Posted inଫୁରସତ

ସଫଳ ମହିଳା ଉଦ୍ୟୋଗୀ ସୁରଭି

ନିଜସ୍ବ ପ୍ରଚେଷ୍ଟା ସହ ଦୃଢ ମନୋବଳ ଥିଲେ କୌଣସି କାମ ଅସମ୍ଭବ ହୋଇ ରହେନା; ଯାହା ପ୍ରମାଣ କରି ଦେଖାଇଛନ୍ତି ନୟାଗଡ ଜିଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ ଖୁଦବେହେରା ପାଟଣା ଗ୍ରାମର ସୁରଭି ସାହୁ; ଯିଏକି ନିଜ ପରିଶ୍ରମ ବଳରେ ଜଣେ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି। ସ୍ବାମୀଙ୍କ ଅକାଳ ବିୟୋଗ ପରେ ଦୁଇ ପିଲାଙ୍କ ଭବିଷ୍ୟତକୁ ଆଖିରେ ରଖି କିଛି କରିବାର ନିଷ୍ପତି ନେଲେ। ଦୁଇଜଣ ତାଲିମପ୍ରାପ୍ତ କାରିଗରଙ୍କୁ ଆଣି ଷ୍ଟିଲ୍‌ ଆଲମିରା ତିଆରି ଆରମ୍ଭ କଲେ; ଯାହାର ନାଁ ଦେଲେ ‘କାହ୍ନୁ ଷ୍ଟିଲ ଇଣ୍ଡଷ୍ଟ୍ରିଜ୍‌’। ଲୋକପ୍ରିୟତା ବଢିବା ପରେ ଆହୁରି ୧୦ ଜଣଙ୍କୁ ଆଣି ଆଲମିରା ସହ ଅନ୍ୟାନ୍ୟ ଘରକରଣା ଲୌହ ସାମଗ୍ରୀ ତିଆରି କଲେ। ବିନା ମୂଳଧନରେ ଆରମ୍ଭ କରିଥିବା ତାଙ୍କର ଏହି ବ୍ୟବସାୟ ଏବେ ବେଶ୍‌ ଭଲ ଚାଲିଛି। କାରିଗରମାନେ ମାସକୁ ୧୫ରୁ ୨୦ ହଜାର ଟଙ୍କା ଉପାର୍ଜନ କରିପାରୁଛନ୍ତି। ପ୍ରଥମେ ସୁରଭିଙ୍କ ସ୍ବାମୀ ସୁଦର୍ଶନ ସାହୁ ସୁରଭୀଙ୍କ ନାମରେ ଲୋନ ଆଣିବା ସହ ବିଭିନ୍ନ ବ୍ୟକ୍ତିଙ୍କଠାରୁ ଋଣ ଆଣି ଏହି ବ୍ୟବସାୟ ଆରମ୍ଭ କରିଥିଲେ। ସବୁ ଠିକ୍‌ ଚାଲିଥିବା ବେଳେ ପରେ ତାଙ୍କର କିଡ୍‌ନୀ ଓ ହୃଦ୍‌ରୋଗ ସମସ୍ୟା ଦେଖା ଦେବାରୁ ତାଙ୍କୁ ଚିକିସତ୍ା ପାଇଁ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତୀ କରାଗଲା; ଯେଉଁଥିରେ ସୁରଭିଙ୍କର ଗହଣା ବିକ୍ରୀ ହେବା ସହ ପ୍ରାୟ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା କରଜ ହୋଇଗଲା। ତେବେବି ମାତ୍ର ୪୮ ବର୍ଷ ବୟସରେ ଚିକିସତ୍ିତ ଅବସ୍ଥାରେ ସୁରଭିଙ୍କ ସ୍ବାମୀଙ୍କର ଅକାଳ ବିୟୋଗ ହେଲା। ଝିଅ ଓ ଛୋଟ ପୁଅର ଭବିଷ୍ୟତ ସହ ବ୍ୟାଙ୍କ ଋଣ, ପୁଣି ଲୋକଙ୍କ ଧାର ଉଧାରର ବୋଝ। ଏଭଳି ସ୍ଥିତିରେ ବି ସୁରଭି ଭାଙ୍ଗି ପଡିଲେନି। ପାଖରେ ବାକିଥିବା କିଛି ଅଳଙ୍କାରକୁ ବ୍ୟାଙ୍କରେ ବନ୍ଧକ ରଖି ୩୦ ହଜାର ଟଙ୍କା, ହାତ ଉଧାରିରେ ୩୦ ହଜାର ଏବଂ କଳାପଥରର ଜନୈକ ବ୍ୟବସାୟୀଙ୍କଠାରୁ ୩୦ ହଜାର ଏପରି ୯୦ ହଜାର ଟଙ୍କା ଯୋଗାଡ଼ କରି ସୁରଭି ୨୦୧୮ ମସିହା ବିଶ୍ୱକର୍ମା ପୂଜା ଅବସରରେ ନିଜର ଦିଅର ଯେକି ଜଣେ ଉତ୍ତମ କାରିଗର, ତାଙ୍କର ସହଯୋଗରେ ଆଉ ୨ ଜଣ କାରିଗରଙ୍କୁ ନେଇ ପୁଣିଥରେ ବ୍ୟବସାୟ ଆରମ୍ଭ କଲେ। ସୁରଭି ଜିନିଷର ଗୁଣବତ୍ତା ଉପରେ ଗୁରୁତ୍ୱ ଦେଉଥିଲେ। ଏହାସହ ତାଙ୍କର ବ୍ୟବହାର ଖୁବ୍‌ ଭଲ ଥିଲା; ଯେଉଁଥିପାଇଁ ଜିଲା ତଥା ଜିଲା ବାହାରର ବ୍ୟବସାୟୀମାନେ ଅଗ୍ରୀମ ଟଙ୍କା ଦେଇ ସେ ସବୁକୁ ନେଇ ଯାଉଥିଲେ। ତାସହ ନିୟମିତ ଭାବରେ କଳାପଥର, ପୁରୀ, ବଲାଙ୍ଗୀର ଆଦି ଅଂଚଳର ବିଭିନ୍ନ ପ୍ରତିଷ୍ଠିତ ବ୍ୟବସାୟୀ ସୁରଭିଙ୍କ ପ୍ରତିଷ୍ଠାନରୁ ଆଲମିରା କ୍ରୟ କରି ନେଉଥିବା ସୁରଭି ପ୍ରକାଶ କରିଛନ୍ତି ା ଏହାଛଡା ସାଧାରଣ ଲୋକମାନେ ମଧ୍ୟ ଏଠାରୁ ଜିନିଷ କ୍ରୟ କରିଥାନ୍ତି। ଏବେ ସୁରଭିଙ୍କ ବ୍ୟବସାୟ ମାସକୁ ୫ରୁ ୮ଲକ୍ଷ ଟଙ୍କା। ତେବେ ସୁରଭି କୁହନ୍ତି, ସରକାରଙ୍କଠାରୁ ପ୍ରୋତ୍ସାହନ ମିଳିଲେ ସେ ତାଙ୍କ ବ୍ୟବସାୟକୁ ଆହୁରି ଆଗକୁ ବଢାଇପାରିବେ। ତେବେ ସୁରଭି ନିୟମିତ ଋଣ ପରିଶୋଧ କରୁଥିବାରୁ କଂଟିଲୋ ୟୁକୋ ବ୍ୟାଙ୍କ ଶାଖା ପରିଚାଳକ ପ୍ରିୟବ୍ରତ ସ୍ବାଇଁ ଉଚ୍ଚ କର୍ତୃପକ୍ଷଙ୍କ ସହ ଆଲୋଚନା କରି ସୁରଭିଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି। ସତ କଥା ହେଲା, ଜିନିଷର ଗୁଣବତା ରହିଲେ ହିଁ ଏହା ଲୋକମାନଙ୍କ ଦ୍ୱାରା ଆଦୃତ ହୋଇପାରିବ। ଏହାଛଡ଼ା ନିଜର ଆତ୍ମବିଶ୍ୱାସ ଓ ଦୃଢ ଇଚ୍ଛାଶକ୍ତି ରହିଲେ ଯେକୌଣସି କାର୍ଯ୍ୟରେ ସଫଳତା ମିଳିପାରିବ ବୋଲି ସୁରଭି କୁହନ୍ତି ା ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ସ୍ବାବଲମ୍ବୀ କରିପାରିଥିବା ସୁରଭି ଅନ୍ୟମାନଙ୍କ ପାଇଁ ନିଶ୍ଚିନ୍ତ ଭାବରେ ପ୍ରେରଣା।
-ଅଜୟ କୁମାର ମହାରଣା


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri