ପ୍ରଥମ ଲଙ୍ଗ୍‌ ରେଞ୍ଜ ହାଇପରସୋନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର,୧୮ା୧୧(ବାଞ୍ଛାନିଧି ଦେ): ଭାରତକୁ ମିଳିଛି ଐତିହାସିକ ସଫଳତା। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ଦେଶର ପ୍ରଥମ ଲଙ୍ଗ୍‌ ରେଞ୍ଜ ହାଇପରସୋନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ବାଲେଶ୍ୱର ଜିଲା ଚାନ୍ଦିପୁର ଡିଆର୍‌ଡିଓ ଅଧୀନ ଧାମରାସ୍ଥିତ ଡ. ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଏହି କ୍ଷେପଣାସ୍ତ୍ରକୁ ଶନିବାର ରାତିରେ ପରୀକ୍ଷଣ କରାଯାଇଥିଲା। ପରୀକ୍ଷଣର ପ୍ରାଥମିକ ଲକ୍ଷ୍ୟ ପୂରଣ ଦିଗରେ ଆଇଟିଆର୍‌ ଦ୍ୱାରା ବିଭିନ୍ନ ସ୍ଥାନରେ ନିୟୋଜିତ ରାଡାର, ଇଲେକ୍ଟ୍ରୋ ଅପ୍ଟିକାଲ୍‌ ଟ୍ରାକିଂ ସିଷ୍ଟମ୍‌ ଏବଂ ଟେଲିମେଟ୍ରି ପ୍ରଭୃତି ରେଞ୍ଜ ସେନ୍ସର ଦ୍ୱାରା ନିରୀକ୍ଷଣ କରାଯାଇଥିଲା। ଏଥିସହିତ ସମୁଦ୍ରରେ ନିୟୋଜିତ ଜାହାଜ ଷ୍ଟେଶନରୁ ମିଳିଥିବା ତଥ୍ୟ ଅନୁଯାୟୀ ବିଭିନ୍ନ ଉଚ୍ଚତା ଏବଂ ବେଗରେ ଗତିମାନ ଅବସ୍ଥାରେ ଏହି କ୍ଷେପଣାସ୍ତ୍ର ନିଜର ଦକ୍ଷତାକୁ ନେଇ କୁଶଳତା ପୂର୍ବକ ପୂର୍ବ ନିର୍ଦ୍ଧାରିତ ଗତିପଥକୁ ଅନୁସରଣ କରିଥିଲା। ଏହା ଅତ୍ୟନ୍ତ ଉଚ୍ଚକୋଟୀର ଓ ଠିକ୍‌ ପ୍ରଭାବ ପ୍ରଦର୍ଶନ କରିଥିବା ଡିଆର୍‌ଡିଓ ପକ୍ଷରୁ ସୂଚନା ଦିଆଯାଇଛି।
ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର ଭାରତୀୟ ସେନାରେ ନିୟୋଜନ ହେବ। ବିଭିନ୍ନ ଶ୍ରେଣୀର ଯୁଦ୍ଧାସ୍ତ୍ର ବହନ ସହିତ ୧୫୦୦ କି.ମି.ରୁ ଅଧିକ ଦୂରତା ପର୍ଯ୍ୟନ୍ତ ଏହାର ମାରକ କ୍ଷମତା ରହିଛି। ହାଇଦ୍ରାବାଦର ଡ. ଏପିଜେ ଅବଦୁଲ କଲାମ ମିସାଇଲ କମ୍ପ୍ଲେକ୍ସସ୍ଥିତ ଏକାଧିକ ଲାବୋରେଟୋରି ସହିତ ଡିଆର୍‌ଡିଓର ସଂଖ୍ୟାଧିକ ଲାବୋରେଟୋରି ଏବଂ ପ୍ରତିରକ୍ଷା ସାମଗ୍ରୀ ପ୍ରସ୍ତୁତକାରୀ ଭାରତୀୟ ଶିଳ୍ପାନୁଷ୍ଠାନଗୁଡ଼ିକର ସହଯୋଗରେ ଏହି ହାଇପରସୋନିକ କ୍ଷେପଣାସ୍ତ୍ରକୁ ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ କରାଯାଇଛି। ଡିଆର୍‌ଡିଓର ବରିଷ୍ଠ ବୈଜ୍ଞାନିକମାନଙ୍କ ସହିତ କ୍ଷେପଣାସ୍ତ୍ରର ବ୍ୟବହାରକାରୀ ଭାବେ ଦେଶର ତିନି ସେନାର ପ୍ରତିନିଧିମାନେ ଏହି ଉଡ଼ାଣ ପରୀକ୍ଷାକୁ ଅନୁଧ୍ୟାନ କରିଥିଲେ।
ଏହି ସଫଳ ପରୀକ୍ଷଣକୁ ନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆର୍‌ଡିଓ, ଭାରତୀୟ ସେନା ସମେତ ଏଥିରେ ଜଡ଼ିତ ଅନ୍ୟାନ୍ୟ ସଂସ୍ଥାଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି। ଏହି ହାଇପରସୋନିକ ମିସାଇଲର ସଫଳ ବ୍ୟବହାରିକ ପରୀକ୍ଷଣ ଯୋଗୁ ଦେଶକୁ ଐତିହାସିକ ଉପଲବ୍ଧି ମିଳିପାରିଛି। ଏହା ଦ୍ୱାରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥା ଅତ୍ୟାଧୁନିକ ସାମରିକ ଜ୍ଞାନକୌଶଳର ଅଧିକାରୀ ସମ୍ପନ୍ନ ଦେଶ ଭାବେ ଭାରତ ଅଗ୍ରଣୀ ଦେଶଙ୍କ ଗ୍ରୁପ୍‌ରେ ସାମିଲ ହୋଇପାରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।
ସେହିପରି ପ୍ରତିରକ୍ଷା ବିଭାଗ ସଚିବ (ଅନୁସନ୍ଧାନ ଏବଂ ବିକାଶ) ତଥା ଡିଆର୍‌ଡିଓର ଅଧ୍ୟକ୍ଷ ଡ. ସମୀର ଭି କାମାତ ହାଇପରସୋନିକ କ୍ଷେପଣାସ୍ତ୍ରର ସଫଳ ଉଡ଼ାଣ ପରୀକ୍ଷା ପାଇଁ ବୈଜ୍ଞାନିକ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri