ନୂଆଦିଲ୍ଲୀ,୩୦ା୩: ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କର ରାଜତ୍ୱ ଦେଖିବାକୁ ମିଳିଛି । ସୋମବାର ଦିନ ଜଣେ ପୋଲିସ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ ରାଜଧାନୀର ଉପକଣ୍ଠରେ ଅବସ୍ଥିତ ଏକ ସୁନା ଖଣିକୁ ନେଇ ବିବାଦରେ ଦକ୍ଷିଣ ସୁଦାନରେ ବନ୍ଧୁକଧାରୀମାନେ ୭୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଛନ୍ତି । ଏକ ଖୋଲା ପଡ଼ିଆରେ ଡଜନ ଡଜନ ମୃତଦେହ ପଡ଼ିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ରିପୋର୍ଟ କରିଛନ୍ତି ଯେ ଅନ୍ୟ ଅନେକ ପୀଡିତ ବୁଦା ଭିତରକୁ ପଳାଇ ଯାଇଥିବା ବିଶ୍ୱାସ କରାଯାଉଛି ।
ପୋଲିସ ମୁଖପାତ୍ର କ୍ୱାସିଜୱକ୍ ଡୋମିନିକ୍ ଆମୋଣ୍ଡୋକ୍ କହିଛନ୍ତି, “ମୁଁ କେବଳ ଏତିକି ଜାଣିଛି ଯେ ଜେବେଲ୍ ଇରାକରେ ଏକ ସୁନା ଖଣି ଉପରେ ଅଜ୍ଞାତ ବନ୍ଧୁକଧାରୀ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ୭୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି।” ସୁଦାନ୍ ପିପୁଲ୍ସ ଲିବରେସନ୍ ମୁଭମେଣ୍ଟ୍/ଆର୍ମି – ଇନ ଅପୋଜିସନ୍ (SPLM/A-IO) ଏହି ଆକ୍ରମଣକୁ ନିନ୍ଦା କରିଛି ।

