ଭୁବନେଶ୍ୱର,୧୯ା୨: ରାଜ୍ୟରେ ବଢ଼ିପାରେ ସବ୍ଡିଭିଜନ ସଂଖ୍ୟା, ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ସୂଚନା ଦେଇଛନ୍ତି। ୬୬ ନୂଆ ସବ୍ଡିଭିଜନ ଗଠନ ପାଇଁ ସରକାରଙ୍କୁ ପ୍ରସ୍ତାବ ଆସିଛି। ବରଗଡ଼, ଗଞ୍ଜାମ ଓ କୋରାପୁଟ ଜିଲାରୁ ସର୍ବାଧିକ ପ୍ରସ୍ତାବ ଆସିଛି। ନୂଆ ପ୍ରସ୍ତାବଗୁଡ଼ିକୁ ସରକାର ବିଚାର କରୁଛନ୍ତି। ଏହା ପରେ ସବ୍ଡିଭିଜନ ସଂଖ୍ୟା ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

