ଦୁର୍ଦ୍ଦଶାରେ ସୁବୁଦ୍ଧିପଲି ବାଉଁଶ କାରିଗର

ଧରାକୋଟ,୧୭।୪(ଡି.ଏନ୍‌.ଏ.):ଧରାକୋଟ ବ୍ଲକର ମାଣିକପୁର ପଞ୍ଚାୟତ ଅନ୍ତର୍ଗତ ସୁବୁଦ୍ଧି ପଲି ଗ୍ରାମରେ ୨୪ ଗୋଟି ମେଦିରି ସମ୍ପ୍ରଦାୟର ପରିବାର ବାସକରନ୍ତି। ସମ୍ବଳ କହିଲେ ବାଉଁଶରେ ତିଆରି ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରି କରି ପରିବାର ପ୍ରତି ପୋଷଣ କରିବା। ରାତି ପାହିଲେ ନିକଟସ୍ଥ ସାବା, ପଟାଶାଳ, ଲେଙ୍ଗମା, ଅନ୍ଧାରି ଓ ମଙ୍ଗଳପୁର ଗ୍ରାମର ବ୍ୟକ୍ତିଙ୍କଠାରୁ କଞ୍ଚା ବାଉଁଶ କିଣି ଆଣି ସେଥିରେ କୁଣ୍ଢି, ଗହଣା, ଚିଡି, ଚାଙ୍ଗୁଡି, ଡାଲିଆ, ଗଦା ଓ ଖଡ଼ି କୁଣ୍ଢି ସୁଗୁରା ତିଆରି କରନ୍ତି। ହିଞ୍ଜିଳି, ବ୍ରହ୍ମପୁରର ବେପାରୀମାନେ ଏ ସବୁ ସାମଗ୍ରୀ କିଣି ନେଉଥିବା ବେଳେ ସ୍ଥାନୀୟ ଲୋକେ ଓ ଠିକାଦାର ମଧ୍ୟ ଆବଶ୍ୟକ ପଡିଲେ କିଛି ସାମଗ୍ରୀ କିଣି ନିଅନ୍ତି। ରାସ୍ତା କଡ଼ର ଚାରା ରୋପଣ ପାଇଁ ଜଙ୍ଗଲ ବିଭାଗ ତରଫରୁ ଟେଣ୍ଡର ନେଇଥିବା ଠିକାଦାର ମଧ୍ୟ ଗହଣା କିଣି ନିଅନ୍ତି। ଏସବୁ ସତ୍ତ୍ବେ ମଧ୍ୟ ଅଭାବ ଅନଟନ ମଧ୍ୟରେ ନିଜର ପରିବାର ଚଳାଉଛନ୍ତି ଏଠାରେ ବାସ କରୁଥିବା ମେଦିରି ସଂପ୍ରଦାୟର ଲୋକ । କାରଣ ପରିଶ୍ରମ ଅନୁଯାୟୀ ହାତ ଗଢା ସାମଗ୍ରୀର ଉପଯୁକ୍ତ ମୂଲ୍ୟ ମିଳୁନାହିଁ । ପରିବାର ଚଳାଇବା ପାଇଁ ଏହା ଏକ ମାତ୍ର ମାଧ୍ୟମ ହୋଇଥିବାରୁ ଶାଗ ମାଛ ମୂଲରେ ବେପାରୀଙ୍କୁ ଜିନିଷ ବିକନ୍ତି। ଏମାନେ ସମସ୍ତେ ଭୂମିହୀନ ପରିବାର ହୋଇଥିବାରୁ କୌଣସି ବ୍ୟାଙ୍କ ଏମାନଙ୍କୁ ପାତି ଋଣ ଦେବାପାଇଁ ରାଜି ହେଉନାହାଁନ୍ତି। ବସତି ସ୍ଥାପନ କରିବାର ପ୍ରାୟ ୫୦ ବର୍ଷ ହୋଇଥିଲେ ମଧ୍ୟ ସଚେତନତା ଅଭାବରୁ ସରକାରୀ ଯୋଜନାରୁ ଏମାନେ ବହୁ ଦୂରରେ। ସରକାର ମହିଳା ସଶକ୍ତି କରଣ ସହ ମିଶନ ଶକ୍ତି ମାଧ୍ୟମରେ ଆର୍ଥିକ ବିକାଶର ନାରା ଦେଉଥିବାବେଳେ ତାହା ଏଠି ବାଟବଣା। ନା ସୁବୁଦ୍ଧି ପଲିରେ ଅଛି ସ୍ବୟଂ ସହାୟକ ଗୋଷ୍ଠୀ ନା ମିଶନ ଶକ୍ତିର କାର୍ଯ୍ୟକ୍ରମ । ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରରେ ପିଲାଏ ପାଠ ପଢିବା ପରେ ଉଚ୍ଚଶିକ୍ଷା ପାଇଁ ଅର୍ଥ ପ୍ରତିବନ୍ଧକ ଯୋଗୁ ପିଲାଙ୍କ ପାଠରେ ଡୋରି ବନ୍ଧା ହୋଇଯାଇଥିବା ଗ୍ରାମର ଶର୍ମିଷ୍ଠା ଘଡ଼େଇ,ରଜନୀ ଘଡ଼େଇ,ମୁନା ନାହକ ଅଭିଯୋଗ କରିଛନ୍ତି। ଗାଁରେ ପିଇବା ପାଣି ସମସ୍ୟା ଉତ୍କଟ। ଏକ ମାତ୍ର ନଳକୂପରୁ ଲୋକେ ପାଣି ସଂଗ୍ରହ ସହ ଗାଧୁଆ ପାଧୁଆ କରନ୍ତି । ସୋଲାରର ଏକ ପାଣି ପ୍ରକଳ୍ପ ସ୍ଥାପନ ପାଇଁ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଡ୍‌ରୁମ୍‌ରେ କେବେବି କରିବେନି ଏଭଳି ଭୁଲ୍ : ନହେଲେ

ସ୍ତ୍ରୀସ୍ବାମୀଙ୍କ ସମ୍ପର୍କ ସବୁଠୁ ମଧୁର ଓ ସବୁଠୁ ସୁନ୍ଦର। ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ନିବିଡ଼ କରାଇବା ଦିଗରେ ସେମାନଙ୍କ ବେଡ୍‌ରୁମ୍‌ର ବି ଯଥେଷ୍ଟ ଭୂମିକା ରହିଥାଏ…

‘ଭାରତ-ମାଲେସିଆ ସହଭାଗୀତା ଐତିହାସିକ’, ଦ୍ୱିପାକ୍ଷିକ ଆଲୋଚନା ସମୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ରବିବାର ମାଲେସିଆର ପ୍ରଶାସନିକ ରାଜଧାନୀ ପୁତ୍ରଜାୟାରେ ଥିବା ପର୍ଦାନା ପୁତ୍ରଜାୟା ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆନୁଷ୍ଠାନିକ ଭାବରେ ସ୍ବାଗତ କରାଯାଇଥିଲା ଏବଂ ଗାର୍ଡ ଅଫ…

ଭାଲେଣ୍ଟାଇନ୍ସ ଡେ’ରେ ସାଥୀଙ୍କୁ ଦେବାକୁ ଭୁଲନ୍ତୁନି ଏସବୁ , ନହଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ ଭାଲେଣ୍ଟାଇନ୍ସ ଡେ’ରେ ଏମିତି କିଛି ଉପହାର ସାଥୀକୁ ଦିଅନ୍ତୁ; ଯାହା ତାଙ୍କୁ ଖୁସି ଦେବା ସହ ତାଙ୍କ ଜୀବନରେ ସୁଖ, ସମୃଦ୍ଧି ବି ଆଣିଦେଉଥିବ……

ବଡ଼ ଧରଣର ଛଟେଇ ପରେ ଇସ୍ତଫା ଦେଲେ ୱାଶିଂଟନ ପୋଷ୍ଟର ସିଇଓ ୱିଲ ଲୁଇସ

ୱାଶିଂଟନ,୮।୨: ପ୍ରତିଷ୍ଠିତ ୱାଶିଂଟନ ପୋଷ୍ଟର ପ୍ରକାଶକ ଏବଂ ସିଇଓ ୱିଲ ଲୁଇସ ଇସ୍ତଫା ଦେଇଛନ୍ତି। ବହୁ ସଂଖ୍ୟାରେ କର୍ମଚାରୀ ଛଟେଇ ମଧ୍ୟରେ ଏହି ନିଷ୍ପତ୍ତି ଆସିଛି। ଲୁଇସ…

ଭାଲେଣ୍ଟାଇନ ସପ୍ତାହ, ୪ ରାଶିର ବ୍ୟକ୍ତିଙ୍କ ଜୀବନରେ ପ୍ରେମ…

ଭାଲେଣ୍ଟାଇନ୍ସ ସପ୍ତାହ ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇଛି ଏବଂ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାଲେଣ୍ଟାଇନ୍ସ ସପ୍ତାହ ପ୍ରେମୀ, ବିବାହିତ ଦମ୍ପତି ଏବଂ ଅବିବାହିତମାନଙ୍କ…

ଭୀମ ଭୋଇ ସାମର୍ଥ୍ୟ ଶିବିରରେ ଅଧିକାରୀଙ୍କ ଦାଦାଗିରି: ସେବା ଅପେକ୍ଷା ‘ଫଟୋ ସୋ’ ଅଧିକ 

ଥୁଆମୂଳରାମପୁର,୭ା୨(ଦୁର୍ଗା କୀର୍ତ୍ତି): କଳାହାଣଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତର ଫଟକି ମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ…

‘ଭାରତ ହେଉଛି ବିଶ୍ୱାସର ସବୁଠାରୁ ଶକ୍ତିଶାଳୀ ମୁଦ୍ରା’, ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ଦୁଇ ଦିନିଆ ମାଲେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ବିକାଶ ପାଇଁ ଏକ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି…

USA ବିପକ୍ଷରେ ବିଜୟ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଖୁଲାସା, ୱାଶିଂଟନ୍ ସୁନ୍ଦର…..

ଟିମ୍ ଇଣ୍ଡିଆ ICC ଟି୨୦ ବିଶ୍ୱକପରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚରେ ଆମେରିକା ଦଳକୁ ପରାସ୍ତ କରିଥିଲା। ଟିମ୍ ଇଣ୍ଡିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri