ହଠାତ୍‌ ନବୀନଙ୍କ ଘରେ ପହଞ୍ଚିଲେ ଅନଙ୍ଗ: ବଢିଲା ଚର୍ଚ୍ଚା

ଭୁବନେଶ୍ୱର,୨୪ା୧(ସୁନିତ୍‌ ମିଶ୍ର):ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂଦେଓ ଶୁକ୍ରବାର ନବୀନ ନିବାସ ଆସି ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ହଠାତ୍‌ ଅନଙ୍ଗ ନବୀନ ନିବାସକୁ ଆସିବା ବିଷୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କୁହାଯାଏ, ବିଦେଶରେ ଥିବା ଡୁନ୍‌ ସ୍କୁଲ୍‌ରେ ଉଭୟେ ନବୀନ ଏବଂ ଅନଙ୍ଗ ଏକାଠି ପାଠ ପଢ଼ିବା ସହିତ ସାଙ୍ଗ ଥିଲେ। ତେଣୁ ଅନଙ୍ଗଙ୍କ ରାଜନୈତିକ କଥା ଯେତେବେଳେ ଆଲୋଚନା ହୁଏ ନବୀନଙ୍କ ବିଷୟ ଆପେ ଆପେ ଚାଲିଆସେ। ପଶ୍ଚିମ ଓଡ଼ିଶାରେ ବିଜେଡିର ସ୍ଥିତି କେତେ କଦର୍ଯ୍ୟ ସେକଥା ଦୈନିକ ଦଳର ବିଭିନ୍ନସ୍ତରର ନେତାଙ୍କ ମୁହଁରୁ ଶୁଣିବାକୁ ମିଳିଛି। ଏପରି କ’ଣ ପରିସ୍ଥିତି ସୃଷ୍ଟି ହେଲା ଅନଙ୍ଗ ନବୀନ ନିବାସରେ ପହଞ୍ଚତ୍ଲେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଆହୁରି ଚର୍ଚ୍ଚା ହେଉଛି ଅନଙ୍ଗଙ୍କୁ ନବୀନ ଡାକିଥିଲେ ନା ସେ ସମୟ ଲୋଡ଼ିଥିଲେ।

Dharitri – Odisha’s No.1 Odia Daily

 

Share