ସୁଗାର ବୋର୍ଡ

ଜଳବାୟୁ ପରିବର୍ତ୍ତନଜନିତ ଋତୁଚକ୍ରରେ ଅସ୍ବାଭାବିକତା ଯୋଗୁ ମଣିଷର ଜୀବନ ଶୈଳୀରେ ବ୍ୟାପକ ପରିବର୍ତ୍ତନ ଦେଖାଦେଉଛି। ଖାଦ୍ୟପାନୀୟ ଗ୍ରହଣରେ ଅସନ୍ତୁଳନତା ରହିଲେ ମଣିଷର ସ୍ବାସ୍ଥ୍ୟ ବିଗିଡ଼ିବା ଥୟ। ତେଣୁ ପୂର୍ବାପେକ୍ଷା ଲୋକମାନେ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେଉଛନ୍ତି। ଉଚ୍ଚ ରକ୍ତଚାପ, ମଧୁମେହ ଓ ମୋଟାପଣ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାଭୁକ୍ତ ହୋଇଗଲେଣି। ଆଗରୁ ପ୍ରାପ୍ତବୟସ୍କଙ୍କଠାରେ ଯେଉଁ ରୋଗ ଦେଖାଯାଉଥିଲା ତାହା ପିଲାଙ୍କ କ୍ଷେତ୍ରରେ ଅନୁଭୂତ ହେଲାଣି। କିଛିବର୍ଷ ହେବ ଶିଶୁମାନଙ୍କଠାରେ ଟାଇପ୍‌-୨ ଡାଇବେଟିସ୍‌ ବା ମଧୁମେହ ଓ ମୋଟାପଣ ରୋଗ ବଢ଼ିବାରେ ଲାଗିଛି। ଏସବୁ ଅତ୍ୟଧିକ ମାତ୍ରାରେ ଶର୍କରାଜାତୀୟ ଖାଦ୍ୟ ଗ୍ରହଣ ଯୋଗୁ ଘଟୁଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଉଛନ୍ତି। ଫଳରେ ଦେଶର ଆଗାମୀ ଭବିଷ୍ୟତ ପିଢ଼ିଙ୍କ ସ୍ବାସ୍ଥ୍ୟାବସ୍ଥା ଚିନ୍ତାର କାରଣ ପାଲଟିଛି। ଏ ବିଷୟକୁ ହୃଦୟଙ୍ଗମ କରି ଶିଶୁ ଅଧିକାର ସୁରକ୍ଷା ସଂକ୍ରାନ୍ତ ଜାତୀୟ କମିଶନ (ଏନ୍‌ସିପିସିଆର୍‌) ପରାମର୍ଶ କ୍ରମେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ତା’ର ଅନୁବନ୍ଧିତ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦେଇ ବିଦ୍ୟାଳୟରେ ‘ସୁଗାର ବୋର୍ଡ’ ଗଠନ ଉପରେ ଗୁରୁତ୍ୱ ଦେଇଛି। ବହୁ ପରିମାଣର ଚିନି କିମ୍ବା ମିଠା ଖାଦ୍ୟ ଗ୍ରହଣ କଲେ ଜୀବନ ପ୍ରତି ବିପଦ ଥିବା ବିଷୟରେ ଉକ୍ତ ବୋର୍ଡ ଛାତ୍ରୀଛାତ୍ରମାନଙ୍କୁ ସଚେତନ କରାଇବ। ସାଧାରଣରେ ଦେଖାଯାଉଛି ଯେ, ସ୍କୁଲ ପରିସର କିମ୍ବା ଚତୁଃପାର୍ଶ୍ୱରେ ଶର୍କରାରୁ ପ୍ରସ୍ତୁତ ସ୍ନାକ୍ସ, ମୃଦୁପାନୀୟ ଓ ପ୍ରକ୍ରିୟାକୃତ ଖାଦ୍ୟ ଅତି ସହଜରେ ମିଳିପାରୁଛି। ପିଲାମାନେ ଟକଳିଆ ହୋଇଥିବାରୁ ଏଭଳି ଖାଦ୍ୟ ପ୍ୟାକେଟ ପ୍ରତି ଆକର୍ଷିତ ହୋଇ ସେସବୁକୁ ଖାଇ ଦେଉଥିବାରୁ ସେମାନଙ୍କଠାରେ ମଧୁମେହ ଓ ମୋଟାପଣ ଲକ୍ଷଣ ଦେଖାଦେଉଛି। ଏଠାରେ ମନେରଖିବାକୁ ହେବ ଯେ, ଆଜିର ପିଲାଙ୍କ ପାଇଁ କେବଳ ସ୍ବାଦ ନୁହେଁ, ସେମାନେ ପ୍ୟାକେଟର ରଙ୍ଗ ଓ ଚିତ୍ର ଦ୍ୱାରା ମଧ୍ୟ ପ୍ରଭାବିତ ହେଉଛନ୍ତି। ପିଲାଙ୍କ ଉପରେ କରାଯାଇଥିବା ଅନୁଧ୍ୟାନ ଅନୁଯାୟୀ, ୪ରୁ ୧୦ ବର୍ଷ ବୟସର ପିଲାମାନେ ଦୈନିକ ନେଉଥିବା କ୍ୟାଲୋରିରେ ୧୩ ପ୍ରତିଶତ ଶର୍କରା ରହୁଛି। ସେହିପରି ୧୧ରୁ ୧୮ ବର୍ଷ ମଧ୍ୟରେ ଏହାର ମାତ୍ର ୧୫ ପ୍ରତିଶତରେ ପହଞ୍ଚତ୍ୟାଉଛି। ବାସ୍ତବରେ ପିଲାମାନେ ସେମାନଙ୍କ ଖାଦ୍ୟରେ ଦୈନିକ ୫ ପ୍ରତିଶତ ଚିନି କିମ୍ବା ସେଥିରୁ ପ୍ରସ୍ତୁତ ଖାଦ୍ୟ ନେଇପାରିବେ ବୋଲି ସ୍ବାସ୍ଥ୍ୟଗତ ଅନୁମୋଦନ ରହିଛି। ସ୍କୁଲରେ ସୁଗାର ବୋର୍ଡ ପ୍ରତିଷ୍ଠା ହେଲେ ପିଲାମାନଙ୍କୁ ଅତ୍ୟଧିକ ଶର୍କରା ନ ଖାଇ କିଭଳି ସ୍ବାସ୍ଥ୍ୟକର ଖାଦ୍ୟ ସେମାନଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ ସେହି ସମ୍ବନ୍ଧରେ ସଚେତନ କରାଇବ। ଏପରିକି ଜଙ୍କ୍‌ ଫୁଡ୍‌, ସଫ୍ଟ ଡ୍ରିଙ୍କ୍‌ସ ଓ ପ୍ରକ୍ରିୟାକୃତ ଖାଦ୍ୟଠାରୁ ଦୂରେଇ ରହିବା ଲାଗି ଆଲୋଚନାଚକ୍ର ଓ କର୍ମଶାଳା ମାଧ୍ୟମରେ ପିଲାମାନଙ୍କୁ ସୂଚନା ଦେବାର ବ୍ୟବସ୍ଥା କରାଯିବ।
ସିବିଏସ୍‌ଇର ଉପରୋକ୍ତ ନିଷ୍ପତ୍ତି ନିଶ୍ଚିତ ସ୍ବାଗତଯୋଗ୍ୟ। ଏବର ସ୍ଥିତି ଦେଖିଲେ ପିଲାଙ୍କୁ ଶର୍କରାଜାତୀୟ ଖାଦ୍ୟ ପ୍ରତି ଆକର୍ଷିତ କରିବା ଲାଗି ପ୍ରସ୍ତୁତକର୍ତ୍ତାମାନେ ସୁଦୃଶ୍ୟ ପ୍ୟାକେଟ କରି ବଜାରକୁ ଛାଡ଼ୁଛନ୍ତି। ଏଭଳି ସାମଗ୍ରୀର ପ୍ରସ୍ତୁତକର୍ତ୍ତାଙ୍କୁ ସେମାନଙ୍କ କାର୍ଯ୍ୟରୁ ନିରତ ରଖାଯାଇପାରିବ ନାହିଁ। କିନ୍ତୁ ଏହାର କୁପ୍ରଭାବ ଶିଶୁମାନଙ୍କ ଉପରେ ପଡ଼ୁଥିବାରୁ କେବଳ ସଚେତନତା ଓ କାର୍ଯ୍ୟାନ୍ବୟନ ମାଧ୍ୟମରେ ପରିବର୍ତ୍ତନ ଅଣାଯାଇପାରେ। କେବଳ ଶିକ୍ଷୟିତ୍ରୀ ଶିକ୍ଷକ ଚାହିଁଲେ ପିଲାର ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଆଣିପାରିବେ ନାହିଁ। କାରଣ ସ୍କୁଲ ଅପେକ୍ଷା ପିଲାମାନେ ଅଧିକ ସମୟ ଘରେ ରହିଥାଆନ୍ତି। ତେଣୁ ମାତାପିତା, ଅଭିଭାବକଙ୍କ ଖାଦ୍ୟ ସ୍ବଭାବରେ ପରିବର୍ତ୍ତନ ଆସିଲେ ପିଲାମାନେ ସେମାନଙ୍କୁ ଅନୁସରଣ କରିବେ। କେବଳ ପିଲାଙ୍କୁ ପରାମର୍ଶ ଦେଲେ ତାହା କାଟୁ କରିବ ନାହିଁ। ସେଥିପାଇଁ ଗୁରୁଜନମାନେ ପିଲାଙ୍କ ପାଇଁ ରୋଲ ମଡେଲ ବା ଆଦର୍ଶ ହେବା ଦରକାର। ଏହି ମର୍ମରେ ଶୁଣିଥିବା ଏକ କଥା ମନେପଡ଼ୁଛି। ଥରେ ମହାତ୍ମା ଗାନ୍ଧୀଙ୍କ ନିକଟକୁ ଜଣେ ବ୍ୟକ୍ତି ତାଙ୍କ ପିଲାକୁ ନେଇ ପହଞ୍ଚତ୍ଲେ। କହିଲେ-ବାପୁ, ପୁଅକୁ କୁହନ୍ତୁ ସେ ଆଜିଠାରୁ ଆଉ ବେଶି ଚିନି ଖାଇବ ନାହିଁ। ବାପୁ ଉତ୍ତର ଦେଲେ ୧୫ ଦିନ ପରେ ପୁଅକୁ ଧରି ଆସ। ଠିକ୍‌ ୧୫ ଦିନ ପରେ ସମ୍ପୃକ୍ତ ବ୍ୟକ୍ତି ପୁଅକୁ ସାଥିରେ ଧରି ଆସିବା ପରେ ମହାତ୍ମା ଗାନ୍ଧୀ ତାକୁ ଉପଲକ୍ଷ୍ୟ କରି କହିଲେ-ଆଉ ଆଜିଠୁ ବେଶି ଚିନି ଖାଇବୁ ନାହିଁ। ଏ କଥା ଶୁଣି ପିଲାଟିର ପିତା ମହାତ୍ମାଙ୍କୁ କହିଲେ-ଆପଣ ସେଦିନ ଏହା କହିଥିଲେ ତ ହୋଇଥାଆନ୍ତା। ହେଲେ ମହାତ୍ମା ଉତ୍ତର ଦେଲେ ନିଜକୁ ଚିନି ଛାଡ଼ିବା ଲାଗି ୧୫ ଦିନ ଲାଗିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

ଗ୍ରାଉଣ୍ଡକୁ ଓହ୍ଲାଇଲା ଆମେରିକା ସେନା! ୩ୟ ବିଶ୍ୱଯୁଦ୍ଧକୁ ନେଇ ଭୟଙ୍କର ସଙ୍କେତ…

ଓ଼୍ବାଶିଂଟନ୍‌,୧୯।୩: ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ 28ରେ ଇସ୍ରାଏଲ ସହିତ ଇରାନ ଉପରେ ମିଳିତ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ “ପରବର୍ତ୍ତୀ ସମୟରେ…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

ଯୁଦ୍ଧରେ ଭାରତକୁ ସମର୍ଥନ… ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ବୟାନ, ଟ୍ରମ୍ପ ଛାନିଆ!

ନୂଆଦିଲ୍ଲୀ,୧୯।୩: ଇସ୍ରାଏଲ ଇରାନ ଉପରେ ଆକ୍ରମଣକୁ ତୀବ୍ର କରୁଥିବାରୁ, ମଧ୍ୟପ୍ରାଚ୍ୟରେ ସଂଘର୍ଷ କ୍ରମଶଃ ଭୟଙ୍କର ହେବାରେ ଲାଗିଛି। ଇସ୍ରାଏଲ ଏକ ଇରାନୀ ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri