ଭୁବନେଶ୍ୱର,୧।୧୭: ସୁଭଦ୍ରାଙ୍କୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଖୋଷଣା କରିଛନ୍ତି। ଏଯାବତ୍ ସୁଭଦ୍ରାରେ ୧୭ ହଜାର ମହିଳା ପୁଣି ସାମିଲ ହୋଇଛନ୍ତି। ୩୧ ହଜାର ଅପ୍ଟ ଆଉଟ ହୋଇଥିଲେ, ୧୭ ହଜାର ମିଶିଲେ। ବାକି ୧୪ ହଜାର ମହିଳା ଅପ୍ଟ ଇନ ନ କରିପାରନ୍ତି।ସେମାନେ ଆୟକର ବର୍ଗର ହୋଇଥାଇ ପାରନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ୨ ଲକ୍ଷରୁ ଊଦ୍ଧର୍ବ KYC ଅପ୍ଡେଟ କରିନାହାନ୍ତି। ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ KYC ଅପ୍ଡେଟ କରିବାକୁ ସେ କହିଛନ୍ତି।ଜାନୁଆରୀ ଶେଷରେ ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ KYC ଅପଡେଟ କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ର ପରିଡ଼ା କହିଛନ୍ତି।


