subhadra yojana: ଏହିଦିନ ମିିଳିବ ୪ର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବ୍ୟାଙ୍କକୁ ଯାଇ ତୁରନ୍ତ କରନ୍ତୁ ଏପରି…

ଭୁବନେଶ୍ୱର,୨ା୨: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଟଙ୍କାକୁ ନେଇ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଯୋଗ୍ୟ ହିତାଧିକାରୀଙ୍କୁ ଫେବୃଆରୀ ୮ରେ ସୁଭଦ୍ରା ଟଙ୍କା ମିଳିବ। ଏହି ଟଙ୍କା ବଣ୍ଟନ କାର୍ଯ୍ୟକ୍ରମ ପ୍ରଥମେ ଯାଜପୁରରେ ଆରମ୍ଭ ହେବ।

ଚଳିତମାସ ୩ ଓ ୪ ତାରିଖରେ ଆପଣ ବ୍ୟାଙ୍କକୁ ଯାଇ NPCI ଚେକ୍‌ କରିପାରିବେ। ଏଥିସହିତ ଯେଉଁ ହିତାଧିକାରୀମାନଙ୍କର ଛୋଟମୋଟ ସମସ୍ୟା ରହିଛି ସେମାନେ ତୁରନ୍ତ ବ୍ୟାଙ୍କ ଯାଇ ସମାଧାନ କରନ୍ତୁ। ୪ର୍ଥ ପର୍ଯ୍ୟାୟରେ ହିତାଧିକାରୀଙ୍କ ସଂଖ୍ୟା ୧ କୋଟି ଟପିପାରେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଫେବୃଆରୀରେ ଯଦି କେହି ବଞ୍ଚିତ ହୁଅନ୍ତି ତେବେ ଯାଞ୍ଚ କରିବା ପାଇଁ ମାସେ ସମୟ ଧାର୍ଯ୍ୟ କରାଯାଇଛି। ମାର୍ଚ୍ଚ ୮ ସୁଦ୍ଧା ଯାଞ୍ଚ କରି ତଥ୍ୟ ଦାଖଲ କଲେ ଉକ୍ତ ମହିଳମାନେ ମଧ୍ୟ ସୁଭଦ୍ରା ଟଙ୍କା ପାଇପାରିବେ।

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ  ଯେ, ମହିଳାମାନଙ୍କୁ ଆସନ୍ତା ମାର୍ଚ୍ଚ ୮ରେ ‘ସୁଭଦ୍ରା’ର ଦ୍ୱିତୀୟ କିସ୍ତି ଟଙ୍କା ମିଳିବ।

ମହିଳାଙ୍କ ବିକାଶ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେଉଛି। ବର୍ତ୍ତମାନ ସୁଦ୍ଧା ୮୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇସାରିଲାଣି। ଏଥିରୁ କେହି ବାଦ୍‌ ପଡ଼ିବେ ନାହିଁ। ସର୍ଭେ ଚାଲିଛି। ଯୋଗ୍ୟ ହିତାଧିକାରୀମାନଙ୍କୁ ନିଶ୍ଚିତ ସୁଭଦ୍ରା ଟଙ୍କା ମିଳିବ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୭ ତାରିଖରେ, ଅକ୍ଟୋବର ୯ ଓ ନଭେମ୍ବର ୨୪ ତାରିଖରେ ୩ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇ ସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଗୋ ଚାଲାଣ ହେଉଥିବାବେଳେ ଚଢାଉ କଲା ପୋଲିସ, ବାପପୁଅଙ୍କୁ…

ଆନନ୍ଦପୁର, ୭।୨(ସୁଶାନ୍ତ କୁମାର ସାହୁ): ପୋଲିସର ବ୍ୟାପକ ଚଢାଉ ପରେ ବି କେନ୍ଦୁଝର ଜିଲାରେ ବେଆଇନ ଗୋ ଚାଲାଣ କମିବାର ନା ଧରୁନି। ଶୁକ୍ରବାର ବିଳମ୍ବିତ ରାତିରେ…

Jasprit Bumrah: ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା, ପ୍ରଥମ ମ୍ୟାଚରୁ ଜସପ୍ରିତ ବୁମରା ବାଦ!

ନୂଆଦିଲ୍ଲୀ,୭।୨: ୨୦୨୬ ଟି-୨୦ ବିଶ୍ୱକପ୍ ଆରମ୍ଭ ନହେଉଣୁ ଟିମ୍ ଇଣ୍ଡିଆକୁ ଝଟକା ଲାଗିଛି । ବିଶ୍ୱକପ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଯୁବ ଦ୍ରୁତ ବୋଲର…

କାମରୁ ଫେରୁଥିବାବେଳେ ହାତୀ ହାବୁଡ଼ରେ ପଡିଗଲେ ବ୍ୟକ୍ତି, ମୁଣ୍ଡ-ଗଣ୍ଡି ସମ୍ପୂର୍ଣ୍ଣ ଅଲଗା

ନିରାକାରପୁର, ୭।୨(ମାନସ ଚନ୍ଦ୍ର ପଟ୍ଟନାୟକ): ପୁଣି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେ ହେଲେ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ସିକୋ ଖଡ଼ିପଦର…

BCCI ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ଟରେ ସର୍ବାଧିକ ଦରମା ପାଇବେ ଏହି ୩ ଖେଳାଳି: ତଳକୁ ଖସିବେ ରୋହିତ-କୋହଲି

ନୂଆଦିଲ୍ଲୀ,୭।୨: ଭାରତୀୟ କ୍ରିକେଟ ଦଳର ତାରକାମାନେ ଏହି ବର୍ଷ କେତେ ଟଙ୍କା ପାଇବେ ତାହା ସ୍ଥିର ହୋଇସାରିଛି। ସବୁଦିନ ପରି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)…

ରାଜନୈତିକ ହିଂସାକୁ ନେଇ ବୁଲିଲା ଖଣ୍ଡା: ସମିତିସଭ୍ୟଙ୍କୁ ଘରୁ ଘୋଷାଡି ଆଣି ଗାଁ ଦାଣ୍ଡରେ ହାଣିଲେ…

ପୁରୁଷୋତ୍ତମପୁର,୭।୨(ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଘଳା ପଞ୍ଚାୟତର କୁଷପୁର ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଅଶାନ୍ତ ହୋଇପଡିଛି । ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ…

୧୦୦ ବର୍ଷ ପରେ କୁମ୍ଭ ରାଶିରେ ସୃଷ୍ଟି ହେଲା ‘ଅଦ୍ଭୁତ ଯୋଗ’: ଏହି ୩ ରାଶିଙ୍କର ଅଚାନକ ଘଟିବ…

୬ ଫେବୃଆରୀ, ୨୦୨୬ ଠାରୁ, ସୁଖ, ସମୃଦ୍ଧି ଏବଂ ପ୍ରେମର ଗ୍ରହ ଶୁକ୍ର, ତାଙ୍କ ବନ୍ଧୁ ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିଛନ୍ତି। ଏଠାରେ, ଏହା ତାଙ୍କ…

ଆଉ U19 ବିଶ୍ୱକପରେ ଖେଳିପାରିବେ ନାହିଁ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ କାରଣ

ନୂଆଦିଲ୍ଲୀ,୭।୨: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୨୦୨୬ର ୧୯ ବର୍ଷରୁ କମ ବିଶ୍ୱକପରେ ଇତିହାସ ରଚିଥିଲେ। ଫାଇନାଲରେ ୮୦ ବଲ ରୁ ୧୭୫ ରନ କରି ଭାରତକୁ…

ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦି, କହିଲେ…

ନୂଆଦିଲ୍ଲୀ,୭।୨: ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁବାର କହିଛନ୍ତି ଯେ ଭାରତ ଏବଂ ଆମେରିକା ମାର୍ଚ୍ଚ ମାସରେ ଏକ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବାଣିଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri