ଭୁବନେଶ୍ୱର,୩୦ା୭(ସୁଚିସ୍ମିତା ସାହୁ): ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ। ୨୧ ବର୍ଷ ହୋଇଥିବା ଯୁବତୀମାନେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ଅଗଷ୍ଟ ୯ ରାଖୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ତୃତୀୟ କିସ୍ତି ମିଳିବ। ଏହାପରେ ସୁଭଦ୍ରା ପୋର୍ଟାଲ ଖୋଲିବ। ୨୧ ବର୍ଷ ହୋଇଥିବା ଯୁବତୀ ଆବେଦନ କରିପାରିବେ। ଏଥିସହ ପୂର୍ବରୁ ବାଦ୍ ପଡିଥିବା ୨ ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ ଆଉଥରେ ସର୍ଭେ କରାଯିବ। ଗାଡି କିଣିଥିବା, ୫ ଏକର ଜମି ଥିବା ଓ ଆଇଟି ରିଟର୍ନ କରିଥିବାରୁ ଏମାନଙ୍କୁ ବାଦ୍ ଦିଆଯାଇଛି। ସେହିପରି ୯୩ ହଜାର ହିତାଧିକାରୀଙ୍କୁ ୬୦ ବର୍ଷ ହୋଇଥିବାରୁ ସାମାଜିକ ସୁରକ୍ଷା ବିଭାଗକୁ ସେମାନଙ୍କ ତାଲିକା ପଠାଇ ଦିଆଯାଇଛି। ଭତ୍ତା ପାଇଁ ସେମାନଙ୍କୁ ଆଉ ଆବେଦନ କରିବାକୁ ପଡିବ ନାହିଁ। ଏସବୁ ପ୍ରସଙ୍ଗକୁ ଆଧାରକୁ ନେଇ ପୁଣି ଥରେ ସୁଭଦ୍ରା ଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।