Posted inଫୁରସତ

ଷ୍ଟାଇଲିଶ୍‌ ଲାଗିବ ଫୋନ୍‌…

ବର୍ତ୍ତମାନ କେବଳ ନିଜ ଫୋନକୁ ସୁରକ୍ଷିତ ରଖିବା ଲାଗି ନୁହେଁ ବରଂ ଏହାକୁ ଆଇକ୍ୟାଚି ତଥା ଷ୍ଟାଇଲିଶ୍‌ ଲୁକ୍‌ ଦେବା ପାଇଁ ଯୁବପିଢ଼ି ବ୍ୟବହାର କରୁଛନ୍ତି ବିଭିନ୍ନ ପ୍ରକାରର କଭର…

ଫଟୋ ପ୍ରିଣ୍ଟ କଭର: ଫଟୋ ପ୍ରିଣ୍ଟ କଭରର ଡିମାଣ୍ଡ ବର୍ତ୍ତମାନ ସବୁଠୁ ଅଧିକ। ଏଥିରେ ଆପଣ ସେଲ୍ଫ ଫଟୋ କିମ୍ବା ଫ୍ୟାମିଲି ଅବା ନିଜ ପ୍ରିୟଜନଙ୍କ ଫଟୋ ପ୍ରିଣ୍ଟ କରି ନିଜ ଫୋନ୍‌କୁ ୟୁନିକ୍‌ ଲୁକ୍‌ ଦେଇପାରିବେ।
ଫ୍ଲିପ୍‌ ଓପନ୍‌ ଫଲିଓ ବା ଓ୍ବାଲେଟ୍‌ କେସ୍‌: ଏହି କଭର ମୋବାଇଲ୍‌ର ବ୍ୟାକ୍‌ ଏବଂ ଫ୍ରଣ୍ଟ ଉଭୟକୁ ପ୍ରୋଟେକ୍ସନ ଦେଇଥାଏ। ମାର୍କେଟ୍‌ରେ ଏହାର ବିଭିନ୍ନ କଲରର ପ୍ଲାଷ୍ଟିକ୍‌, ରବର, ଲେଦର ଡିଜାଇନ୍‌ ଉପଲବ୍ଧ, ଯାହାକି ଷ୍ଟାଇଲିଶ୍‌ ଲୁକ୍‌ ଦେବା ସହ ପକେଟ୍‌ ଫ୍ରେଣ୍ଡ୍‌ଲି ମଧ୍ୟ।
ଫଙ୍କି କଭର: ବର୍ତ୍ତମାନ ମାର୍କେଟ୍‌ରେ ପ୍ରାୟ ସବୁ କମ୍ପାନି ଓ ମଡେଲ୍‌ର ଫୋନ୍‌ ପାଇଁ ଭଳିକି ଭଳି କାର୍ଟୁନ୍‌, ଆନିମଲ୍‌, ଭଗବାନ୍‌, ଫ୍ଲାଓ୍ବାର୍‌, ଘୋଷ୍ଟ ପ୍ରିଣ୍ଟ ଥିବା କଭର ମିଳୁଛି ଏବଂ ମଧ୍ୟ ଆପଣଙ୍କ ଫୋନ୍‌କୁ ଡିଫରେଣ୍ଟ ଲୁକ୍‌ ଦେବାରେ ସାହାଯ୍ୟ କରିବ। ତା’ଛଡା ସ୍ପେଶାଲ୍‌ ଝିଅମାନଙ୍କ ପାଇଁ ମିଳୁଥିବା ବିଭିନ୍ନ ପ୍ରକାରର ଷ୍ଟୋନ୍‌, ବିଡ୍ସ ଓ୍ବାର୍କ ଥିବା ଷ୍ଟାଇଲିଶ୍‌ କଭର ମଧ୍ୟ ଏବେ ଖୁବ୍‌ ଡିମାଣ୍ଡରେ ଅଛି।
ସ୍ଲିମ୍‌ କଭର: ଯଦି ଆପଣଙ୍କୁ ଅଧିକ ଡିଜାଇନର କିମ୍ବା ମୋଟା କଭର ପକାଇବା ଲାଗି ଭଲ ଲାଗୁନାହିଁ, ତେବେ ଆପଣ ସ୍ଲିମ୍‌ କେସ୍‌ ବ୍ୟବହାର କରନ୍ତୁ। ଏହାର ଭଳିକି ଭଳି କଲର ଏବଂ ପ୍ରିଣ୍ଟ ମାର୍କେଟ୍‌ରେ ଉପଲବ୍ଧ। ଏହାର ଦାମ ମଧ୍ୟ ଅପେକ୍ଷାକୃତ କମ୍‌ ହୋଇଥିବାରୁ ନିଜ ଆଉଟ୍‌ଫିଟ୍‌ ସହିତ ମ୍ୟାଚ୍‌ କରି କଭର ବଦଳାଇପାରିବେ। ତା’ଛଡା ଏହା ସାମାନ୍ୟ ନରମ କଭର ହୋଇଥିବାରୁ ମୋବାଇଲେରେ ଫିଟ୍‌ ହେବା ସହଜ ହୁଏ ଏବଂ ମୋବାଇଲ୍‌କୁ ସ୍କ୍ରାଚ୍‌ପ୍ରୁଫ୍‌ ମଧ୍ୟ ରଖେ।
ରଗ୍‌ଡ କେସ୍‌ : ଯଦି ଆପଣଙ୍କୁ ଦୈନନ୍ଦିନ ବାରମ୍ବାର ଏପଟ ସେପଟ ହେବାକୁ ପଡୁଛି କିମ୍ବା ସ୍ପୋଟର୍‌ସ, ଟ୍ରାଭେଲ ଆଦି ପସନ୍ଦ; ତେବେ ରଗ୍‌ଡ କେସ୍‌ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ। ଏହା ଦେଖିବାକୁ ଦମ୍‌ଦାର ଏବଂ ଏହାର କଡ଼ ମୋଟା ଓ ଚାରିପାଖରୁ ମଜଭୁତ କରି ଧରି ରଖୁଥିବାରୁ ମୋବାଇଲ୍‌ ପଡ଼ିଲେ ସହଜରେ ଭାଙ୍ଗି ନ ଥାଏ।
ଟଫ୍‌ କେସ୍‌: ଏହାର ଉପର ଲେୟାର ପଲିକାର୍ବୋନେଟ୍‌ରେ ପ୍ରସ୍ତୁତ, ଯାହାକି ଶକ୍ତ ଏବଂ ଭିତର ଲେୟାର ସିଲିକନ୍‌ରେ ପ୍ରସ୍ତୁତ; ଯାହାକି ନରମ ହୋଇଥିବାରୁ ଫୋନ୍‌କୁ ସୁରକ୍ଷା ଦେଇଥାଏ। ଇନ୍‌କିପିଓ, ଅରବାନ୍‌ ଆର୍ମର ଗିଅର, ସ୍ପେକ୍‌, ବଡି ଗ୍ଲୋଭ୍‌ ଆଦି ଟଫ୍‌ କେସ୍‌ ମଧ୍ୟରୁ କୌଣସି କଭର ପକାଇ ଫୋନ୍‌କୁ ସୁରକ୍ଷିତ ରଖିବା ସହ ଷ୍ଟାଇଲିଶ୍‌ ଲୁକ୍‌ ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri