ମାଆ ହେଲେ ସୁଗନ୍ଧା, ଭାଇରାଲ ହେଲା ଝିଅର ପ୍ରଥମ ଝଲକ

ମୁମ୍ବାଇ: ପ୍ରସିଦ୍ଧ ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ର ଏବଂ ଡକ୍ଟର ସଙ୍କେତ ଭୋସଲେ ଖୁସି ଖବର ଦେଇଛନ୍ତି। ଏହି ଦମ୍ପତି ମାତାପିତା ହୋଇଛନ୍ତି । ୩୫ ବର୍ଷୀୟା ସୁଗନ୍ଧା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ସୁଗନ୍ଧାଙ୍କ ସ୍ବାମୀ ଡକ୍ଟର ସଙ୍କେତ ଭୋସଲେ ପ୍ରଶଂସକଙ୍କ ସହ ଖୁସି ଖବର ଶେୟାର କରିଛନ୍ତି।

ଡାକ୍ତର ସଙ୍କେତ ଭୋସଲେ ଇନଷ୍ଟାଗ୍ରାମରେ ହସ୍ପିଟାଲର ଏକ ଭିଡିଓ ଶେୟାର କରି ପ୍ରଶଂସକମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି ଯେ ସେ ବର୍ତ୍ତମାନ ପିତା ହୋଇଛନ୍ତି। ଭିଡିଓରେ ସେ ବହୁତ ଖୁସି ଦେଖାଯାଉଛନ୍ତି ଏବଂ ସେ କହିଛନ୍ତି ଯେ ମୁଁ ପିତା ହୋଇସାରିଛି। ଏହା ପରେ ସେ ହସ୍ପିଟାଲର ଶଯ୍ୟା ଉପରେ ଥିବା ତାଙ୍କ ପତ୍ନୀ ସୁଗନ୍ଧାଙ୍କ ଆଡକୁ କ୍ୟାମେରା ଦେଖାଇ କହିଥିଲେ ଯେ ସେ ମା’ ହୋଇସାରିଛନ୍ତି। ଏହା ପରେ ଉଭୟ ନିଜ ଝିଅର ଝଲକ ଦେଖାଇଛନ୍ତି, ଯଦିଓ ସେମାନେ ବେବେ ଗର୍ଲର ମୁହଁକୁ ହାର୍ଟ ଇମୋଜି ସହିତ ଲୁଚାଇ ରଖିଥିଲେ।
ଏହି ଭିଡିଓ ଶେୟାର କରି ଡକ୍ଟର ଭୋସଲେ କ୍ୟାପସନରେ ଲେଖିଛନ୍ତି, ୟୁନିଭର୍ସ ଆମକୁ ସବୁଠାରୁ ସୁନ୍ଦର ଚମତ୍କାର, ଆମ ପ୍ରେମର ପ୍ରତୀକ ଭାବରେ ଆଶୀର୍ବାଦ ଦେଇଛି .. ଆମେ ଏକ ସୁନ୍ଦର ଶିଶୁ କନ୍ୟା ସହିତ ଆଶୀର୍ବାଦ ପ୍ରାପ୍ତ ହୋଇଛୁ। ଦୟାକରି ଆପଣଙ୍କର ପ୍ରେମ ଏବଂ ଆଶୀର୍ବାଦ ଦେଉଥାଆନ୍ତୁ।
ବିବାହର ଅଢେଇ ବର୍ଷ ପରେ ସଗନ୍ଧା ମିଶ୍ର ଏବଂ ଡକ୍ଟର ସଙ୍କେତ ଭୋସଲେ ମାତାପିତା ହୋଇଛନ୍ତି। ଏହି ଦମ୍ପତି ଅକ୍ଟୋବର ମାସରେ ଘୋଷଣା କରିଥିଲେ ଯେ ନୂଆ ଅତିଥି ସେମାନଙ୍କ ଘରକୁ ଆସିବେ। ସେବେଠାରୁ ଏହି ଦମ୍ପତି ସେମାନଙ୍କ ପ୍ରଶଂସକମାନଙ୍କ ସହିତ ସେମାନଙ୍କର ସୁନ୍ଦର ପର୍ଯ୍ୟାୟର ଝଲକ କ୍ରମାଗତ ଭାବରେ ଶେୟାର କରୁଥିଲେ। ନିକଟରେ ଏହି ଦମ୍ପତି ମରାଠୀ ରୀତିନୀତି ଅନୁଯାୟୀ ଏକ ବେବି ସାୱାର ସମାରୋହ ମଧ୍ୟ କରିଥିଲେ। ସେ ଏହାର ସମସ୍ତ ଫଟୋ ଏବଂ ଭିଡିଓ ଇନଷ୍ଟାଗ୍ରାମରେ ମଧ୍ୟ ଶେୟାର କରିଛନ୍ତି।
ବିବାହର ପ୍ରାୟ ଅଢେଇ ବର୍ଷ ପରେ ଶେଷରେ ଦମ୍ପତିଙ୍କ ଘର ପୂରି ଉଠିଛି। ସୁଗନ୍ଧା ଏବଂ ଡକ୍ଟର ସଙ୍କେତ ନିଜ ଝିଅର ଜନ୍ମକୁ ନେଇ ଅତ୍ୟନ୍ତ ଆନନ୍ଦିତ।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନିସ୍ତାନ କାବୁଲରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ

ନୂଆଦିଲ୍ଲୀ,୧୭।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ସଂଘର୍ଷ ଯୋଗୁଁ ସମଗ୍ର ବିଶ୍ୱ ଗଭୀର ଚିନ୍ତିତ । ଏହି ବ୍ୟାପକ ସଂଘର୍ଷ ମଧ୍ୟରେ, ପାକିସ୍ତାନ ଏବଂ…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri