ଷ୍ଟୁଡିଓ ମାଲିକଙ୍କ ମୃତ୍ୟୁ ରହସ୍ୟ ଘେରରେ

ଢେଙ୍କାନାଳ ଅଫିସ,୨୮ା୨: ଢେଙ୍କାନାଳ ସହର ୭ନଂ. ୱାର୍ଡରେ ରହୁଥିବା ଫଟୋଲାଇନ ଷ୍ଟୁଡିଓ ମାଲିକ ତଥା ବିଶିଷ୍ଟ ଫଟୋଗ୍ରାଫର ସଚ୍ଚିଦାନନ୍ଦ ନାୟକ ଓରଫ୍‌ ବାବୁଲି(୫୦)ଙ୍କ ଝୁଲନ୍ତା ମୃତଦେହ ଶନିବାର ସନ୍ଧ୍ୟାରେ ସଦର ଥାନା ଗୋହିରାଖାଲ ଠାରେ ଜଣେ ସମ୍ପର୍କୀୟଙ୍କ ଫାର୍ମ ହାଉସ ପରିସରରେ ଥିବା ପରିତ୍ୟକ୍ତ ଘରୁ ପୋଲିସ ଜବତ କରିଥିଲା। ତେବେ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ଘଟଣା ଉପରୁ ପରଦା ହଟିପାରି ନ ଥିବାରୁ ଏହାକୁ ନେଇ ରହସ୍ୟ ବଢିବାରେ ଲାଗିଛି। ଯେଉଁ ସୁଧ ପ୍ରଦାନକାରୀଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି, ସେମାନଙ୍କ ବିରୋଧରେ ପୋଲିସ ପ୍ରମାଣ ଖୋଜିବା ଆରମ୍ଭ କରିଛି। ଏପରି କି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୋସିଆଲ ମିଡିଆରେ ଦିଆଯାଉଥିବା ପ୍ରତିକ୍ରିୟା ସବୁ ଭାଇରାଲ ହେବାରେ ଲାଗିଛି। ଅଭିଯୁକ୍ତମାନେ ମଧ୍ୟ ଲୁଚାଛପାରେ ବିଭିନ୍ନ ଲୋକମାନଙ୍କୁ ଯୋଗାଯୋଗ କରି ସଫେଇ ଦେବା ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି।
ପ୍ରକାଶ ଯେ, ସଚ୍ଚିଦାନନ୍ଦ ନିଜ ବ୍ୟବସାୟ ପାଇଁ କେତେଜଣ ବ୍ୟକ୍ତିଙ୍କ ଠାରୁ ଟଙ୍କା କରଜ କରିଥିଲେ ମଧ୍ୟ ଋଣ ପରିଶୋଧ ବାବଦକୁ ବହୁ ଅର୍ଥ ପ୍ରଦାନ କରିଛନ୍ତି। ଏସବୁ ସତ୍ତ୍ୱେ ଋଣ ପ୍ରଦାନକାରୀ ବ୍ୟକ୍ତିମାନଙ୍କ ଚାପ ଏବଂ ଅଧିକ ସୁଧ ମାଗିବା, ଧମକଚମକ ଦେବା ତାଙ୍କୁ ଆହୁରି ଭାରାକ୍ରାନ୍ତ କରିଥିଲା। ଫଳରେ ସେ ଅଧିକାଂଶ ସମୟରେ ଚିନ୍ତାଗ୍ରସ୍ତ ରହୁଥିଲେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି। ଏହି ଘଟଣାରେ ନଂ. ୧୫୫ା୨୩, ଦଫା-୩୦୬ ଓ ୩୪ରେ ଏକ ମାମଲା ରୁଜୁକରି ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ମାମଲାରେ ୩ଜଣ ବ୍ୟକ୍ତିଙ୍କ ନାମରେ ଅଭିଯୋଗ ରହିଛି। ଅନ୍ୟପଟରେ ସୁଧ କାରବାର କରୁଥିବା ବ୍ୟକ୍ତିମାନେ ନିୟମ କିମ୍ବା ବେନିୟମ ଭାବେ ଏହା କରୁଛନ୍ତି, ସେ ସମ୍ପର୍କରେ ତଦନ୍ତ କରାଯିବା ପାଇଁ ସାଧାରଣରେ ଦାବି ହେଉଛି। ଏ ନେଇ ସଦର ଥାନା ଅଧିକାରୀ ପ୍ରଦୀପ କୁମାର ପ୍ରଧାନ କହିଛନ୍ତି, ଅଭିଯୁକ୍ତମାନଙ୍କ ସମ୍ପର୍କରେ ପ୍ରମାଣ ଖୋଜାଯାଉଛି। କିଏ, କେତେବେଳେ ଓ କେତେଟଙ୍କା ଋଣ ଦେଇଛନ୍ତି ଏବଂ ସୁଧ ଆକାରରେ କେତେ ଟଙ୍କା ପାଇଛନ୍ତି, ତାହାର ପ୍ରମାଣ ଖୋଜିବା ସହିତ ତଦନ୍ତ ଜାରି ରହିଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏସବୁ ମିଳିବା ପରେ କାର୍ଯ୍ୟାନୁ୍‌ଷ୍ଠାନ ହେବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri