ଭୁବନେଶ୍ୱର,୮।୩: ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବଣ୍ଟା ହୋଇଛି ସୁଭଦ୍ରାର ଦ୍ବିତୀୟ କିସ୍ତି । ଏକକାଳୀନ ୧ କୋଟି ୬୪ ହଜାର ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯାଇଛି ଟଙ୍କା । ବ୍ରହ୍ମପୁର ଆମ୍ବପୁଆରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ମହିଳା । ଆଜି ଅଧିକାଂଶ ମହିଳାଙ୍କ ଖାତାକୁ ସୁଭଦ୍ରା ଟଙ୍କା ଆସିଥିବା ବେଳେ ଅନେକଙ୍କୁ ଏହି ଟଙ୍କା ମିଳିନାହିଁ । ଯାହାକୁ ନେଇ ସେମାନେ ଦ୍ୱନ୍ଦ୍ୱରେ ଅଛନ୍ତି । ଏହି ଟଙ୍କା କେବେ ମିଳିବ ବୋଲି ପ୍ରଶ୍ନ ଉଠୁଛି ।
Subhadra Yojana: ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଥିବା ସୂଚନା ଅନୁସାରେ, ଆଜି ପରେ ଆବେଦନ କରୁଥିବା ମହିଳାମାନଙ୍କୁ ସୁଭଦ୍ରା ଯୋଜନାର ଲାଭ ନିଶ୍ଚିତ ଭାବେ ମିଳିବ । ସୁଭଦ୍ରା ଟଙ୍କା ପାଇଁ ଆବେଦନ କରିବାର ଶେଷ ଆବେଦନ ତାରିଖ ମାର୍ଚ୍ଚ ୩୧ ରହିଛି ।
Subhadra Yojana: ଜଣେ ଚାହିଁଲେ ବର୍ତ୍ତମାନ ମଧ୍ୟ ରେଜିଷ୍ଟ୍ରେସନ କରିପାରିବ । ଆଜି ପରେ ଯେଉଁମାନେ ଆବେଦନ କରିଥିଲେ ସେମାନଙ୍କୁ ଆଜି ଟଙ୍କା ମିଳିବ । ପରେ ଆବେଦନ କରିଥିବା ମହିଳାମାନେ ଏଥିରୁ ବଞ୍ଚିତ ହେବେ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ ।
Subhadra Yojana: ସୁଭଦ୍ରା ଯୋଜନାର ଗାଇଡଲାଇନ ଅନୁସାରେ ବର୍ଷକୁ ୨ଥର ସୁଭଦ୍ରା ଟଙ୍କା ହିତାଧିକାରୀଙ୍କ ଖାତାକୁ ପ୍ରଦାନ କରାଯିବ । ରାକ୍ଷୀ ପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସରେ ଏହି ଟଙ୍କା କିସ୍ତି ହିସାବରେ ବ୍ୟାଙ୍କ ଆକାଉଣ୍ଟକୁ ଯିବ ।
Subhadra Yojana: ଅର୍ଥାତ ଆଜି ଟଙ୍କା ପାଇନଥିବା ମହିଳାମାନେ ରାକ୍ଷୀ ପୂର୍ଣ୍ଣିମାରେ ଟଙ୍କା ପାଇବେ । ଯଦି ଦ୍ୱିତୀୟ କିସ୍ତିରେ ଟଙ୍କା ନ ଆସିଛି ତେବେ ସୁଭଦ୍ରାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ କିସ୍ତି ମିଶି ରାକ୍ଷୀ ପୂର୍ଣ୍ଣିମାରେ ଏକାଥରେ ୧୫ ହଜାର ପାଇପାରିବେ ।