ନାବାଳିକାଙ୍କୁ ପ୍ରେମ ବିବାହ ପରେ ନିର୍ଯାତନା ଦେଉଥିଲେ ସବ୍‌ଇନ୍ସପେକ୍ଟର: ଅଭିଯୋଗ ପରେ ବି…

ଜଗତ୍‌ସିଂହପୁର,୯ା୮(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ପ୍ରେମ ବିବାହ ପରେ ପ୍ରତାରଣା କରିଛନ୍ତି ଜଣେ ପୋଲିସ ସବ୍‌ ଇନ୍ସପେକ୍ଟର (ଏସ୍‌ଆଇ)। ସେ ହେଉଛନ୍ତି ବାଲେଶ୍ୱର ଜିଲା ବାଲିଆପାଳ ଥାନା ରତେଇ ଗାଁର ଅମିତ୍‌ ପାଢ଼ୀ। ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ, ସାମାଜିକ ଗଣମାଧ୍ୟମରୁ ପ୍ରେମ ଓ ପରେ ବିବାହ କରି ଅମିତ୍‌ ତାଙ୍କୁ ନିଜ ଘରେ ରଖିଥିଲେ। ମାତ୍ର ପରେ ନାବାଳିକାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ତାଙ୍କ ଘରେ ଛାଡ଼ି ଦେଇଛନ୍ତି। ଏନେଇ ଜଗତ୍‌ସିଂହପୁର ଥାନାରେ ମାମଲା (ନଂ.୨୯୦/୨୫) ରୁଜୁ ହୋଇଛି। ଅମିତ୍‌ଙ୍କୁ ନିଲମ୍ବନ କରାଯାଇଥିଲେ ମଧ୍ୟ ଅଭିଯୋଗ ପ୍ରାୟ ୪ ମାସ ପରେ ପୋଲିସ ଗିରଫ କରୁନାହିଁ ବୋଲି ନାବାଳିକା ଓ ତାଙ୍କ ମା’ ଶୁକ୍ରବାର ଗଣମାଧ୍ୟମ ଆଗରେ କହିଛନ୍ତି। ଏପରିକି ତାଙ୍କ ଅଗୋଚରରେ ଝିଅକୁ ଅମିତ ବିବାହ କରିଥିବା ନାବାଳିକାଙ୍କ ମା’ ପ୍ରକାଶ କରିଛନ୍ତି।
ନାବାଳିକା ୧୦ମ ଶ୍ରେଣୀରେ ପଢ଼ୁଥିବାବେଳେ ଫେସ୍‌ବୁକ୍‌ରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ସେତେବେଳେ ଏସ୍‌ଆଇ ପାଢ଼ୀ ପୁରୀରେ କାର୍ଯ୍ୟରତ ଥିଲେ। ଉଭୟେ ପ୍ରଥମେ ମନ୍ଦିର ଓ ପରେ ଏକ ହୋଟେଲରେ ବିବାହ କରିଥିବା କୁହାଯାଉଛି। ବିବାହ ପରେ ବୋହୂ ହିସାବରେ ନାବାଳିକା ତାଙ୍କ ଶାଶୁଘରେ ରହୁଥିଲେ। କିନ୍ତୁ ପରେ ଶାଶୁ, ଶ୍ୱଶୁର ଓ ସ୍ବାମୀ ନିର୍ଯାତନା ଦେଇ ତାଙ୍କୁ ଘରକୁ ପଠାଇ ଦେଇଥିବା ନେଇ ସେ ଦର୍ଶାଇଛନ୍ତି।
ଜଗତ୍‌ସିଂହପୁର ଥାନାରେ ଅଭିଯୋଗ କରିବା ସତ୍ତ୍ବେ ପୋଲିସ କୋର୍ଟକୁ ଚାର୍ଜଶିଟ୍‌ ଦେଉ ନ ଥିବା ପୀଡ଼ିତା ତାଙ୍କ ମା ଅଭିଯୋଗ କରିଛନ୍ତି। ଏସ୍‌ପି ଭବାନୀଶଙ୍କର ଉଦ୍‌ଗାତା କହିଛନ୍ତି, ଅମିତ ପୁରୀରେ ତାଲିମ ନେଉଥିବାବେଳେ ପୀଡ଼ିତା ଏହି ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ ପରେ ଜଗତ୍‌ସିଂହପୁର ଥାନା ଅତିରିକ୍ତ ଆଇଆଇସିଙ୍କ ମାଧ୍ୟମରେ ତଦନ୍ତ ଚଲାଇଛି। ନାବାଳିକା ଥାନାରେ ଅଭିଯୋଗ କରିବା ପୂର୍ବରୁ ଅମିତଙ୍କୁ ଏବିଷୟରେ ଜଣାଇଥିଲେ। ଏହାପରେ ଅଭିଯୁକ୍ତ ଏସ୍‌ଆଇ ପୁରୀରୁ ଫେରାର ହୋଇଯାଇଥିଲେ। ଏ ନେଇ ଏସ୍‌ପି ଉଦ୍‌ଗାତା ପୁରୀ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ସେବେଠାରୁ ଅମିତ ଫେରାର ଅଛନ୍ତି। ତାଙ୍କୁ ଧରିବା ପାଇଁ ଯୋଜନା ଚାଲିଛି। ଏହା ଭିତରେ ଅମିତଙ୍କ ପରିବାର ଲୋକେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତଳ କୋର୍ଟରୁ ଜାମିନ ପାଇଛନ୍ତି। କେବଳ ଅମିତଙ୍କୁ ଗିରଫ କରାଯିବା ବାକି ରହିଛି। ଏବେ ବିବାହ କେଉଁଠି ଓ କିପରି ହୋଇଛି ସେନେଇ ଅନୁଧ୍ୟାନ ଚାଲିଛି। ନାବାଳିକାଙ୍କ ମା’ଏ ବିବାହ ବିଷୟରେ ଜାଣିଥିଲେ କି ନାହିଁ ସେନେଇ ତଦନ୍ତ ଚାଲିଥିବା ଏସ୍‌ପି ଉଦ୍‌ଗାତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri