Posted inଫୁରସତ

ଏମିତି ଫୁଲ, ଯାହା ଦେଖିବାକୁ ପକ୍ଷୀ ପରି

ପ୍ରକୃତି ଅତି ବିଚିତ୍ର। ଏଠାରେ ବିଭିନ୍ନ ପ୍ରକାରର ଫୁଲ ରହିଛି। ଏଥିମଧ୍ୟରୁ କିଛି ଫୁଲ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏକ ଫୁଲ ଅଛି, ଯାହା ଦେଖିବାକୁ ପକ୍ଷୀ ପରି। ଏହି ଫୁଲର ନାଁ କ୍ରୋଟାଲାରିଆ କନିଙ୍ଗହାମି। ଏହି  ଫୁଲର ପାଖୁଡ଼ାଗୁଡ଼ିକ ଠିକ୍‌ ପକ୍ଷୀ ପରି ଦେଖାଯାଏ, ଯାହା ଦେଖି ଆପଣ ଚକିତ ହୋଇଯିବେ। ଏହି ଫୁଲ ଶୀତ ଏବଂ ବସନ୍ତରେ ଫୁଟିଥାଏ। ଏହି ଗଛ ଗ୍ରୀନ ବାର୍ଡଫ୍ଲାଓ୍ବାର, ବାର୍ଡଫ୍ଲାଓ୍ବାର ରାଟୁଲାପୋ, ପ୍ୟାରୋଟ୍‌ ପି’ କିମ୍ବା ରେଗାଲ ବାର୍ଡଫ୍ଲାଓ୍ବାର ଭଳି ନାମରେ ମଧ୍ୟ ଜଣାଶୁଣା। ଏହି ଫୁଲର ରସ ବହୁତ ଉପକାରୀ ବୋଲି କୁହାଯାଏ। ଏହି ଗଛ ବହୁତ ଶୀଘ୍ର ବଢ଼ିଥାଏ। ବର୍ତ୍ତମାନ ଏହି ଗଛର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କ୍ରୋଟାଲାରିଆ ୯ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ବଢ଼ିପାରେ। ଏହାର ସବୁଜ ପତ୍ର ଅଛି। ଏହି ଆକର୍ଷଣୀୟ ଫୁଲ ସମଗ୍ର ବିଶ୍ୱରେ ବହୁ ସଂଖ୍ୟକ ପ୍ରଶଂସକଙ୍କୁ ଆକର୍ଷିତ କରିଛି, ଯାହା କ୍ଷୁଦ୍ର ଉଡ଼ୁଥିବା ହମିଂବାର୍ଡମାନଙ୍କ ଶରୀର ପରି ଆକୃତିର। ଏହା ବ୍ୟତୀତ ଫୁଲ ଉପରେ କଳା ସୂକ୍ଷ୍ମ ରେଖା ମଧ୍ୟ ରହିଛି। ଭାଇରାଲ ଫଟୋରେ ଆପଣ ଏହାର ଫୁଲର ଆକାରକୁ ସ୍ପଷ୍ଟ ଭାବରେ ଦେଖିପାରିବେ। ମହୁମାଛି ଏହାର ଫୁଲରେ ମିଳିଥିବା ରସକୁ ପିଅନ୍ତି।

ଏହାର ଅନନ୍ୟ ଫୁଲ ଆକୃତି ହେତୁ ସାଜସଜ୍ଜା ଉଦ୍ଦେଶ୍ୟରେ ଏହି ଫୁଲକୁ ବହୁଳ ଭାବରେ ବ୍ୟବହାର କରାଯାଏ। ଅଷ୍ଟ୍ରେଲୀୟ ଉଦ୍ଭିଦ ବିଜ୍ଞାନୀ ଆଲାନ କନିଙ୍ଗହାମ୍‌ଙ୍କ ନାମରେ କ୍ରୋଟାଲାରିଆ କନିଙ୍ଗହାମି ନାମିତ ହୋଇଛି। ଯିଏ ପ୍ରଥମେ ୧୮୧୬ରୁ ୧୮୩୯ମଧ୍ୟରେ ଉଦ୍ଭିଦ ବିଷୟରେ ବର୍ଣ୍ଣନା କରିଥିବା ଏକ ରିପୋର୍ଟରୁ ପ୍ରକାଶ। ସେ ଏହାକୁ ଆବିଷ୍କାର କରିଥିଲେ। ଏହାର ରସକୁ ଆଦିବାସୀମାନେ ଆଖି ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହାର କରିଥିବାର ଜଣାଯାଏ, ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri