ସୁଗାର ବୋର୍ଡ

ଜଳବାୟୁ ପରିବର୍ତ୍ତନଜନିତ ଋତୁଚକ୍ରରେ ଅସ୍ବାଭାବିକତା ଯୋଗୁ ମଣିଷର ଜୀବନ ଶୈଳୀରେ ବ୍ୟାପକ ପରିବର୍ତ୍ତନ ଦେଖାଦେଉଛି। ଖାଦ୍ୟପାନୀୟ ଗ୍ରହଣରେ ଅସନ୍ତୁଳନତା ରହିଲେ ମଣିଷର ସ୍ବାସ୍ଥ୍ୟ ବିଗିଡ଼ିବା ଥୟ। ତେଣୁ ପୂର୍ବାପେକ୍ଷା ଲୋକମାନେ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେଉଛନ୍ତି। ଉଚ୍ଚ ରକ୍ତଚାପ, ମଧୁମେହ ଓ ମୋଟାପଣ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାଭୁକ୍ତ ହୋଇଗଲେଣି। ଆଗରୁ ପ୍ରାପ୍ତବୟସ୍କଙ୍କଠାରେ ଯେଉଁ ରୋଗ ଦେଖାଯାଉଥିଲା ତାହା ପିଲାଙ୍କ କ୍ଷେତ୍ରରେ ଅନୁଭୂତ ହେଲାଣି। କିଛିବର୍ଷ ହେବ ଶିଶୁମାନଙ୍କଠାରେ ଟାଇପ୍‌-୨ ଡାଇବେଟିସ୍‌ ବା ମଧୁମେହ ଓ ମୋଟାପଣ ରୋଗ ବଢ଼ିବାରେ ଲାଗିଛି। ଏସବୁ ଅତ୍ୟଧିକ ମାତ୍ରାରେ ଶର୍କରାଜାତୀୟ ଖାଦ୍ୟ ଗ୍ରହଣ ଯୋଗୁ ଘଟୁଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଉଛନ୍ତି। ଫଳରେ ଦେଶର ଆଗାମୀ ଭବିଷ୍ୟତ ପିଢ଼ିଙ୍କ ସ୍ବାସ୍ଥ୍ୟାବସ୍ଥା ଚିନ୍ତାର କାରଣ ପାଲଟିଛି। ଏ ବିଷୟକୁ ହୃଦୟଙ୍ଗମ କରି ଶିଶୁ ଅଧିକାର ସୁରକ୍ଷା ସଂକ୍ରାନ୍ତ ଜାତୀୟ କମିଶନ (ଏନ୍‌ସିପିସିଆର୍‌) ପରାମର୍ଶ କ୍ରମେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ତା’ର ଅନୁବନ୍ଧିତ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦେଇ ବିଦ୍ୟାଳୟରେ ‘ସୁଗାର ବୋର୍ଡ’ ଗଠନ ଉପରେ ଗୁରୁତ୍ୱ ଦେଇଛି। ବହୁ ପରିମାଣର ଚିନି କିମ୍ବା ମିଠା ଖାଦ୍ୟ ଗ୍ରହଣ କଲେ ଜୀବନ ପ୍ରତି ବିପଦ ଥିବା ବିଷୟରେ ଉକ୍ତ ବୋର୍ଡ ଛାତ୍ରୀଛାତ୍ରମାନଙ୍କୁ ସଚେତନ କରାଇବ। ସାଧାରଣରେ ଦେଖାଯାଉଛି ଯେ, ସ୍କୁଲ ପରିସର କିମ୍ବା ଚତୁଃପାର୍ଶ୍ୱରେ ଶର୍କରାରୁ ପ୍ରସ୍ତୁତ ସ୍ନାକ୍ସ, ମୃଦୁପାନୀୟ ଓ ପ୍ରକ୍ରିୟାକୃତ ଖାଦ୍ୟ ଅତି ସହଜରେ ମିଳିପାରୁଛି। ପିଲାମାନେ ଟକଳିଆ ହୋଇଥିବାରୁ ଏଭଳି ଖାଦ୍ୟ ପ୍ୟାକେଟ ପ୍ରତି ଆକର୍ଷିତ ହୋଇ ସେସବୁକୁ ଖାଇ ଦେଉଥିବାରୁ ସେମାନଙ୍କଠାରେ ମଧୁମେହ ଓ ମୋଟାପଣ ଲକ୍ଷଣ ଦେଖାଦେଉଛି। ଏଠାରେ ମନେରଖିବାକୁ ହେବ ଯେ, ଆଜିର ପିଲାଙ୍କ ପାଇଁ କେବଳ ସ୍ବାଦ ନୁହେଁ, ସେମାନେ ପ୍ୟାକେଟର ରଙ୍ଗ ଓ ଚିତ୍ର ଦ୍ୱାରା ମଧ୍ୟ ପ୍ରଭାବିତ ହେଉଛନ୍ତି। ପିଲାଙ୍କ ଉପରେ କରାଯାଇଥିବା ଅନୁଧ୍ୟାନ ଅନୁଯାୟୀ, ୪ରୁ ୧୦ ବର୍ଷ ବୟସର ପିଲାମାନେ ଦୈନିକ ନେଉଥିବା କ୍ୟାଲୋରିରେ ୧୩ ପ୍ରତିଶତ ଶର୍କରା ରହୁଛି। ସେହିପରି ୧୧ରୁ ୧୮ ବର୍ଷ ମଧ୍ୟରେ ଏହାର ମାତ୍ର ୧୫ ପ୍ରତିଶତରେ ପହଞ୍ଚତ୍ୟାଉଛି। ବାସ୍ତବରେ ପିଲାମାନେ ସେମାନଙ୍କ ଖାଦ୍ୟରେ ଦୈନିକ ୫ ପ୍ରତିଶତ ଚିନି କିମ୍ବା ସେଥିରୁ ପ୍ରସ୍ତୁତ ଖାଦ୍ୟ ନେଇପାରିବେ ବୋଲି ସ୍ବାସ୍ଥ୍ୟଗତ ଅନୁମୋଦନ ରହିଛି। ସ୍କୁଲରେ ସୁଗାର ବୋର୍ଡ ପ୍ରତିଷ୍ଠା ହେଲେ ପିଲାମାନଙ୍କୁ ଅତ୍ୟଧିକ ଶର୍କରା ନ ଖାଇ କିଭଳି ସ୍ବାସ୍ଥ୍ୟକର ଖାଦ୍ୟ ସେମାନଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ ସେହି ସମ୍ବନ୍ଧରେ ସଚେତନ କରାଇବ। ଏପରିକି ଜଙ୍କ୍‌ ଫୁଡ୍‌, ସଫ୍ଟ ଡ୍ରିଙ୍କ୍‌ସ ଓ ପ୍ରକ୍ରିୟାକୃତ ଖାଦ୍ୟଠାରୁ ଦୂରେଇ ରହିବା ଲାଗି ଆଲୋଚନାଚକ୍ର ଓ କର୍ମଶାଳା ମାଧ୍ୟମରେ ପିଲାମାନଙ୍କୁ ସୂଚନା ଦେବାର ବ୍ୟବସ୍ଥା କରାଯିବ।
ସିବିଏସ୍‌ଇର ଉପରୋକ୍ତ ନିଷ୍ପତ୍ତି ନିଶ୍ଚିତ ସ୍ବାଗତଯୋଗ୍ୟ। ଏବର ସ୍ଥିତି ଦେଖିଲେ ପିଲାଙ୍କୁ ଶର୍କରାଜାତୀୟ ଖାଦ୍ୟ ପ୍ରତି ଆକର୍ଷିତ କରିବା ଲାଗି ପ୍ରସ୍ତୁତକର୍ତ୍ତାମାନେ ସୁଦୃଶ୍ୟ ପ୍ୟାକେଟ କରି ବଜାରକୁ ଛାଡ଼ୁଛନ୍ତି। ଏଭଳି ସାମଗ୍ରୀର ପ୍ରସ୍ତୁତକର୍ତ୍ତାଙ୍କୁ ସେମାନଙ୍କ କାର୍ଯ୍ୟରୁ ନିରତ ରଖାଯାଇପାରିବ ନାହିଁ। କିନ୍ତୁ ଏହାର କୁପ୍ରଭାବ ଶିଶୁମାନଙ୍କ ଉପରେ ପଡ଼ୁଥିବାରୁ କେବଳ ସଚେତନତା ଓ କାର୍ଯ୍ୟାନ୍ବୟନ ମାଧ୍ୟମରେ ପରିବର୍ତ୍ତନ ଅଣାଯାଇପାରେ। କେବଳ ଶିକ୍ଷୟିତ୍ରୀ ଶିକ୍ଷକ ଚାହିଁଲେ ପିଲାର ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଆଣିପାରିବେ ନାହିଁ। କାରଣ ସ୍କୁଲ ଅପେକ୍ଷା ପିଲାମାନେ ଅଧିକ ସମୟ ଘରେ ରହିଥାଆନ୍ତି। ତେଣୁ ମାତାପିତା, ଅଭିଭାବକଙ୍କ ଖାଦ୍ୟ ସ୍ବଭାବରେ ପରିବର୍ତ୍ତନ ଆସିଲେ ପିଲାମାନେ ସେମାନଙ୍କୁ ଅନୁସରଣ କରିବେ। କେବଳ ପିଲାଙ୍କୁ ପରାମର୍ଶ ଦେଲେ ତାହା କାଟୁ କରିବ ନାହିଁ। ସେଥିପାଇଁ ଗୁରୁଜନମାନେ ପିଲାଙ୍କ ପାଇଁ ରୋଲ ମଡେଲ ବା ଆଦର୍ଶ ହେବା ଦରକାର। ଏହି ମର୍ମରେ ଶୁଣିଥିବା ଏକ କଥା ମନେପଡ଼ୁଛି। ଥରେ ମହାତ୍ମା ଗାନ୍ଧୀଙ୍କ ନିକଟକୁ ଜଣେ ବ୍ୟକ୍ତି ତାଙ୍କ ପିଲାକୁ ନେଇ ପହଞ୍ଚତ୍ଲେ। କହିଲେ-ବାପୁ, ପୁଅକୁ କୁହନ୍ତୁ ସେ ଆଜିଠାରୁ ଆଉ ବେଶି ଚିନି ଖାଇବ ନାହିଁ। ବାପୁ ଉତ୍ତର ଦେଲେ ୧୫ ଦିନ ପରେ ପୁଅକୁ ଧରି ଆସ। ଠିକ୍‌ ୧୫ ଦିନ ପରେ ସମ୍ପୃକ୍ତ ବ୍ୟକ୍ତି ପୁଅକୁ ସାଥିରେ ଧରି ଆସିବା ପରେ ମହାତ୍ମା ଗାନ୍ଧୀ ତାକୁ ଉପଲକ୍ଷ୍ୟ କରି କହିଲେ-ଆଉ ଆଜିଠୁ ବେଶି ଚିନି ଖାଇବୁ ନାହିଁ। ଏ କଥା ଶୁଣି ପିଲାଟିର ପିତା ମହାତ୍ମାଙ୍କୁ କହିଲେ-ଆପଣ ସେଦିନ ଏହା କହିଥିଲେ ତ ହୋଇଥାଆନ୍ତା। ହେଲେ ମହାତ୍ମା ଉତ୍ତର ଦେଲେ ନିଜକୁ ଚିନି ଛାଡ଼ିବା ଲାଗି ୧୫ ଦିନ ଲାଗିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri