ଭୁବନେଶ୍ୱରର ୬୬୫ ସ୍ଥାନରେ ବଣ୍ଟନ ହେବ ‘ସୁଭଦ୍ରା’ ଫର୍ମ

ଭୁବନେଶ୍ୱର,୪।୯ (ବନ୍ଦନା ସେଠୀ):ସୁଭଦ୍ରା ଯୋଜନା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଆବେଦନପତ୍ର ବା ଫର୍ମ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମହାନଗର ନିଗମାଞ୍ଚଳର ୬୬୫ଟି ସ୍ଥାନରେ ଏହି ଫର୍ମ ବଣ୍ଟନ କରାଯିବ। ପ୍ରତି ୱାର୍ଡରେ ଅତି କମ୍‌ରେ ୨ଟି ସ୍ଥାନରେ ଫର୍ମ ବା ଆବେଦନପତ୍ର ଗ୍ରହଣ ପାଇଁ ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ମୁଖ୍ୟ କାର୍ଯ୍ୟାଳୟରେ ମଧ୍ୟ ମହିଳାମାନଙ୍କୁ ଫର୍ମ ବଣ୍ଟନର ବ୍ୟବସ୍ଥା କରାଯାଇଛି। ଏହି ଫର୍ମ ସମ୍ପୂର୍ଣ୍ଣ ମାଗଣାରେ ଦିଆଯାଉଛି। ଯୋଗ୍ୟ ହିତାଧିକାରୀମାନେ ଯେପରି ସୁବିଧାରେ ଆବେଦନପତ୍ର ପାଇପାରିବେ ଓ ଆବେଦନ କରିପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି ବୋଲି ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍ତି। ବିଏମ୍‌ସିର ୩ଟି ଜୋନ୍‌ ଯଥା ଉତ୍ତର ଜୋନ୍‌ର ୪୨ଟି ସ୍ଥାନରେ, ଦକ୍ଷିଣ-ପୂର୍ବ ଜୋନ୍‌ର ୫୦ଟି ସ୍ଥାନରେ ଏବଂ ଦକ୍ଷିଣ-ପଶ୍ଚିମ ଜୋନ୍‌ର ୪୨ଟି ସ୍ଥାନରେ ଏହି ଫର୍ମ ବଣ୍ଟନ କରାଯାଉଛି। ସେହିପରି ସିଡିପିଓ-୧ଙ୍କ ଅଧୀନରେ ୧୨୦ଟି ଅଙ୍ଗନୱାଡି କେନ୍ଦ୍ର, ସିଡିପିଓ-୨ଙ୍କ ଅଧୀନରେ ୧୦୨ଟି ଅଙ୍ଗନୱାଡି କେନ୍ଦ୍ର ଏବଂ ସିଡିପିଓ-୩ଙ୍କ ଅଧୀନରେ ୧୫୬ଟି ଅଙ୍ଗନୱାଡି କେନ୍ଦ୍ରରେ ସୁଭଦ୍ରା ଫର୍ମ ବଣ୍ଟନ କରାଯାଉଛି। ଏହା ବ୍ୟତୀତ ୧୫୬ଟି ଜନସେବା କେନ୍ଦ୍ର/ମୋ ସେବା କେନ୍ଦ୍ରରେ ମଧ୍ୟ ଫର୍ମ ମିଳୁଛି। ଫର୍ମ ନେବା ପାଇଁ କିମ୍ବା ଫର୍ମ ବଣ୍ଟନ ସ୍ଥାନରେ ଭିଡ଼ ନ କରିବାକୁ କମିଶନର ପରାମର୍ଶ ଦେଇଛନ୍ତି। ଫର୍ମକୁ ନିର୍ଭୁଲ ଭାବେ ପୂରଣ କରି ନିଜ ୱାର୍ଡର ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ମୋ ସେବା କେନ୍ଦ୍ରରେ ପ୍ରଦାନ କରିବେ କିମ୍ବା ଅନଲାଇନରେ ଅପଲୋଡ୍‌ କରିପାରିବେ। ତେବେ ଆବେଦନ ପରେ ପ୍ରାପ୍ତି ସୂଚନା ଆଣିବାକୁ କମିଶନର ପରାମର୍ଶ ଦେଇଛନ୍ତି। ଯେଉଁ ଆବେଦନକାରୀଙ୍କର ଆଧାର ଆକାଉଣ୍ଟରେ ଲିଙ୍କ୍‌ ହୋଇନାହିଁ, ଯୁଗ୍ମ ଆକାଉଣ୍ଟ ଅଛି କିମ୍ବା ଅନ୍ୟ କୌଣସି ସମସ୍ୟା ଅଛି, ସେମାନେ ତୁରନ୍ତ ସଂଶୋଧନ କରି ଆବେଦନ କରିପାରିବେ। ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୩୦ହଜାର ଫର୍ମ ଛପାହୋଇ ବିଭିନ୍ନ କେନ୍ଦ୍ରକୁ ପଠାଯାଇଛି। ଜନସଂଖ୍ୟା ଅନୁଯାୟୀ, ବିଏମ୍‌ସି ଅଞ୍ଚଳରେ ୧ ଲକ୍ଷ ୫୦ ହଜାରରୁ ୧ ଲକ୍ଷ ୭୦ ହଜାର ଫର୍ମ ଆବଶ୍ୟକତା ପଡ଼ିପାରେ। ସେହି ଅନୁଯାୟୀ ଫର୍ମ ବଣ୍ଟନ କରାଯିବ। ତେଣୁ କେହି ବ୍ୟସ୍ତ ନ ହେବା ପାଇଁ କମିଶନର ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି

ପୁରୀ,୪ା୪: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଛି ଜଙ୍ଗଲ ଜମି ଅନୁମତି। ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାର ଷ୍ଟେଜ୍‌-୧ ଅନୁମୋଦନ କରିଛନ୍ତି। ପ୍ରକଳ୍ପକୁ ବାସ୍ତବରେ ରୂପାୟନ…

ଖଡ଼ିଛୁଆଁ, ପ୍ରବେଶ ଉତ୍ସବର ଶୁଭାରମ୍ଭ କଲେ ପାଟଣା ବିଧାୟକ

ପାଟଣା,୪ା୪(ବୀରକିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଛି। ଏହି ଅବସରରେ ଶନିବାର କେନ୍ଦୁଝର ଜିଲା ପାଟଣା ବ୍ଲକସ୍ତରୀୟ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ପାଟଣା ମୁଖ୍ୟାଳୟ…

ମୁଖ୍ୟ ବଜାରରେ ବୋମାମାଡ଼ : ଭୁବନେଶ୍ୱରରୁ ବନ୍ଧା ହେଲେ ୫

ଚିକିଟି, ୪ା୪(ପ୍ରକାଶ ଚନ୍ଦ୍ର ସାହୁ ): ବ୍ରହ୍ମପୁର ପୋଲିସ ଜିଲା କେ. ନୂଆଗାଁ ଥାନା ଚିକିଟିପେଣ୍ଠ ମୁଖ୍ୟ ବଜାରରେ ଗତ ମଙ୍ଗଳବାର ରାତି ସାଢେ ୮ଟାରେ ହୋଇଥିବା…

କଂଗ୍ରେସ ନେତା ଶଶି ଥରୁରଙ୍କ କନଭଏ ଉପରେ ଆକ୍ରମଣ, ବନ୍ଧୁକଧାରୀ ସହ ଡ୍ରାଇଭର ଆହତ

ଥିରୁଭାନନ୍ତପୁରମ,୪।୪: କଂଗ୍ରେସ ଏମପି ଶଶି ଥରୁରଙ୍କ ବନ୍ଧୁକଧାରୀ ଏବଂ ଡ୍ରାଇଭରଙ୍କ ଉପରେ ଆକ୍ରମଣ ସମ୍ପର୍କିତ ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା କେରଳର ୱାଣ୍ଡୁର ଅଞ୍ଚଳରେ…

ମେଡିକାଲ ଯାଇଥିଲେ ମା’ ବାପା: ଫେରିଲା ବେଳକୁ ୧୩ ବର୍ଷର ପୁଅକୁ ମାରି ଟାଙ୍ଗିଦେଇଛି…

କଳିଙ୍ଗନଗର,୪ା୪(ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଥାନା ଅନ୍ତର୍ଗତ ବାରାଖାଇ ଗ୍ରାମରେ ପୂର୍ବ ଶତ୍ରୁତାରୁ ଜଣେ ନାବାଳକଙ୍କୁ ଶୁକ୍ରବାର ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ…

ଦରକାର ଥିଲା ପୁଅ, ସ୍ତ୍ରୀ ପେଟରେ ଝିଅ ଥିବା ଜାଣି ଏମିତି କାଣ୍ଡ ଘଟାଇଲେ ସ୍ବାମୀ

ହାଇଦ୍ରାବାଦ,୪।୪: ତେଲେଙ୍ଗାନାର ହନମକୋଣ୍ଡାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଆଝାରୁଦ୍ଦିନ ନାମକ ଜଣେ ବ୍ୟକ୍ତି ତାଙ୍କ ଗର୍ଭବତୀ ପତ୍ନୀ ଏବଂ ଦୁଇ ଝିଅଙ୍କୁ…

କେନାଲରୁ ମିଳିଲା ଶୁଭଲକ୍ଷ୍ମୀଙ୍କ ମୃତଦେହ, ହତ୍ୟା ସନ୍ଦେହ, ପଡ଼ୋଶୀ ଘରକୁ ପଶିଲା ସନ୍ଧାନୀ କୁକୁର

ରାଜନଗର, ୪ା୪(ଭାସ୍କର ରାଉତରାୟ): ନିଖୋଜ ଥିବା ଶୁଭଲକ୍ଷ୍ମୀଙ୍କ ମୃତଦେହ ଶୁକ୍ରବାର କେନାଲରୁ ମିଳିଛି। ଗାଁ ନିକଟ କେନାଲରେ ଖୋଜାଖୋଜି ପୂର୍ବରୁ ମୃତଦେହ ଭାସି ଆସିଥିବା ଦେଖିବାକୁ ମିଳିଥିଲା।…

ଶେଷ ହେବ ନାହିଁ ଯୁଦ୍ଧ? ଚିନ୍ତାରେ ପଡ଼ିଲାଣି ଆମେରିକା, ବଢାଇପାରେ ଡିଫେନ୍ସ ବଜେଟ

ଓ୍ବାଶିଂଟନ,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ୩୬ ତମ ଦିନରେ ପହଞ୍ଚିଛି। ନିରନ୍ତର ଆକ୍ରମଣ ଏବଂ ପ୍ରତିଶୋଧମୂଳକ ଆକ୍ରମଣ ମଧ୍ୟରେ, ପରିସ୍ଥିତି କ୍ରମଶଃ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri