ପଟିଆରେ ସକ୍ସେସ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୪।୯: ଦେଶର ପ୍ରମୁଖ ମେନ୍ସୱେର ବ୍ରାଣ୍ଡ୍‌ ‘ସକ୍ସେସ୍‌’ର ନୂତନ ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶନିବାର ଭୁବନେଶ୍ୱରର ପଟିଆଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁଶାନ୍ତ ରାଉତଙ୍କ ସମେତ ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ, ମୋନାଲିସା ବେହେରା,ଲକ୍ଷ୍ମୀପ୍ରିୟା ପରିଡ଼଼ା, କର୍ପୋରେଟର ମିହିର କୁମାର ରାଉତ ସମ୍ମାନିତ ଅତିଥି ଭାବେ ଅତିଥି ଭାବେ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ସକ୍ସେସ୍‌ର ଏମ୍‌ଡି ରଜନୀଶ ସେଠିଆ କହିଛନ୍ତି, ପଟିଆରେ ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ର ଶୁଭାରମ୍ଭ କରି ଆମେ ବେଶ୍‌ ଉତ୍ସାହିତ । ଏପରିକି ଓଡ଼ିଶା (ଭୁବନେଶ୍ୱର) ଆମ ପାଇଁ ଏକ ପ୍ରମୁଖ ବଜାର ପାଲଟିଛି। ଏହା ପୂର୍ବରୁ ଓଡ଼ିଶାରେ ଆମର ୫ଟି ଷ୍ଟୋର ରହିଛି। ଖୁବ୍‌ଶୀଘ୍ର କଟକ, ବ୍ରହ୍ମପୁର, ରାଉରକେଲା, ତାଳଚେର, ପୁରୀ, ଜଟଣୀ, ସମ୍ବଲପୁର ଓ ବଲାଙ୍ଗୀର ଭଳି ସହରରେ ନୂତନ ଷ୍ଟାର ସହ ବ୍ୟବସାୟ ସମ୍ପ୍ରସାରଣ ପାଇଁ ଯୋଜନା ରହିଛି। ସେହିଭଳି ଆମର ବର୍ତ୍ତମାନ ୨୦ରୁ ଅଧିକ ସ୍ବତନ୍ତ୍ର ବ୍ରାଣ୍ଡ୍‌ ଆଉଟ୍‌ଲେଟ୍‌ ସହ ୩୭୫ରୁ ଅଧିକ ମଲ୍ଟି ବ୍ରାଣ୍ଡ୍‌ ଆଉଟ୍‌ଲେଟ୍‌ ଏବଂ ୪୫ ଶପ୍‌ ଇନ୍‌ ଶପ୍‌ ଫର୍ମାଟ ଷ୍ଟୋର୍‌ ରହିଛି। ସେହିଭଳି ଭୁବନେଶ୍ବର ଫ୍ରାଞ୍ଚାଇଜ୍‌ ପାର୍ଟନର ରୂପେଶ ଧାମେଜା କହିଛନ୍ତି, ଆମର ଉତ୍କଳ ଗ୍ୟାଲେରିଆ, ଡିଏନ୍‌ ରେଗାଲିଆ ଏବଂ ଜନପଥଠାରେ ମଧ୍ୟ ସକ୍ସେସ୍‌ ଏକ୍ସକ୍ଲୁସିଭ ବ୍ରାଣ୍ଡ ଆଉଟଲେଟ୍‌ ରହିଛି। ଆମର ସମସ୍ତ ଗ୍ରାହକଙ୍କୁ ସେମାନଙ୍କର ଅତ୍ୟଧିକ ସମର୍ଥନ ପାଇଁ କୃତଜ୍ଞ ବୋଲି ସେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri