କୋଇଲା ଉତ୍ପାଦନରେ ଓସିପିଏଲ୍‌ର ସଫଳତା

ଭୁବନେଶ୍ୱର,୧୦।୮: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଓଡ଼ିଶା କୋଲ୍‌ ଆଣ୍ଡ୍‌ ପାୱାର ଲିମିଟେଡ୍‌ (ଓସିପିଏଲ୍‌) ରେକର୍ଡ ପରିମାଣର କୋଇଲା ଉତ୍ପାଦନକରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶା ସରକାର ଏବଂ ଓପିଜିସି ଦ୍ବାରା ପରିଚାଳିତ ଓସିପିଏଲ୍‌ ରାଜ୍ୟର ପ୍ରମୁଖ କୋଇଲା ଖନନ ସଂସ୍ଥା ଭାବେ ବେଶ୍‌ ପରିଚିତ। ଏପରିକି ଦେଶର ଘୋର କୋଇଲା ସଙ୍କଟ ସମୟରେ ଓସିପିଏଲ୍‌ ତା’ର ଶେଷ ବ୍ୟବହୃତ ପ୍ଲାଣ୍ଟ ଓପିଜିସି (ୟୁନିଟ୍‌ ୩ ଏବଂ ୪ ) ଏବଂ ଅନ୍ୟାନ୍ୟ ଥର୍ମା ପାୱାର ପ୍ଲାଣ୍ଟ୍‌କୁ ଉତ୍ତମ ମାନର କୋଇଲା ଯୋଗାଇଛି। ଗତ୨ବର୍ଷ ମଧ୍ୟରେ ଓସିପିଏଲ୍‌ର ବୈଷୟିକ ଜ୍ଞାନକୌଶଳ ଯୋଗୁ ଓପିଜିସିକୁ ହାରାହାରି ୨୦% ନିମ୍ନ ଦରରେ ଜିସିଭି ବେସ୍‌ଡ ଲାଣ୍ଡେଡ କୋଲ୍‌ କୋଷ୍ଟରେ କୋଇଲା ଯୋଗାଉଛି। ଓସିପିଏଲ୍‌ ସ୍ବ ଅର୍ଜିତ ଲାଭାଂଶରୁ ପ୍ରାୟ ୫୦%ଋଣ ପରିଶୋଧ କରିବାରେ ସକ୍ଷମ ହୋଇପାରିଛି। ଏଥିଯୋଗୁ ଓପିଜିସି ପାଇଁ ଆକଳନ କରାଯାଉଥିବା ଇନ୍‌ପୁଟ ପ୍ରାଇସର ଫାଇନାନ୍ସ କମ୍ପୋନେଟ ପ୍ରାୟ ୫୭% କମିଯିବ ବୋଲି ଆକଳନ କରାଯାଉଛି। ସେହିଭଳି ଓସିପିଏଲ୍‌ର ପିକ୍‌ ରେଟେଡେ୍‌ କାପାସିଟି ୨୦୨୫-୨୬ ଆର୍ଥକ ବର୍ଷରେ ୧୬ ମିଲିଅନ୍‌ ଟନ୍‌ ହେବା ଯଥେଷ୍ଟ ସମ୍ଭାବନା ରହିଛି। ଏପରିକି ପୂର୍ଣ୍ଣ କ୍ଷମତାସମ୍ପନ୍ନ ହେବା ପରେ ଓପିଜିସିର ଇନ୍‌ପୁଟ କୋଲ କୋଷ୍ଟ ଆଶାତୀତ ଭାବେ ହ୍ରାସ କରିବା ସମ୍ଭାବନା ରହିଛି। ବିଶେଷକରି ଓସିପିଏଲ୍‌ ଉତ୍ତମ ମାନର ଏବଂ ପର୍ଯ୍ୟାପ୍ତ ମାତ୍ରାରେ କୋଇଲା ଯୋଗାଣ କରୁଛି। ଓସିପିଏଲ୍‌ ଯୋଗୁ ଓପିଜିସି ରାଜ୍ୟର ୩୦% ପାଓ୍ବାର ରିକ୍ୱାରମେଣ୍ଟକୁ ପୂରଣ କରିପାରୁଛି। କୋଇଲାସ୍ତର ମଧ୍ୟରେ ଉପଲବ୍ଧ ଅନ୍‌ ଗ୍ରେଡେଡ୍‌ କାର୍ବନିୟସ ସେଲ୍‌କୁ ଓଭରବର୍ଡନ ଡମ୍ପରେ ଫିଙ୍ଗି ନ ଦିଆଯାଇ କିଛି ମାତ୍ରାରେ ଜି-୧୪ କୋଇଲର ମିଶ୍ରଣକରି ଏହାର ମାନକୁ ଜି-୧୭ରେ ପରିଣତ କରିବାରେ ଓସିପିଏଲ୍‌ ସକ୍ଷମ ହୋଇପାରିଛି, ଯାହାର ଲାବରେଟୋରି ବିଶ୍ଳେଷଣ ତଥା ପ୍ରମାଣପତ୍ର ରାଜ୍ୟ ସରକାରଙ୍କ ଇସ୍ପାତ ଏବଂ ଖଣି ବିଭାଗ ଦ୍ୱାରା ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୨।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri