ଆଜି ମନ୍ତ୍ରୀ ଭାବେ ଶପଥ ନେବେ ସୁଦାମ, ସାରଦା, ବିକ୍ରମ

ଭୁବନେଶ୍ବର, ୨୨ା୫(ବ୍ୟୁରୋ): ରାଜ୍ୟରେ ଖାଲି ପଡ଼ିଥିବା ମନ୍ତ୍ରୀ ପଦ ପାଇଁ ଲାଗି ରହିଥିବା ଚର୍ଚ୍ଚାରେ ଏବେ ବ୍ରେକ୍‌ ଲାଗିବାକୁ ଯାଉଛି। ରାଜ୍ୟର ନୂଆ ମନ୍ତ୍ରୀ ଭାବେ ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ରାଉରକେଲା ବିଧାୟକ ସାରଦା ନାଏକ ଏବଂ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଦାୟିତ୍ୱ ଗ୍ରହଣ କରିବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ଏହି ୩ ଜଣ ବିଧାୟକଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀଭାବେ ଶପଥ ନେବା ଲାଗି ଉତ୍ସବରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଟେଲିଫୋନ ଯାଇଥିବା ଜଣାପଡ଼ିଛି। ଗତ ୧୨ ତାରିଖରେ ବାଚସ୍ପତି ପଦରୁ ଅଚାନକ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିଲେ। ଏହାର କିଛି ସମୟ ମଧ୍ୟରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ଶ୍ରୀକାନ୍ତ ସାହୁ ମଧ୍ୟ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ଫଳରେ ସମୀରଙ୍କ ହାତରେ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଶ୍ରୀକାନ୍ତଙ୍କ ପାଖରେ ଥିବା ଶ୍ରମ ବିଭାଗର ଦାୟିତ୍ୱ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲିକଙ୍କୁ ଦିଆଯାଇଥିଲା। ସେହିପରି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ତାଙ୍କ ପାଖରେ ରହିଥିବା ସ୍ବାସ୍ଥ୍ୟ ବିଭାଗ ଦାୟିତ୍ୱ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଦିଆଯାଇଛି। ଏହି ୩ ବିଭାଗ ସମେତ ଅନ୍ୟ କେତେଜଣ ମନ୍ତ୍ରୀଙ୍କ ବିଭାଗ ମଧ୍ୟ ଅଦଳବଦଳ ହୋଇପାରେ।
ରାଜ୍ୟପାଳ ଛୁଟିରେ ଥିବା ଯୋଗୁ ମନ୍ତ୍ରିମଣ୍ଡଳ ଶପଥ ଉତ୍ସବ କାର୍ଯ୍ୟକ୍ରମ ସ୍ଥଗିତ ଥିଲା। ୨୨ ତାରିଖରେ ରାଜ୍ୟପାଳ ଫେରିବା କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏହାର ଦିନକ ପୂର୍ବରୁ ଅର୍ଥାତ୍‌ ରବିବାର ସାରେ ସେ ଭୁବନେଶ୍ୱର ଫେରି ଆସିଛନ୍ତି। ସୋମବାର ସକାଳ ୯ଟା ୫୦ ମନିଟ୍‌ ସମୟରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଉତ୍ସବ ଅନୁଷ୍ଠିତ ହେବ। ଲୋକସେବା ଭବନ ନୂଆ କନ୍‌ଭେନସନ ସେଣ୍ଟରରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ହେଲେ ବାଚସ୍ପତି ପଦକୁ ନେଇ ସସପେନ୍ସ ଜାରି ରହିଛି। କିଏ ବାଚସ୍ପତି ହେବେ ସେକଥା ସ୍ପଷ୍ଟ ହୋଇ ନାହିଁ।
ସୂଚନାଯୋଗ୍ୟ ଯେ, ୩ ଜିଲାର ସାଙ୍ଗଠନିକ ସ୍ଥିତିକୁ ଦୃଷ୍ଟିରେ ରଖି ବିଜେଡି ସୁଦାମ, ସାରଦା ଏବଂ ବିକ୍ରମଙ୍କୁ ମନ୍ତ୍ରୀ କରୁଥିବା ଚର୍ଚ୍ଚା ହେଉଛି। ଶ୍ରୀକାନ୍ତ ସାହୁଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦିଆଯିବା ପରେ ଗଞ୍ଜାମ ଜିଲାର ସାଙ୍ଗଠନିକ ସ୍ଥିତିକୁ ଦୃଷ୍ଟିରେ ରଖି ଦଳ ସେଠାରେ ବିକ୍ରମ କେଶରୀ ଆରୁଖଙ୍କୁ ବାଚସ୍ପତି ପଦରୁ କାଢ଼ି କ୍ୟାବିନେଟ୍‌ ମନ୍ତ୍ରୀ କରିବାକୁ ଯାଉଛି। ତେବେ ୨୦୧୯ ସାଧାରଣ ନିର୍ବାଚନ ପରେ ମନ୍ତ୍ରିମଣ୍ଡଳରେ ଆରୁଖ ରହିଥିଲେ। ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ତାଙ୍କୁ ବାଦ୍‌ ଦିଆଯାଇ ବାଚସ୍ପତି କରାଯାଇଥିଲା। ହେଲେ ଦ୍ୱିତୀୟ ଥର ଲାଗି ଏବେ ହେବାକୁ ଯାଉଥିବା ଛୋଟଧରଣର ମନ୍ତ୍ରିମଣ୍ଡଳ ପୁନର୍ଗଠନରେ ତାଙ୍କୁ ପୁଣିଥରେ କ୍ୟାବିନେଟ୍‌ ମନ୍ତ୍ରୀ କରାଯାଉଛି। ସୁଦାମ ମାରାଣ୍ଡି ମଧ୍ୟ ୨୦୧୯ ନିର୍ବାଚନ ପରେ ମନ୍ତ୍ରିମଣ୍ଡଳ କ୍ୟାବିନେଟ୍‌ ମନ୍ତ୍ରୀ ରହିଥିଲେ। ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ତାଙ୍କୁ ବାଦ୍‌ ଦିଆଯାଇଥିଲା। ମୟୂରଭଞ୍ଜ ଜିଲାର ସାଙ୍ଗଠନିକ ଦୃଷ୍ଟିକୋଣରୁ ପୁଣିଥରେ ତାଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ଦାୟିତ୍ୱ ମିଳିବାକୁ ଯାଉଥିବା ଚର୍ଚ୍ଚା ହେଉଛି। ମୟୂରଭଞ୍ଜ ଜିଲାର ୯ଟି ନିର୍ବାଚନମଣ୍ଡଳୀରେ ୨୦୧୯ ନିର୍ବାଚନରେ ଭାଜପା ଅଧିକ ସଫଳତା ପାଇଥିଲା। ଏପରିକି ମୟୂରଭଞ୍ଜ ଲୋକ ସଭା ଆସନରେ ମଧ୍ୟ ଭାଜପା ନେତା ବିଶ୍ୱେଶ୍ୱର ଟୁଡୁ ଏମ୍‌ପି ହୋଇ ଏବେ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି। ସେହିପରି ଦେଶର ରାଷ୍ଟ୍ରପତି ଏହି ଜିଲାରୁ ହୋଇଛନ୍ତି। ତେଣୁ ଏହି ଜିଲାରେ ଆଦିବାସୀ ଭୋଟ୍‌ ହାତେଇବା ଲାଗି ମାରାଣ୍ଡିଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଉଥିବା ଜଣାପଡିଛି। ସୁନ୍ଦରଗଡ଼ ଜିଲା ସାଙ୍ଗଠନିକ ଦୃଷ୍ଟିକୋଣରୁ ସାରଦାଙ୍କୁ ଦାୟିତ୍ୱ ମିଳିବାକୁ ଯାଉଛି। ସୁନ୍ଦରଗଡ଼ରେ ମଧ୍ୟ ଭାଜପା ଗତ ୨୦୧୯ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା। ସୁନ୍ଦରଗଡ଼ ଏମ୍‌ପି ଭାବେ ଜୁଏଲ ଓରାମ ବିଜୟୀ ହୋଇଛନ୍ତି। ସାରଦା ନାଏକ ୩ ଥରର ବିଧାୟକ। ପୂର୍ବରୁ ସେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ଯୋଗାଣ ମନ୍ତ୍ରୀ ଥିଲେ। ଅନ୍ୟପଟେ ଝାରସୁଗୁଡ଼ା ଉପନିର୍ବାଚନ ଦାୟିତ୍ୱ ସାରଦା ନାଏକଙ୍କୁ ଦିଆଯାଇଥିଲା। ସେଠାରେ ଭଲ ପ୍ରଦର୍ଶନ ହେବା ପରେ ତାଙ୍କୁ ମନ୍ତ୍ରୀ ପଦ ମିଳିଥିବା କୁହାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri