ପୋଲିସକୁ ସଫଳତା: ସିରିଜ ଚୋରି ଘଟଣାରେ ଜେଲ ଗଲେ ୫ ଅଭିଯୁକ୍ତ, ଜବତ ହେଲା ଏତେ ପରିମାଣର…

ଦିଗପହଣ୍ଡି,୨।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଇଲାକାରେ ଗତ ୧୫ ଦିନ ମଧ୍ୟରେ ୫ ରୁ ଉଦ୍ଧର୍‌ବ ଗ୍ରାମରେ ଘଟିଥିବା ରହସ୍ୟମୟ ସିରିଜ ଚୋରି ଘଟଣାରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ତଦନ୍ତକାରୀ ଅଧିକାରୀ ଏଏସଆଇ ସୁଧୀର କୁମାର ନାୟକ ଏବଂ ରମାକାନ୍ତ ଶବର ୨ଟି ମାମଲାରେ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତମାନେ ହେଲେ ପାଟପୁର ଥାନା ନିସ୍ତିିପୁର ଗାଁରେ ରହୁଥିବା ଦିଗପହଣ୍ଡି ଥାନା ତିଳେଶ୍ୱର ଗ୍ରାମ ବନ୍ଧ ସାହିର ସଞ୍ଜୟ ପାତ୍ର,କୀର୍ତ୍ତନ ନାୟକ, ଧରାକୋଟ ଥାନା ଧରାକୋଟର ସିଦ୍ଧାନ୍ତ ପାତ୍ର , ବ୍ରହ୍ମପୁର ସଦର ଥାନା କୁକୁଡ଼ାଖଣ୍ଡି ବ୍ଲକ ବଦାଲୁଣ୍ଡି ଗ୍ରାମରେ ରହୁଥିବା ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା ଖଜୁରିଆ ବନ୍ଧ ସାହିର ଆର.ସନ୍ତୋଷ ଏବଂ ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ସିଦ୍ଧାନ୍ତ କକୁଲୁ। ସେମାନଙ୍କ ନିକଟରୁ ୮୨.୯ ଗ୍ରାମର ବିଭିନ୍ନ ସୁନା ଅଳଙ୍କାର ଏବଂ ୧ କେଜି ୪୬ ଗ୍ରାମ ଓଜନର ରୂପା ଅଳଙ୍କାର,୪ଟି ମୋବାଇଲ ଫୋନ ଓ ଚୋରି ପାଇଁ ବ୍ୟବହୃତ କିଛି ସାମଗ୍ରୀ ଜବତ କରାଯାଇଛି। ଥାନା ମାମଲା ନଂ.୩୦/୨୬ ଏବଂ ୩୩/୨୬ ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ଜାନୁଆରୀ ୨୦ ତାରିଖ ରାତିରେ ପାଟପୁର ଥାନା ସିଙ୍ଗପୁର ଗ୍ରାମ ଭଣ୍ଡାରି ସାହିର ଦଣ୍ଡପାଣି ନାୟକଙ୍କ ଘର କବାଟ ଭାଙ୍ଗି ଦୁର୍ବୃତ୍ତମାନେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଓ ବହୁ ପରିମାଣର ସୁନା ଅଳଙ୍କାର ଏବଂ ଟୁନା ସାହୁଙ୍କ ଘରୁ ୫୦ ହଜାର ଟଙ୍କା ଓ ବହୁ ପରିମାଣର ରୂପା ଅଳଙ୍କାର ଲୁଟି ନେଇଥିଲେ। ସେହିପରି ଖଜୁରୀପଦା ଗ୍ରାମର କୋରେଶୁ ମହାଙ୍କୁଡ଼ଙ୍କ ଘରୁ ୫୦ ହଜାର ଟଙ୍କା ଓ ସୁନା ,ରୂପା ଅଳଙ୍କାର ମଧ୍ୟ ସେହିଦିନ ରାତିରେ ଦୁର୍ବୃତ୍ତମାନେ ନେଇ ଯାଇଥିଲେ। ଘଟଣାର ପରଦିନ ୨୧ ତାରିଖ ରାତିରେ ଖୋଲଡି ଗ୍ରାମର ରାଜେନ୍ଦ୍ର ସୁବୁଦ୍ଧିଙ୍କ ସ୍ତ୍ରୀ କାବେରୀ ସୁବୁଦ୍ଧି ଘରେ ଶୋଇଥିବାବେଳେ କବାଟ ଭାଙ୍ଗି ଦୁର୍ବୃତ୍ତମାନେ ତାଙ୍କ ବେକରୁ ପ୍ରାୟ ୩ ଭରି ଓଜନର ସୁନା ମଙ୍ଗଳସୂତ୍ର, ପୁସ୍ତା ମାଳି ଲୁଟି ନେଇଥିଲେ। ପରେ ଡି. ସିମାଞ୍ଚଳ ଦୋରା ଏବଂ ଜେ. କୁରେଶୁ ଦୋରାଙ୍କ କବାଟ ଭାଙ୍ଗି ଦୁର୍ବୃତ୍ତମାନେ ଚୋରି ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଘର ଲୋକେ ଉଠି ପଡ଼ିବାରୁ ସେମାନେ ଚମ୍ପଟ ମାରିଥିଲେ। ଗତ ୨୨ ତାରିଖ ରାତିରେ ପାଟପୁର ଥାନା ଠାରୁ ପ୍ରାୟ ୧ କିମି ଦୂରରେ ଥିବା ବଢେଇ ସାହି ବାସିନ୍ଦା ରତିକାନ୍ତ ବସନ୍ତ କୁମାର ସାବତଙ୍କ ଘରର ୫ଟି କବାଟ ଭାଙ୍ଗି ଦୁର୍ବୃତ୍ତମାନେ ଆଲମାରୀରୁ ୨ ଲକ୍ଷ ୬୫ ହଜାର ଟଙ୍କା, ପ୍ରାୟ ୨୫ ଲକ୍ଷ ଟଙ୍କା ମୂଲ୍ୟର ୧୨୦ ଗ୍ରାମ ଓଜନର ୨୦ ଟି ସୁନା ମୁଦି,୪ ଟି ମଙ୍ଗଳସୂତ୍ର,୨ ଟି ଚେନ,୨୦ଟି କାନଫୁଲ ଏବଂ ପ୍ରାୟ ୧ କେଜି ଓଜନର ରୂପା ଗହଣା ଲୁଟି ନେଇଥିଲେ। ଏହି ସିରିଜ ଚୋରି ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ନିଦ ହଜାଇ ଦେଇଥିଲା। ଏନେଇ ରତିକାନ୍ତ ଏବଂ ସିଙ୍ଗପୁର ଗ୍ରାମର ଦଣ୍ଡପାଣି ନାୟକ ପାଟପୁର ଥାନାରେ ଏତଲା ଦେଇଥିଲେ। ଆଇଆଇସି ଦୀପ୍ତି ରଞ୍ଜନ ବେହେରା ପୃଥକ ମାମଲା ରୁଜୁ କରି ଏହି ସବୁ ସିରିଜ ଚୋରି ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରି ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ କରିଥିଲେ ମଧ୍ୟ ସଫଳତା ମିଳୁନଥିଲା। ପ୍ରଥମେ ପ୍ରାପ୍ତ ସୂଚନାକୁ ଭିତ୍ତି କରି ଆଇଆଇସିଙ୍କ ନେତୃତ୍ୱରେ ସତନ୍ତ୍ର ସ୍କ୍ବାର୍ଡ ଦିଗପହଣ୍ଡି ଥାନା ତିଳେଶ୍ୱର ଗ୍ରାମରେ ଚଢାଉ କରି ଅଭିଯୁକ୍ତ ସଞ୍ଜୟଙ୍କୁ ଥାନାକୁ ଉଠାଇ ଆଣିଥିଲେ। ସଞ୍ଜୟଙ୍କ ସୂଚନା ପ୍ରକାରେ ପୋଲିସ ଟିମ ଅତର୍କିତ ଚଢ଼ାଉ କରି ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଇଥିବା ଚୋରି ସୁନା ଓ ରୂପା ଅଳଙ୍କାର ଜବତ କରିଥିଲେ। ଏହି ଚୋରି ଘଟଣାର ମାଷ୍ଟର ମାଇଣ୍ଡଙ୍କୁ ଚିହ୍ନଟ କରାଯାଇଛି। ଖୁବଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଆଇଆଇସି କହିଛନ୍ତି।ଏହି ସିରିଜ ଚୋରି ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ନିଦ ହଜାଇ ଦେଇଥିଲା। ଶେଷରେ ଦୀର୍ଘଦିନର ପରିଶ୍ରମ ପରେ ପୋଲିସକୁ ସଫଳତା ମିଳିଥିବା କୁହାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri