Indian flag waving in blue sky
ଭୁବନେଶ୍ୱର,୧୩ା୮(ବ୍ୟୁରୋ)-ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ସ୍କୁଲରେ ସ୍ବାଧିନତା ଦିବସ ପାଳନ ନେଇ ଗୁରୁବାର ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି।
ଗାଇଡଲାଇନ ଅନୁସାରେ, ପ୍ରତି ସ୍କୁଲରେ ସ୍ବାଧିନତା ଦିବସ ପାଳନ କରାଯିବ। ଛାତ୍ରୀଛାତ୍ରମାନେ ସ୍କୁଲକୁ ଆସିବେ ନାହିଁ। କେବଳ ଶିକ୍ଷୟିତ୍ରୀଶିକ୍ଷକମାନେ ସ୍କୁଲକୁ ଆସିବେ। ୯ରୁ ୧୧ଟା ଭିତରେ ପତାକା ଉତ୍ତୋଳନ କରିବେ। ୧୦ ଜଣରୁ ଅଧିକ ଏକାଠି ହେବେନି। ସାମାଜିକ ଦୂରତ୍ୱ ଓ ମାସ୍କ ବାଧ୍ୟତାମୂଳକ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି।