ସୁଯୋଗରୁ ସଫଳତା

ଭୁବନେଶ୍ୱରରୁ ଏମ୍‌ବିଏ ଶିକ୍ଷା ଶେଷକରି ପ୍ରାରମିକ ପର୍ଯ୍ୟାୟରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ସହ ଯୋଡ଼ି ହୋଇଥିଲି। ପରବର୍ତ୍ତୀ ସମୟରେ ପାରିବାରିକ ବ୍ୟବସାୟ (ଟ୍ରୁ ଭ୍ୟାଲୁ ଡିପାର୍ଟମେଣ୍ଟ)ରେ ଯୋଗଦେଇଥିଲି। ଏପରିକି ଆରେନାର ବରଗଡ଼ ଓ ସମ୍ବଲପୁରଠାରେ କାର୍ଯ୍ୟକରି ଅନେକ ଅଭିଜ୍ଞତା ଓ ଲୋକ ସମ୍ପର୍କ ବୃଦ୍ଧି କରିପାରିଥିଲି। ବିଶେଷକରି ସେହି ସମୟରେ ନେକ୍ସା ପକ୍ଷରୁ ସ୍ବତନ୍ତ୍ର ସୁଯୋଗ ମିଳିଥିଲା। ଫଳରେ ଗ୍ରାହକ ସମ୍ପର୍କ ଓ ଏକ୍ସକ୍ଲୁସିଭ ଗ୍ରାହକ ସେବା ଯୋଗାଇବାର ଅପୂର୍ବ ସମ୍ଭାବନାକୁ ସଫଳତାରେ ପରିଣତ କରାଇପାରିଥିଲି। ସେହି ସଫଳ ମହିଳା ଉଦ୍ୟୋଗୀ ତଥା ଓଡ଼ିଶା ମୋଟର୍ସ (ନେକ୍ସା)ର ନିର୍ଦ୍ଦେଶିକା ରୁଚି ଜଲାନଙ୍କ ସହ

 

ପ୍ରଶ୍ନ-୧: ଅଟୋମୋବାଇଲ ଶିଳ୍ପର ପ୍ରମୁଖ ସମସ୍ୟାଗୁଡ଼ିକ କ’ଣ?
ଉତ୍ତର: ସୁଧହାର, ଇନ୍ଧନ ମୂଲ୍ୟ ଏବଂ ମୁଦ୍ରାସ୍ଫୀତି ହାର ବୃଦ୍ଧି ହେବା ଯୋଗୁ ଦେଶର ଅଟୋମୋବାଇଲ କ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଛି। ଏହା ସହ ସେମିକଣ୍ଡଣ୍ଟର ଅଭାବ ଯୋଗୁ ଅଟୋମୋବାଇଲ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଛି।

ପ୍ରଶ୍ନ-୨ : ଅଟୋମୋବାଇଲ ଶିଳ୍ପରେ ବିକ୍ରିରେ ଉନ୍ନତି କିଭଳି ଆଣିପାରିବା?
ଉତ୍ତର: ଦେଶର ଅଧିକାଂଶ ଲୋକ କୌଣସି ଜିନିଷ କିଣିବାକୁ ସେସବୁ ବୈଶିଷ୍ଟ୍ୟ ଜାଣିବା ସହ ଅନ୍‌ଲାଇନ ମାଧ୍ୟମରେ ବିଶେଷ ଆଗ୍ରହ କରିଥାଆନ୍ତି। ଏଥିରେ କାର୍‌ କିଣିବା ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ତେଣୁ ଡିଜିଟାଲ ମାର୍କେଟିଂ ଉପରେ ଗ୍ରାହକଙ୍କ ସମୀକ୍ଷା ସହ ବିଶ୍ୱାସ ସୃଷ୍ଟି କରିବା ଆବଶ୍ୟକ ରହିଛି। ଏପରିକି ଗ୍ରାହକ ସେବାରେ ଉନ୍ନତି ଆଣିବା ପାଇଁ ସକ୍ରିୟ ଭାବେ ମତାମତ ମାଗିବା ହେଉଛି ସେବାର ଉନ୍ନତି ପାଇଁ ସର୍ବୋତ୍ତମ ଉପାୟ। ବିଶେଷକରି ଉଭୟ ସକାରାମତ୍କ ଏବଂ ନକାରାମତ୍କ ମତାମତକୁ ପ୍ରତିକ୍ରିୟା ଏବଂ ସ୍ବୀକାର କରିବା ଅତ୍ୟନ୍ତ ଜରୁରୀ।
ପ୍ରଶ୍ନ-୩: ଓଡ଼ିଶୀ ମୋଟର୍ସ (ନେକ୍ସା)ର ଯାତ୍ରା କିପରି ରହିଛି?
ଉତ୍ତର: ୨୦୧୫ରେ ନେକ୍ସା ବ୍ରାଣ୍ଡ୍‌ ଭାରତରେ ଆରମ୍ଭ ହୋଇଥିଲା। ବିଶେଷ କରି ଦେଶରେ କାର୍‌ କ୍ରୟକାରୀଙ୍କ ପାଇଁ ଏକ ଭିନ୍ନ ଏବଂ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ଲକ୍ଷ୍ୟ ନେଇ ନେକ୍ସାର ଅୟମାରମ୍ଭ ହୋଇଥିଲା। ୨୦୧୭ରେ ଆମେ ଓଡ଼ିଶୀ ମୋଟର୍ସ ନାମରେ ପ୍ରଥମ ନେକ୍ସା ଶୋ’ରୁମ୍‌ ଆରମ୍ଭ କରିଥିଲୁ। ଏପରିକି ବିକ୍ରି ସ୍ଥିତି ଏବଂ ଗାଡ଼ି ବିକ୍ରିରେ ଗ୍ରାହକମାନଙ୍କଠାରୁ ଭିନ୍ନ ଅଭିଜ୍ଞତା ପରେ ଆମେ ୨୦୧୯ରେ ଅନୁଗୋଳଠାରେ ଆଉ ଏକ ନୂତନ ଶୋ’ରୁମ୍‌ ଆରମ୍ଭ କରିଥିଲୁ। ତେବେ ରାଜ୍ୟର ପଶ୍ଚିମ ଓଡ଼ିଶାରେ ନେକ୍ସା କର୍ମଚାରୀମାନେ ଉପରୋକ୍ତ ଅଞ୍ଚଳରେ ରହିଛନ୍ତି। ଏପରିକି ସେମାନେ ଗ୍ରାହକମାନଙ୍କୁ ଉଚ୍ଚକୋଟୀର ସେବା ଯୋଗାଇ ଦେଉଛନ୍ତି। ସେହିଭଳି ଅନୁଗୋଳ ଜିଲାରେ ଆମେ ଖୁବ୍‌ଶ୍ରୀଘ ନେକ୍ସାର ସର୍ଭିସ୍‌ ଓ୍ବାର୍କଶପ ଖୋଲିବା ସହ ଝାରସୁଗୁଡ଼ା ଏବଂ ବଲାଙ୍ଗୀରଠାରେ ମଧ୍ୟ ନେକ୍ସା ସେଲ୍‌ସ ସେଣ୍ଟର ଆରମ୍ଭ କରିବାକୁ ଯାଉଛୁ।
ପ୍ରଶ୍ନ-୪ : ଇଭି ବଜାର ସମ୍ପର୍କରେ ଆପଣଙ୍କ ମତ କ’ଣ?
ଉତ୍ତର: ବର୍ତ୍ତମାନର ପରିସ୍ଥିତିକୁ ଲକ୍ଷ୍ୟକଲେ ନିଶ୍ଚିତ ଭାବେ ଭାରତ ଇଲେକ୍ଟ୍ରି ଭେଇକିଲ(ଇଭି) ହବ୍‌ରେ ପରିଣତ ହେବାର କ୍ଷମତା ରଖିଛି। ଏଠାରେ ଦିନକୁ ଦିନ ଇଭି କ୍ଷେତ୍ରରେ ଅଭିବୃଦ୍ଧି ହେବାକୁ ଲାଗିଛି। ତେବେ ଆମକୁ ମଧ୍ୟ ଇଭି ବ୍ୟାଟେରି ଚାର୍ଜର ସ୍ଥାନ ସୃଷ୍ଟି କରିବା ଏବଂ ବ୍ୟାଟେରି ରିସାଇକ୍ଲିଂ ଉପରେ ବିଶେଷ ଧ୍ୟାନଦେବା ଆବଶ୍ୟକ। ଏପରିକି ଚଳିତ ବର୍ଷର କେନ୍ଦ୍ର ବଜେଟରେ ଘୋଷଣା ହୋଇଥିବା ବ୍ୟାଟେରିର ଲିଥିୟମ୍‌ ସେଲ୍‌ ଉପରେ ଡ୍ୟୁଟି ହ୍ରାସ, ଏହା ଠିକ୍‌ ଦିଗରେ ଏକ ପଦକ୍ଷେପ ବୋଲି କୁହାଯାଉଛି।
ପ୍ର-୫. ଶିକ୍ଷା-କାର୍ଯ୍ୟ କ୍ଷେତ୍ରର ଅଭିଜ୍ଞତା କିଭଳି ରହିଛି?
ଉତ୍ତର: ଏମ୍‌ବିଏ (ଅର୍ଥନୀତି ଏବଂ ମାର୍କେଟିଂ)ରେ ମୁଁ ମାଷ୍ଟର୍ସ ଡିଗ୍ରୀ କରିଛି। ୨୦୧୬ରେ ମୁଁ ଆମ ପରିବାରରେ ରହିଥିବା ବ୍ୟବସାୟ ସହ ଯୋଡ଼ି ହୋଇଥିଲି। ପରବର୍ତ୍ତୀ ସମୟରେ ନୂଆ କାର୍‌ ବିକ୍ରି ଏବଂ ସେବା କ୍ଷେତ୍ରକୁ ଯାଇଥିଲି। ତେବେ କାର୍ଯ୍ୟ ଆରମ୍ଭରେ ମୁଁ ବରଗଡ଼ ଏବଂ ସମ୍ବଲପୁର ଜିଲାରେ ଥିବା ‘ଆରେନା’ ଶୋ’ରୁମ୍‌ରେ କାମ ଆରମ୍ଭ କରିଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri