ନାବାଳିକାଙ୍କୁ ପ୍ରେମ ବିବାହ ପରେ ନିର୍ଯାତନା ଦେଉଥିଲେ ସବ୍‌ଇନ୍ସପେକ୍ଟର: ଅଭିଯୋଗ ପରେ ବି…

ଜଗତ୍‌ସିଂହପୁର,୯ା୮(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ପ୍ରେମ ବିବାହ ପରେ ପ୍ରତାରଣା କରିଛନ୍ତି ଜଣେ ପୋଲିସ ସବ୍‌ ଇନ୍ସପେକ୍ଟର (ଏସ୍‌ଆଇ)। ସେ ହେଉଛନ୍ତି ବାଲେଶ୍ୱର ଜିଲା ବାଲିଆପାଳ ଥାନା ରତେଇ ଗାଁର ଅମିତ୍‌ ପାଢ଼ୀ। ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ, ସାମାଜିକ ଗଣମାଧ୍ୟମରୁ ପ୍ରେମ ଓ ପରେ ବିବାହ କରି ଅମିତ୍‌ ତାଙ୍କୁ ନିଜ ଘରେ ରଖିଥିଲେ। ମାତ୍ର ପରେ ନାବାଳିକାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ତାଙ୍କ ଘରେ ଛାଡ଼ି ଦେଇଛନ୍ତି। ଏନେଇ ଜଗତ୍‌ସିଂହପୁର ଥାନାରେ ମାମଲା (ନଂ.୨୯୦/୨୫) ରୁଜୁ ହୋଇଛି। ଅମିତ୍‌ଙ୍କୁ ନିଲମ୍ବନ କରାଯାଇଥିଲେ ମଧ୍ୟ ଅଭିଯୋଗ ପ୍ରାୟ ୪ ମାସ ପରେ ପୋଲିସ ଗିରଫ କରୁନାହିଁ ବୋଲି ନାବାଳିକା ଓ ତାଙ୍କ ମା’ ଶୁକ୍ରବାର ଗଣମାଧ୍ୟମ ଆଗରେ କହିଛନ୍ତି। ଏପରିକି ତାଙ୍କ ଅଗୋଚରରେ ଝିଅକୁ ଅମିତ ବିବାହ କରିଥିବା ନାବାଳିକାଙ୍କ ମା’ ପ୍ରକାଶ କରିଛନ୍ତି।
ନାବାଳିକା ୧୦ମ ଶ୍ରେଣୀରେ ପଢ଼ୁଥିବାବେଳେ ଫେସ୍‌ବୁକ୍‌ରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ସେତେବେଳେ ଏସ୍‌ଆଇ ପାଢ଼ୀ ପୁରୀରେ କାର୍ଯ୍ୟରତ ଥିଲେ। ଉଭୟେ ପ୍ରଥମେ ମନ୍ଦିର ଓ ପରେ ଏକ ହୋଟେଲରେ ବିବାହ କରିଥିବା କୁହାଯାଉଛି। ବିବାହ ପରେ ବୋହୂ ହିସାବରେ ନାବାଳିକା ତାଙ୍କ ଶାଶୁଘରେ ରହୁଥିଲେ। କିନ୍ତୁ ପରେ ଶାଶୁ, ଶ୍ୱଶୁର ଓ ସ୍ବାମୀ ନିର୍ଯାତନା ଦେଇ ତାଙ୍କୁ ଘରକୁ ପଠାଇ ଦେଇଥିବା ନେଇ ସେ ଦର୍ଶାଇଛନ୍ତି।
ଜଗତ୍‌ସିଂହପୁର ଥାନାରେ ଅଭିଯୋଗ କରିବା ସତ୍ତ୍ବେ ପୋଲିସ କୋର୍ଟକୁ ଚାର୍ଜଶିଟ୍‌ ଦେଉ ନ ଥିବା ପୀଡ଼ିତା ତାଙ୍କ ମା ଅଭିଯୋଗ କରିଛନ୍ତି। ଏସ୍‌ପି ଭବାନୀଶଙ୍କର ଉଦ୍‌ଗାତା କହିଛନ୍ତି, ଅମିତ ପୁରୀରେ ତାଲିମ ନେଉଥିବାବେଳେ ପୀଡ଼ିତା ଏହି ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ ପରେ ଜଗତ୍‌ସିଂହପୁର ଥାନା ଅତିରିକ୍ତ ଆଇଆଇସିଙ୍କ ମାଧ୍ୟମରେ ତଦନ୍ତ ଚଲାଇଛି। ନାବାଳିକା ଥାନାରେ ଅଭିଯୋଗ କରିବା ପୂର୍ବରୁ ଅମିତଙ୍କୁ ଏବିଷୟରେ ଜଣାଇଥିଲେ। ଏହାପରେ ଅଭିଯୁକ୍ତ ଏସ୍‌ଆଇ ପୁରୀରୁ ଫେରାର ହୋଇଯାଇଥିଲେ। ଏ ନେଇ ଏସ୍‌ପି ଉଦ୍‌ଗାତା ପୁରୀ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ସେବେଠାରୁ ଅମିତ ଫେରାର ଅଛନ୍ତି। ତାଙ୍କୁ ଧରିବା ପାଇଁ ଯୋଜନା ଚାଲିଛି। ଏହା ଭିତରେ ଅମିତଙ୍କ ପରିବାର ଲୋକେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତଳ କୋର୍ଟରୁ ଜାମିନ ପାଇଛନ୍ତି। କେବଳ ଅମିତଙ୍କୁ ଗିରଫ କରାଯିବା ବାକି ରହିଛି। ଏବେ ବିବାହ କେଉଁଠି ଓ କିପରି ହୋଇଛି ସେନେଇ ଅନୁଧ୍ୟାନ ଚାଲିଛି। ନାବାଳିକାଙ୍କ ମା’ଏ ବିବାହ ବିଷୟରେ ଜାଣିଥିଲେ କି ନାହିଁ ସେନେଇ ତଦନ୍ତ ଚାଲିଥିବା ଏସ୍‌ପି ଉଦ୍‌ଗାତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri