ପିଆଇଡବ୍ଲ୍ୟୁଟି ନିର୍ଦ୍ଦେଶକଙ୍କ ସତ୍ୟପାଠ ଦାଖଲ

କଟକ ଅଫିସ,୧୨ା୫: ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଡଙ୍ଗାବୁଡ଼ି ମାମଲାରେ ମେ’ ୧ ତାରିଖରେ ସତ୍ୟପାଠ ଦାଖଲ କରାଯାଇଛି। ଓଡ଼ିଶା ପୋର୍ଟ ଆଣ୍ଡ୍‌ ଆଇଲାଣ୍ଡ୍‌ ଓ୍ବାଟର ଟ୍ରାନ୍ସପୋର୍ଟ ବିଭାଗ(ପିଆଇଡବ୍ଲ୍ୟୁଟି)ର ନିର୍ଦ୍ଦେଶକ ପଦ୍ମଲୋଚନ ରାଉଳ ସତ୍ୟପାଠ ଦାଖଲ କରି ରାଜ୍ୟରେ ଡଙ୍ଗା ଚାଳନା ସମ୍ପର୍କିତ ନିୟମାବଳୀ, ଡଙ୍ଗା ଦୁର୍ଘଟଣା ରୋକିବାକୁ ପଦକ୍ଷେପ ବାବଦରେ ହାଇକୋର୍ଟଙ୍କୁ ଅବଗତ କରାଇଥିବା ଗୁରୁବାର ଶୁଣାଣିରେ ଜଣାପଡିଛି। ରାଜ୍ୟରେ ଡଙ୍ଗା ପରିବହନ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ ଓଡ଼ିଶା ବୋଟ୍‌ ରୁଲସ୍‌ ୨୦୦୪ ତିଆରି କରାଯାଇ କଡ଼ାକଡ଼ି ପାଳନ କରିବା ନିମନ୍ତେ ବିଭିନ୍ନ ବିଭାଗ ଓ ପଦସ୍ଥ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସତ୍ୟପାଠରେ ଦର୍ଶାଯାଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ଗୌରୀଶଙ୍କର ଶତପଥୀଙ୍କ ଖଣ୍ଡପୀଠ ଡଙ୍ଗାବୁଡ଼ି ସଂକ୍ରାନ୍ତୀୟ ୩ଟି ମାମଲାର ଏକତ୍ର ଶୁଣାଣି କରିଥିଲେ। ଆସନ୍ତା ଜୁଲାଇ ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠ ଅନୁଯାୟୀ, ପିଆଇଡବ୍ଲ୍ୟୁଟି ବିଭାଗ ନିର୍ଦ୍ଦେଶକଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଜିଲାପାଳଙ୍କୁ ଡଙ୍ଗା ପରିବହନ ସଂକ୍ରାନ୍ତରେ ଏକ ସ୍ବତନ୍ତ୍ର ସର୍ଭେ କରି ଡଙ୍ଗା ଓ ଡଙ୍ଗା ଚାଳକମାନଙ୍କର ପଞ୍ଜୀକରଣ କରିବାକୁ କୁହାଯାଇଛି। ଡଙ୍ଗାରେ ଯିବାବେଳେ ସତର୍କତା ଅବଲମ୍ବନ ଓ ଡଙ୍ଗାବୁଡ଼ିରୁ ବର୍ତ୍ତିବା ଉପାୟ ଆଦି ସଂକ୍ରାନ୍ତରେ ଡଙ୍ଗା ଚାଳକ, ଯାତ୍ରୀ ଓ ସରକାରୀ ଅଧିକାରୀମାନଙ୍କୁ ସଚେତନ କରାଇବା ପାଇଁ କାର୍ଯ୍ୟକ୍ରମ କରିବେ। ଶହୀଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା ୨୦୧୭ ଅକ୍ଟୋବର ୬ରୁ ଆରମ୍ଭ ହୋଇଛି। ଏହି ଯୋଜନା ମାଧ୍ୟମରେ ସମସ୍ତ ସରକାରୀ ତଥା ବେସରକାରୀ ଡଙ୍ଗା ପରିବହନ ସଂସ୍ଥାକୁ ଜୀବନ ରକ୍ଷାକାରୀ ସାମଗ୍ରୀ ୯୫% ସବ୍‌ସିଡିରେ ଯୋଗାଇ ଦିଆଯାଇଛି। ସାମଗ୍ରୀଗୁଡ଼ିକ ମଧ୍ୟରେ ୧୫୨୫ ଲାଇଫ୍‌ବୟ, ୭୬୪୫ ଲାଇଫ୍‌ ଜ୍ୟାକେଟ୍‌ ଓ ୩୦୫ଟି ଅଗ୍ନି ନିର୍ବାପକ ଯନ୍ତ୍ର ୨୦୧୬-୧୭ ବର୍ଷରେ ଡଙ୍ଗା ଓ ଲଞ୍ଚ୍‌ ମାଲିକମାନଙ୍କୁ ପ୍ରଦାନ କରାଯାଇଛି। ଏବେ ଆଉ ୭୦୦୦ ଲାଇଫବୟ ଓ ୩୫,୦୦୦ ଲାଇଫ ଜ୍ୟାକେଟ ଯୋଗାଇ ଦେବା ନିମନ୍ତେ ପଦକ୍ଷେପ ନିଆଯାଇଛି। ସମ୍ପୃକ୍ତ ଜିଲା ପ୍ରଶାସନ ଏହି କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏଥିସହ ଓଡ଼ିଶା ବୋଟ୍‌ ରୁଲ୍‌ସ ୨୦୦୪ ଅନୁଯାୟୀ, ନଦୀଘାଟ, ହ୍ରଦ, ଜଳଭଣ୍ଡାରରେ ପରିବହନ କାର୍ଯ୍ୟରେ ନିୟୋଜିତ ସମସ୍ତ ପ୍ରକାର ଡଙ୍ଗାର ପଞ୍ଜୀକରଣ, ପୁନଃପଞ୍ଜୀକରଣ ଓ ଫିଟ୍‌ନେସ ଯାଞ୍ଚକୁ ନିଶ୍ଚିତ କରାଯିବ। ରାଜ୍ୟରେ ଡଙ୍ଗା ପରିବହନ ସମ୍ପର୍କିତ ତଥ୍ୟ ଓ ପରିଚାଳନା ବ୍ୟବସ୍ଥାକୁ ସହଜ କରିବା ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ ସଫ୍ଟଓ୍ବେର ଆପ୍ଲିକେିଶନ ତିଆରି କରାଯାଇଛି। ସେହିପରି ୨୦୨୩ ଏପ୍ରିଲ ୧୯ରେ ଓଡ଼ିଶା ପୋର୍ଟ ଆଣ୍ଡ୍‌ ଆଇଲାଣ୍ଡ ଓ୍ବାଟର ଟ୍ରାନ୍ସପୋର୍ଟ ବିଭାଗର ନିର୍ଦ୍ଦେଶକଙ୍କ ପକ୍ଷରୁ କେତେଜଣ ମେକାନିକାଲ ଇଞ୍ଜିନିୟରଙ୍କୁ ନିଯୁକ୍ତ କରାଯାଇଛି। ସେମାନେ ଡଙ୍ଗାଗୁଡ଼ିକର ସର୍ଭେ କରିବା ସହ ପଞ୍ଜୀକରଣ, ଲାଇସେନ୍ସ, ଫିଟ୍‌ନେସ୍‌ ଓ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ। ନଦୀଘାଟ, ହ୍ରଦ ଓ ଜଳଭଣ୍ଡାରଗୁଡ଼ିକରେ ନୋଟିସ୍‌ ବୋର୍ଡ ଲଗାଯାଇ ସୁରକ୍ଷା ନିୟମାବଳୀ ଓ ସତର୍କତା ସୂଚନା ସର୍ବସାଧାରଣଙ୍କ ନିମନ୍ତେ ପ୍ରଦର୍ଶିତ ହେବ। ବ୍ଲକ ସ୍ତରୀୟ ଅଧିକାରୀମାନେ ନଦୀଘାଟ ନିଲାମ ଦେବାବେଳେ ସୁରକ୍ଷା ବ୍ୟବସ୍ଥା ଓ ତତ୍‌ ସମ୍ପର୍କିତ ସୂଚନା ଫଳକ ଲଗାଯିବା ଉପରେ ପଦକ୍ଷେପ ନେବେ। ଏଥିସହ ପର୍ଯ୍ୟଟନ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ୨୦୧୩ ଏପ୍ରିଲ ୨୦ରେ ଚିଠି କରାଯାଇ ଓଡ଼ିଶା ବୋଟ୍‌ ରୁଲ୍‌ସ ପାଳନ କରିବା ଉପରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆମିକସ୍‌ କ୍ୟୁରି ଆଇନଜୀବୀ ଶକ୍ତିଧର ଦାସ ଓ ଆଇନଜୀବୀ ପ୍ରବୀର କୁମାର ଦାସ ମାମଲା ପରିଚାଳନା କରୁଛନ୍ତି।
ସୂଚନାଯୋଗ୍ୟ, ଡଙ୍ଗାବୁଡ଼ି ସମ୍ପର୍କିତ ମାମଲାଗୁଡ଼ିକ ପ୍ରାୟ ୧୦ ବର୍ଷ ହେବ ହାଇକୋର୍ଟରେ ବିଚାରାଧୀନ ରହିଛି। ୨୦୧୪ ମେ’ ୨୪ରେ କୋରାପୁଟ ଜିଲା କୋଲାବ ନଦୀର ଶାଖା ପାତାଳି ନଦୀରେ ଡଙ୍ଗା ବୁଡ଼ି ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଇନଜୀବୀ ପ୍ରବୀର ଦାସ ଏନେଇ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ଡଙ୍ଗାରେ ଯାତ୍ରା କରୁଥିବା ଯାତ୍ରୀଙ୍କ ନିରାପତ୍ତା ପାଇଁ ଡଙ୍ଗା ପଞ୍ଜୀକରଣ, ଜୀବନ ରକ୍ଷାକାରୀ ସରଞ୍ଜାମ ମହଜୁଦ୍‌ ଆଦି ବ୍ୟବସ୍ଥା କରାଯିବା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଦେବା ନିମନ୍ତେ ଆବେଦନରେ ଦର୍ଶାଯାଇଥିଲା। ସେହିପରି ୨୦୧୪ ଫେବୃୟାରୀରେ ହୀରାକୁଦରେ ଡଙ୍ଗା ବୁଡ଼ିଯାଇ ୩୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରି ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରିଥିଲେ। ଏହି ଦୁଇଟି ମାମଲାର ଏକତ୍ର ଶୁଣାଣି ଚାଲିଥିବାବେଳେ ରାଜ୍ୟର ଅନ୍ୟ ଏକ ସ୍ଥାନରେ ୨୦୧୩ରେ ଘଟିଥିବା ଏକ ଡଙ୍ଗାବୁଡ଼ି ମାମଲାର ଶୁଣାଣି ପୃଥକ୍‌ ଭାବେ ହେଉଥିଲା। ୩ଟି ଡଙ୍ଗାବୁଡ଼ି ମାମଲାରେ ଏକତ୍ର ଶୁଣାଣି ପାଇଁ ହାଇକୋର୍ଟ ଫେବୃୟାରୀ ୧୩ରେ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri