଇବାକୁ ଚେଷ୍ଟାକରି ବିଫଳ ହୋଇଛନ୍ତି। ଶେଷରେ ବାଧ୍ୟହୋଇ ଦଳ ଛାଡ଼ିଲେ ବୋଲି ସୁଜିତ୍‌ କହିଛନ୍ତି। ଦେଶର ସବୁଠାରୁ ବଡ଼ ଦଳରେ ଯୋଗଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଭାଜପାରେ ସାମିଲ ହୋଇଛନ୍ତି। ଆଜି ତାଙ୍କ ପାଇଁ ଖୁସିର ଦିନ ବୋଲି ସେ କହିଛନ୍ତି।

ସୁଜିତ୍‌ କୁମାର ୨୦୨୦ ଏପ୍ରିଲ ୩ରେ ରାଜ୍ୟ ସଭାକୁ ଯାଇଥିଲେ। ୨ଏପ୍ରିଲ ୨୦୨୬ରେ ତାଙ୍କ କାର୍ଯ୍ୟକାଳ ସରୁଛି। ରାଜ୍ୟ ସଭାରେ ବିଜେଡିର ୯ ଜଣ ଏମ୍‌ପି ଥିଲେ। ପ୍ରଥମେ ମମତା ଏବଂ ଏବେ ସୁଜିତ୍‌ ଛାଡ଼ିବା ପରେ ଏହି ସଂଖ୍ୟା ୭ରେ ପହଞ୍ଚିଛି। ସୂଚନାଯୋଗ୍ୟ ଲୋକସଭାରେ ବିଜେଡିର କୌଣସି ସଦସ୍ୟ ନାହାନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri