ଏକାକୀ ନୁହେଁ, ଏକତ୍ର କାମକଲେ ସଫଳତା ମିଳିଥାଏ: ଆଦ୍ୟାଶା ସତପଥୀ

ଭୁବନେଶ୍ୱର,୧୧ା୭(ଅନୁରାଧା ମହାରଣା): ଲୟୋଲା ସ୍କୁଲର ରଜତ ଜୟନ୍ତୀ ଅବସରରେ ଶନିବାର ପ୍ରଥମ ମଡେଲ ୟୁନାଇଟେଡ୍‌ ନେଶନ(ଏମ୍‌ୟୁଏନ୍‌) ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ, ସମ୍ମାନିତ ଅତିଥି ଭାବେ ରେକ୍ଟର ଫାଦର ଏ. ଏଜାକୁନେଲ ଏସ୍‌ଜେ, ପ୍ରିନ୍ସିପାଲ ଫାଦର ଏ. ଅମଲାଦୋସ ଏସ୍‌ଜେ, ଭାଇସ୍‌ ପ୍ରିନ୍ସିପାଲ ନନ୍ଦିତା ପଟ୍ଟନାୟକ, ଲୟୋଲା ଏମ୍‌ୟୁଏନ୍‌ର ସେକ୍ରେଟାରୀ ଜେନେରାଲ ଅନ୍ବେଶା ପ୍ରିୟଦର୍ଶିନୀ ପ୍ରଧାନ, ଡେପୁଟି ସେକ୍ରେଟାରୀ ଜେନେରାଲ ସୃଷ୍ଟି ରାୟ ଯୋଗଦେଇ ଏମ୍‌ୟୁଏନ୍‌କୁ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଆଦ୍ୟାଶା କହିଲେ, ଏପରି କାର୍ଯ୍ୟକ୍ରମଗୁଡ଼ିକ ସହଯୋଗ, ଗୁରୁତ୍ୱପୂର୍ଣ୍ଣ ଚିନ୍ତନ ଓ ଦଳୀୟ କାର୍ଯ୍ୟକୁ ପ୍ରୋତ୍ସାହିତ କରେ। ଏହା ଶୈକ୍ଷିକ ପ୍ରତିଯୋଗିତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ବାସ୍ତବ ଜୀବନରେ ଏକାକୀ ନୁହେଁ, ଏକତ୍ର କାମ କରିବା ଦ୍ୱାରା ସଫଳତା ମିଳିଥାଏ। ଆଦ୍ୟାଶା ତାଙ୍କ ଅନୁଭୂତିରୁ ଅନେକ ଉଦାହରଣ ଦେଇ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଥିଲେ। ସେ କହିଲେ, ଜ୍ଞାନ ହେଉଛି ଶକ୍ତି। ଆମେ କେଉଁ କାର୍ଯ୍ୟ ପ୍ରତି ଉତ୍ସାହିତ ତାହା ଖୋଜିବା ପରିବର୍ତ୍ତେ ଆମେ ବିଭିନ୍ନ ଦିଗରେ କାର୍ଯ୍ୟ କରିବା ଦରକାର। ଏହାଦ୍ୱାରା ଆମକୁ କୌଣସି ଦାୟିତ୍ୱକୁ ଚାପ ପରି ମନେ ହେବ ନାହିଁ ବରଂ ଆମେ ତାହାକୁ ଉପଭୋଗ କରିଥାଉ। ଯେତେବେଳେ ଆପଣ ଆଗ୍ରହର ସହିତ ସକ୍ରିୟ ଭାବେ ଜଡ଼ିତ ହୁଅନ୍ତି, ଚାପ ଦୂର ହୋଇଯାଏ। ଏହା ହିଁ ପ୍ରକୃତ ବିକାଶ ଓ ସଫଳତାର ଆରମ୍ଭ ବୋଲି ଆଦ୍ୟାଶା କହିଥିଲେ।

ଏ. ଅମଲାଦୋସ ଏସ୍‌ଜେ କହିଲେ, ଏହି ଏମ୍‌ୟୁଏନ୍‌ ଛାତ୍ରୀଛାତ୍ରଙ୍କ ଆତ୍ମବିଶ୍ୱାସ, ଚିନ୍ତନଶକ୍ତି, ଗଭୀର ଅନ୍ତର୍ଦୃଷ୍ଟି ଓ ସାର୍ବଜନିକ କଥାବାର୍ତ୍ତା କ୍ଷମତା ବୃଦ୍ଧି କରିଛି। ଏହା ସେମାନଙ୍କୁ ବିଶ୍ୱସ୍ତରର ସମସ୍ୟାଗୁଡିକୁ ବୁଝିବା, ଶ୍ରେଣୀକକ୍ଷର ଜ୍ଞାନକୁ ବ୍ୟବହାର କରିବା, ଅନୁସନ୍ଧାନ କ୍ଷମତା, ବୈଜ୍ଞାନିକ ଭାବନା ଓ ଦଳରେ କାମ କରିବା ଦକ୍ଷତା ଉନ୍ନତ କରିବାର ସୁଯୋଗ ଦେଇଛି।

କାର୍ଯ୍ୟକ୍ରମରେ ଭୁବନେଶ୍ୱରର ୧୯ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟର ୨୧୦ ରୁ ଅଧିକ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ୟୁଏନ୍‌ଜିଏ, ଡିଆଇଏସ୍‌ଇସି, ୟୁଏନ୍‌ଏଚ୍‌ଆରସି, ଏଆଇପିପିଏମ୍‌ ଓ ଆଇପିସ ଆଦି ଉପସମିତି ଗଠନ କରି ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତୀୟ ବିଷୟରେ ଚର୍ଚ୍ଚା କରାଯାଇଥିଲା। ଲୟୋଲା ବିଦ୍ୟାଳୟର ସଙ୍ଗୀତ ଦଳ ଦ୍ୱାରା ସୁନ୍ଦର ସଙ୍ଗୀତ ଏବଂ ବିଦ୍ୟାଳୟର ସ୍କାଉଟ ଓ ଗାଇଡ୍ସ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା। ଲୟୋଲା ଏମ୍‌ୟୁଏନ୍‌ର ଡେପୁଟି ସେକ୍ରେଟାରୀ ଜେନେରାଲ ସୃଷ୍ଟି ରାୟ ସ୍ବାଗତ ଭାଷଣ ଦେଇଥିବାବେଳେ ଓ ବିଦ୍ୟାଳୟ ପ୍ରେସିଡେଣ୍ଟ ଅବଧୂତ ଆନନ୍ଦ ବିଶି ଉଦ୍‌ବୋଧନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri