୧୨ ଦଫା ଦାବି ନେଇ ଗର୍ଜିଲା ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତି

ଦେବଗଡ,୨୯।୩(ଶଶାଙ୍କ ଶେଖର ଝାଙ୍କର):ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତି, ଦେବଗଡ, ପାଳଲହଡା ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହେବାସହ ମାନ୍ୟବର ମୂଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେବଗଡ ଜିଲାପାଳଙ୍କୁ ୧୨ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତି, ଦେବଗଡ,ପାଳଲହଡାର ସଭାପତି ନେତ୍ରାନନ୍ଦ ସାମଲ, କାର୍ଯ୍ୟକାରୀ ସଭାପତି ଡକ୍ଟର ସନ୍ତୋଷ କୁମାର ଦେହୁରୀ (ପାଳଲହଡା) ଓ ଚୌଧୁରୀ ବେହେରାଙ୍କ ନେତୃତ୍ୱରେ ଦେବଗଡ, ଅନୁଗେଳ ଜିଲାର ପାଳଲହଡା ,ତାଳଚେର, ସମ୍ବଲପୁର ଜିଲାର କୁଚିଣ୍ଡାରେ ବସ ବାସ କରୁଥିବା ଶତାଧିକ ବାସଚ୍ୟୁତ ଲୋକ ସ୍ଥାନୀୟ ନୂତନ ବସଷ୍ଟାଣ୍ଡରେ ଏକତ୍ରିତ ହୋଇଥିଲେ।

ସେଠାରେ ଆୟୋଜିତ ସଭାରେ ସୁରକ୍ଷା ସମିତିର ବିଭିନ୍ନ ସମସ୍ୟା ଏବଂ ଦାବୀ ଉପରେ ସବିଶେଷ ଆଲୋଚନା କରିବାସହ ରେଙ୍ଗାଳୀ ବାସଚ୍ୟୁତଙ୍କ ପ୍ରତି ସରକାରଙ୍କ ଉଦାସୀନତା ନେଇ କ୍ଷୋଭ ପ୍ରକାଶ କରିଥିଲେ। ଏହାପରେ ସେଠାରୁ ବିଭିନ୍ନ ସ୍ଳୋଗାନ ସହ ଏକ ଶୋଭାଯାତ୍ରାରେ ବାହାରି ଜିଲାପଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବାସହ ମାନ୍ୟବର ମୂଖ୍ୟମନ୍ତ୍ରୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ପଞ୍ଚାୟତରାଜ ମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଉପରୋକ୍ତ ୧୨ ଦଫା ଦାବୀ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏଥିସହ ଏହାର ନକଲ ସମ୍ବଲପୁର ସାଂସଦଙ୍କୁ ମଧ୍ୟ ପ୍ରେରଣ କରିଥିବା ଜଣାପଡିଛି ।

୨୦୧୦ ମସିହାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକର ନିଷ୍ପତି ଅନୁଯାୟୀ, କୋର୍ଟରେ ମାମଲା ଋଜୁ କରି ନ ଥିବା ପ୍ରତ୍ୟେକ କ୍ଷତିଗ୍ରସ୍ତ ପରିବାରକୁ ୫୦ ହଜାର ଟଙ୍କା ଲେଖାଏ କ୍ଷତିପୁରଣ ପ୍ରଦାନ, ଦେବଗଡଜୋନ ଅଫିରରେ ସାର୍ବଭୌମ କ୍ଷମତା ପ୍ରାପ୍ତ ଜୋନ ଅଧିକାରୀଙ୍କୁ ନିଯୁକ୍ତି, ଆଂଶିକ ବୁଡି ଗ୍ରାମ ଗୁଡିକୁ ସମ୍ପୂର୍ଣ୍ଣ ବୁଡି ଘୋଷଣା, ପୁନଃ ବସତି ଗ୍ରାମଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ ଓ ଗୋହୀରା ଆୟକଟରେ ପାଣି ମାଡୁ ନ ଥିବା ଜମିକୁ ଜଳସେଚନ ସୁବିଧା, ନଚେତ କ୍ଷତିପୁରଣ କିମ୍ବା ଜମି ପ୍ରଦାନ, ସ୍ଥାୟୀ ଜମି ପଟ୍ଟା ପ୍ରଦାନ, ନୂତନ ପରିବାର ଗଣନା ଓ ଲିଜ ପ୍ରଦାନ, ଡିପି କେନାଲ ବାବଦୀୟ କ୍ଷତିପୁରଣ ଆଦି ଦାବି ଉପରୋକ୍ତ ୧୨ଦଫା ସ୍ମାରକପତ୍ରରେ ଉଲ୍ଲେଖ ରହିଥିବା ଜଣାପଡିଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା, ଶିନ୍ଦେ ସେନା ଛକାପଞ୍ଝା

ମୁମ୍ବାଇ,୨୨ା୧: ଏସିଆର ସବୁଠୁ ଧନୀ ମହାନଗର ନିଗମ ବିଏମ୍‌ସି ନିର୍ବାଚନ ଜାନୁଆରୀ ୧୫ରେ ଅନୁଷ୍ଠିତ ହୋଇଥିଲା। ୨୨୭ ଆସନ ବିଶିଷ୍ଟ ବିଏମ୍‌ସି ଦଖଲ ପାଇଁ ମ୍ୟାଜିକ୍‌...

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri