୭୭୫ କୋଟି ସମ୍ପତ୍ତିର ମାଲିକାଣୀ, ବର୍ଷକୁ ରୋଜଗାର ୩୦୦ କୋଟି; ତଥାପି ୨୪ ବର୍ଷ ହେଲାଣି କିଣିନାହାନ୍ତି ଖଣ୍ଡିଏ ଶାଢ଼ୀ! 

ନୂଆଦିଲ୍ଲୀ,୧୯।୮: ଇନଫୋସିସ ସହ-ପ୍ରତିଷ୍ଠାତା ଏନ୍‌.ଆର୍‌. ନାରାୟଣ ମୁର୍ତ୍ତୀଙ୍କ ପତ୍ନୀ ତଥା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଶାଶୁ ସୁଧା ମୁର୍ତ୍ତୀଙ୍କୁ କିଏ ବା ନଜାଣେ। ଆଜି ଅର୍ଥାତ ୧୯ ଅଗଷ୍ଟ ହେଉଛି ତାଙ୍କର ଜନ୍ମଦିନ। ସୁଧା ମୁର୍ତ୍ତୀ ବର୍ତ୍ତମାନ ଇନଫୋସିସ ଫାଉଣ୍ଡେସନର ଚେୟାରମ୍ୟାନ ମଧ୍ୟ ଅଛନ୍ତି। ଲୋକମାନେ ତାଙ୍କୁ ସାମାଜିକ କାର୍ଯ୍ୟକର୍ତ୍ତା, ଶିକ୍ଷକ, ଲେଖକ ଏବଂ ପରୋପକାରୀ ଭାବେ ମଧ୍ୟ ଜାଣନ୍ତି। ସମାଜ ପାଇଁ ସେ କରୁଥିବା କାର୍ଯ୍ୟ ପାଇଁ ୨୦୦୬ରେ ସୁଧାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାଛଡ଼ା ୨୦୨୩ ମସିହାରେ ତାଙ୍କୁ ପଦ୍ମ ଭୂଷଣ ପ୍ରଦାନ କରାଯାଇଛି। ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ ବହୁତ କିଛି ଜାଣିବା…
ଏକ ମାଧବ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ସୁଧା। ସର୍ଜନ ଆର୍‌.ଏଚ୍‌ କୁଲକର୍ଣ୍ଣି ଏବଂ ତାଙ୍କ ପତ୍ନୀ ଭିମଲା କୁଲକର୍ଣ୍ଣିଙ୍କ ଝିଅ ସେ। ସେ ଇନଫୋସିସ୍‌ ସହ-ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀଙ୍କୁ ବିବାହ କରିଛନ୍ତି। ଅକ୍ଷତା ଏବଂ ରୋହନ ତାଙ୍କର ଦୁଇ ସନ୍ତାନ। ଝିଅ ଅକ୍ଷତା ମୁର୍ତ୍ତୀ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ବିବାହ କରିଛନ୍ତି।
ସୁଧା ମୁର୍ତ୍ତୀଙ୍କ ଶିକ୍ଷା ଏବଂ ବୃତ୍ତି:
ସୁଧା ଇଲେକ୍ଟ୍ରିକାଲ ଏବଂ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ବିଟେକ୍‌ ଏବଂ ଏମ୍‌ଟେକ୍‌ କରିଛନ୍ତି। ଏହା ସହିତ ସେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସରୁ କମ୍ପ୍ୟୁଟର ସାଇନ୍ସରେ ମଧ୍ୟ ଡିଗ୍ରୀ ହାସଲ କରିଛନ୍ତି। ୧୯୯୬ରେ ସେ ଇନଫୋସିସ ଫାଉଣ୍ଡେସନ ପ୍ରତିଷ୍ଠା କରିଥିଲେ, ଯାହା ସମାଜର କଲ୍ୟାଣ ପାଇଁ କାର୍ଯ୍ୟ କରୁଛି। ସେ ଟାଟା ଇଞ୍ଜିନିୟରିଂ ଏବଂ ଲୋକୋମୋଟିଭ୍‌ କମ୍ପାନୀ (ଟେଲକୋ)ରେ ନିଯୁକ୍ତ ପ୍ରଥମ ମହିଳା ଇଞ୍ଜିନିୟର ଥିଲେ। ସେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି, ଯାହା ବହୁତ ପ୍ରସିଦ୍ଧି ଲାଭ କରିଛି।
ସମ୍ପତ୍ତି କେତେ:
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସୁଧାଙ୍କ ସମ୍ପତ୍ତି ମୂଲ୍ୟ ୭୭୫ କୋଟି ଟଙ୍କା, ଯାହା ତାଙ୍କ ପୁସ୍ତକ ଏବଂ କ୍ଷୁଦ୍ରଗଳ୍ପ ତଥା ଇନଫୋସିସ ଫାଉଣ୍ଡେସନ୍‌ର ରୟାଲଟି ସହିତ ଜଡିତ। ଏଥି ସହିତ ତାଙ୍କର ବାର୍ଷିକ ରୋଜଗାର ୩୦୦ କୋଟି ଟଙ୍କା ବୋଲି କୁହାଯାଏ।
ଏତେ ସମ୍ପତ୍ତି ଥିବା ସତ୍ତ୍ୱେ ୨୪ ବର୍ଷ ପାଇଁ ହେଲାଣି କିଣି ନାହାନ୍ତି ଶାଢ଼ୀ:
ଇନଫୋସିସ ଫାଉଣ୍ଡେସନର ଚେୟାରମ୍ୟାନ ସୁଧାଙ୍କ ଶାଢ଼ୀ ନ କିଣିବା ପଛରେ ବଡ଼ କାରଣ ରହିଛି। ୨୪ ବର୍ଷ ପୂର୍ବେ ସେ କାଶୀ ଯିବା ପୂର୍ବରୁ ଶେଷ ଥର ଲାଗି ଶାଢ଼ୀ କିଣିଥିଲେ। ସେ କହିଥିଲେ ଯେ ଯେତେବେଳେ ଜଣେ କାଶୀ ଯାଏ, ନିଜର ସବୁଠୁ ପସନ୍ଦ ଜିନିଷକୁ ତ୍ୟାଗ କରିଥାଏ। ଏଣୁ ସେ ସପିଂ, ବିଶେଷକରି ଶାଢୀ କିଣିବା ବନ୍ଦ କରିଦେଇଛନ୍ତି। ବର୍ତ୍ତମାନ ସେ କେବଳ ଜରୁରୀ ଜିନିଷ କିଣୁଛନ୍ତି। ସର୍ବାଧିକ ବହି କିଣିqବା ସହ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସପିଂ କରନ୍ତି। ତାଙ୍କ ପାଖରେ ୨୦ ହଜାରରୁ ଅଧିକ ପୁସ୍ତକ ଅଛି। ତେବେ ସେ ତାଙ୍କ ଭଉଣୀ, ପରିବାର ସଦସ୍ୟ ଏବଂ ସାଙ୍ଗମାନଙ୍କ ଦ୍ୱାରା ଉପହାରରେ ମିଳିଥିବା ଶାଢୀ ପିନ୍ଧିଥାନ୍ତି ବୋଲି କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri