୨୮ବର୍ଷ ହେଲା ସମ୍ପର୍କ ଯୋଡୁଛନ୍ତି ସୁଧାକର

ଖଇରା,୧୩।୬(ଡି.ଏନ.ଏ.): ଆଇସିକ୍ରମ ଖାଇବା କଥା ଶୁଣିଲେ ପିଲାମାନଙ୍କ ଖୁସି କହିଲେ ନ ସରେ। ବିଶେଷକରି ଖରାଦିନେ ଏହାର ଚାହିଦା ଅଧିକ। ଏବେ ପୁଣି ବଜାରରେ ମିଳୁଥିବା ବିଭିନ୍ନ ଫ୍ଲେଭର ଆଇସକ୍ରିମ ପିଲାମାନଙ୍କୁ ଆକର୍ଷିତ କରୁଛି। ହେଲେ ଖଇରା ଓ ଆଖପାଖ ଅଞ୍ଚଳରେ ୨୮ ବର୍ଷ ହେଲା ଆଇସକ୍ରିମ ବ୍ୟବସାୟ କରି ଲୋକଙ୍କ ସହ ସମ୍ପର୍କ ଯୋଡ଼ି ଚାଲିଛନ୍ତି ସୁଧାକର ଦାସ(୪୫) ା ତାଙ୍କ ଘର ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ପାଣିସାଉଁଳି ଗ୍ରାମରେ ା ତାଙ୍କୁ ଯେତେବେଳେ ୧୫ବର୍ଷ ହୋଇଥିଲା, ତାଙ୍କ ଭାଇ ତ୍ରିନାଥ ତାଙ୍କୁ ଆଇସକ୍ରିମ ବ୍ୟବସାୟ କରିବାକୁ ପରାମର୍ଶ ଓ ପ୍ରଯୁକ୍ତି ପ୍ରଦାନ କରିଥିଲେ ା
ପ୍ରଥମେ ବିସୁନପୁର ଗ୍ରାମ ନିକଟରେ ଏକ ଭଡ଼ା ଘରେ ବ୍ୟବସାୟ ଆରମ୍ଭ କରିଥିଲେ ା ପରେ ବ୍ୟବସାୟ ବଢିବା ପରେ ଲାଭାଂଶରୁ ଜିଆଣିପଦା ନିକଟରେ ଜାଗା କିଣି ଫ୍ୟାକ୍ଟ୍ରି ବସାଇଥିଲେ ା ଏବେ ୧୦ଜଣ ବ୍ୟବସାୟୀଙ୍କ ଜରିଆରେ ବିଭିନ୍ନ ଗ୍ରାମକୁ ପଠାଇ ଆଇସକ୍ରିମ ବିକ୍ରି କରୁଛନ୍ତି ା ପୂର୍ବରୁ ସେ ଏକମାତ୍ର ଦୋକାନୀ ଥିଲେ। ଏବେ ବଜାରରେ ପ୍ରତିଯୋଗିତା ଯୋଗୁ ଲାଭର ପରିମାଣ କମି ଯାଉଛି ା ଆଇସକ୍ରିମ ମୂଲ୍ୟ ୫ଟଙ୍କା ପାଖରୁ ଆରମ୍ଭ କରି ୩୫ଟଙ୍କା ପର୍ଯ୍ୟନ୍ତ ଦରରେ ବିକ୍ରି ହେଉଛି ା ବଜାର ଚାହିଦା ମୁତାବକ ବିଭିନ୍ନ ଆଇସକ୍ରିମରେ ବିଭିନ୍ନ ଫ୍ଲେଭର ବ୍ୟବହାରକୁ ପିଲାମାନେ ଅଧିକ ପସନ୍ଦ କରୁଛନ୍ତି ା ମାର୍ଚ୍ଚରୁ ଜୁନ ପର୍ଯ୍ୟନ୍ତ ଏହି ବ୍ୟବସାୟ ଠିକଠାକ୍‌ ଚାଲୁଥିବା ବେଳେ ବାକି ମାସରେ ଘରେ ଚାଷ କରିଥାନ୍ତି ା ଏହି ବ୍ୟବସାୟରୁ ଝିଅ ଓ ପୁଅଙ୍କୁ ପାଠ ପଢାଇବା ସହ ସମସ୍ତ ଗୁଜୁରାଣ ମେଣ୍ଟାଇଥାନ୍ତି ା ବ୍ୟବସାୟ ମାଧ୍ୟମରେ ଲୋକଙ୍କ ସହ ସମ୍ପର୍କ ସୃଷ୍ଟି ହେବା ସହ ସେ ଆମତ୍ନିର୍ଭରଶୀଳ ହୋଇପାରିଥିବା ପ୍ରକାଶ କରିଛନ୍ତି ା