ପୁଣି ସୁବାସଙ୍କ ଉପରେ ଭରସା କଲା କଂଗ୍ରେସ: ଦେଲା ଗୁରୁଦାୟିତ୍ୱ

କେସିଙ୍ଗା,୧୮।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ସୁବାସ ଜୈନଙ୍କୁ ଟାଉନ ସଭାପତି ଭାବେ କଂଗ୍ରେସର ପିସିସି ସଭାପତି ଭକ୍ତ ଚରଣ ଦାସ ନିଯୁକ୍ତି ଦେଇଛନ୍ତି। ଏ ନେଇ ସମଗ୍ର ଅଞ୍ଚଳରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଜୈନ ବରିଷ୍ଠ କଂଗ୍ରେସ ସଭ୍ୟଭାବେ ଦୀର୍ଘବର୍ଷ ଧରି କଂଗ୍ରେସରେ କାମ କରି ଆସୁଛନ୍ତି। ଆଗାମୀ ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନରେରେ କଂଗ୍ରେସର ବହୁ ସଦସ୍ୟଙ୍କୁ ସରପଞ୍ଚ ଓ ଅଧ୍ୟକ୍ଷ ପଦବୀରେ ବିଜୟରେ ସହଯୋଗ କରିବା ପାଇଁ ଜୈନ କହିଛନ୍ତି। ଏହା ପୂର୍ବରୁ ମଧ୍ୟ ଜୈନ ଟାଉନ ସଭାପତି ଭାବେ କାମ କରୁଥିଲେ। ପୁନଃ ଟାଉନ ସଭାପତି ଭାବେ ସୁବାସ ଜୈନଙ୍କୁ ପିସିସି ସଭାପତି ନିଯୁକ୍ତି ଦେଇଥିବାରୁ କଂଗ୍ରେସ ମହଲରେ ଖୁସିର ଲହରି ଖେଳି ଯାଇଛି। ଜୈନ ଭବାନୀପାଟଣା ନିର୍ବାଚନମଣ୍ଡଳୀର ବିଧାୟକ ସାଗର ଚରଣ ଦାସ, କଳାହାଣ୍ଡି ଜିଲା କଂଗ୍ରେସ ସଭାପତି ଜଳନ୍ଧର ନାଏକଙ୍କ ସମେତ ଜିଲା କମିଟିର ସମସ୍ତ କର୍ମକର୍ତ୍ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

ଏହି ଖବର କଂଗ୍ରେସ ବରିଷ୍ଠ ସଦସ୍ୟ ମାନେ ଶୁଣିଲା ପରେ ଏକ୍‌ଜ୍ୟୁକେଠିଭ୍‌ ସଦସ୍ୟ ରାମ କୁମାର ଜୈନ, କୈଳାସ ଚନ୍ଦ୍ର ଅଗ୍ରୱାଲ, କାଉନ୍ସିଲର ରୋହିତ ଜୈନ, ଧରଣୀ ନାଏକ, ପୂର୍ବତନ ନଗର ପାଳ ରାମଜୀ ମାତଖଣ୍ଡିଆ, ସାଧାରଣ ସମ୍ପାଦକ ବିଜୟଦୀପ ପ୍ରମୁଖ ଜୈନଙ୍କୁ ସ୍ବାଗତ କରିଛନ୍ତି। ଏ ସଂକ୍ରାନ୍ତରେ ଟାଉନ ସଭାପତି ସୁବାସ ଜୈନଙ୍କୁ ପଚାରିବାରୁ ମୁଁ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସ କର୍ମୀଙ୍କୁ ବହୁ ସଂଖ୍ୟାରେ ବିଜୟ କରାଇବି ବୋଲି ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଅନ୍ୟମାନଙ୍କୁ ଜ୍ଞାନ ବାଣ୍ଟିଲେ ଲକ୍ଷ୍ୟ ସାଧନ ହୋଇଥାଏ’

ଭଞ୍ଜନଗର,୧୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ୭...

ପାଟଣା ରେଞ୍ଜରେ ପକ୍ଷୀ ଗଣନା, ୬ଶହ ପକ୍ଷୀ…

ପାଟଣା,୧୮ା୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେ଼ଇ ଟାଙ୍ଗିରି ସେକ୍ସନରେ ରବିବାର ପକ୍ଷୀ ଗଣନା ଆରମ୍ଭ ହୋଇଛି । ପାଟଣା ବନାଞ୍ଚଳର ଖିରେଇତାନଗିରି...

ଯୁବକଙ୍କ ଉନ୍ମତ୍ତ କାଣ୍ଡ: ଭୁବନେଶ୍ୱର ଷ୍ଟେଶନ ନିକଟରେ ଅଟକିଲା ଟ୍ରେନ୍‌, ସ୍ପଷ୍ଟୀକରଣ ରଖି ରେଲ୍‌ଓ୍ବେ…

ଭୁବନେଶ୍ୱର,୧୮ା୧: ଜଣେ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଯୋଗୁ ଭୁବନେଶ୍ୱର ଷ୍ଟେଶନ ନିକଟରେ ୬ ମିନିଟ୍‌ ଅଟକିଥିଲା ଅମୃତ ଭାରତ ଏକ୍ସପ୍ରେସ ଅଟକି ରହିଥିଲା। ଏନେଇ ସ୍ପଷ୍ଟୀକରଣ...

ଭିଜା ଟେନସନ ଶେଷ! T20 ବିଶ୍ୱକପ ପାଇଁ ଭାରତ ଆସିବେ ୪୨ ପାକିସ୍ତାନୀ

ନୂଆଦିଲ୍ଲୀ, ୧୮।୧: ICC T20 ବିଶ୍ୱକପ ୨୦୨୬ ଫେବୃଆରୀ ୭ରୁ ଆରମ୍ଭ ହେଉଛି। ଟୁର୍ଣ୍ଣାମେଣ୍ଟ ପୂର୍ବରୁ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି ଏବଂ ସପୋର୍ଟ ଷ୍ଟାଫ ପାଇଁ...

‘ଆମେ ୟୁକ୍ରେନ କିମ୍ବା ଗ୍ରୀନଲ୍ୟାଣ୍ଡ ସମ୍ପର୍କରେ କୌଣସି ଧମକକୁ ଭୟ କରୁନାହୁଁ’, ଟ୍ରମ୍ପଙ୍କୁ ସିଧା ଜବାବ ଦେଲେ ଫ୍ରାନ୍ସ ରାଷ୍ଟ୍ରପତି

ପ୍ୟାରିସ,୧୮।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ସମର୍ଥନ କରିବା ପାଇଁ ୮ଟି ୟୁରୋପୀୟ ଦେଶ ଉପରେ ୧୦ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି, ଯାହା...

BJP ନେତାଙ୍କ ସହ ଅରବିନ୍ଦଙ୍କ ଫଟୋ ଭାଇରାଲ, ରାଜନୀତିରେ ଚହଳ!

ଭୁବନେଶ୍ୱର, ୧୮।୧: ରାଜନୀତିରେ ରୋଚକ ଦୃଶ୍ୟ। ଗୋଟିଏ ଫ୍ରେମରେ ବିଜେଡି-ଭାଜପା ନେତା। ଫଟୋରେ ନଜର ଆସିଛନ୍ତି ନିଲମ୍ୱିତ ନେତା ଅରବିନ୍ଦ ମହାପାତ୍ର। ରାଜନୀତିରେ ଘୋର ବିରୋଧୀ...

ଶିନ୍ଦେଙ୍କ ‘ହୋଟେଲ ପଲିଟିକ୍ସ’କୁ ନେଇ ଗର୍ଜିଲେ ସଞ୍ଜୟ

ମୁମ୍ବାଇ,୧୮।୧: ବିଏମସି ନିର୍ବାଚନରେ ଏନଡିଏ (ମହାୟୁତି)ର ବିଜୟ ପରେ ମଧ୍ୟ ମୁମ୍ବାଇ ରାଜନୀତିରେ ‘ହୋଟେଲ ରାଜନୀତି’ ଏବଂ ସସପେନ୍ସର ଏକ ଯୁଗ ଆରମ୍ଭ ହୋଇଛି। ଶିବସେନା...

ନବୀନଙ୍କ ସହ କଥା ହେବା ପରେ ଉତ୍ତର ରଖିବି, କାହିଁକି ଏପରି କହିଲେ ବିଜେଡିରୁ ବିତାଡ଼ିତ ଅରବିନ୍ଦ

ଭୁବନେଶ୍ୱର,୧୮ା୧: କିଛିଦିନ ତଳେ ବିଜେଡିରୁ ବହିଷ୍କୃତ ହୋଇଥିବା ବିଧାୟକ ଅରବିନ୍ଦ ମହାପାତ୍ର ଶେଷରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ସବୁଦିନ ମୋ’ ବିରୋଧରେ ନୂଆ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri