ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ ଛାତ୍ରୀଛାତ୍ରଙ୍କ ବିକାଶ ହୋଇପାରିବ ବୋଲି କହିଥିଲେ। ତେଣୁ ଏଥିପ୍ରତି ସମସ୍ତେ ଦୃଷ୍ଟି ଦେବାକୁ ଅତିଥିମାନେ ଉପସ୍ଥିତ ଶିକ୍ଷକ, ଅଭିଭାବକ ଏବଂ ଅନ୍ୟ ମାନଙ୍କୁ ଆହ୍ବାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ର ଯେଉଁ ମାନେ ଚାଷ କାର୍ଯ୍ୟ କରି ଜଣେ ଅଗ୍ରଣୀ ଚାଷୀ ଭାବେ ଅଞ୍ଚଳରେ ପରିଚିତ କରାଇ ପାରିଛନ୍ତି ସେଭଳି ୭ ଜଣ ଅଗ୍ରଣୀ ଚାଷୀ ଏବଂ ୫ ଜଣ ଯବାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଭଞ୍ଜନଗର ମ୍ୟୁନିସିପାଲିଟୀ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏବିଡିଓ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ସୋରଡା ବିଇଓ ଦିଲ୍ଲୀପ କୁମାର ସ୍ବାଇଁ, ସିଆରସିସି ଅନୁପମା ସାହୁ, ଏବିଇ ଓ ଗଜେନ୍ଦ୍ର ସେଠୀ, ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ସାମାଜିକ କର୍ମୀ ଭଞ୍ଜ ପ୍ରଧାନ, ସରପଞ୍ଚ ଉଦ୍ଧବ ମିଶ୍ର, ସରକାରୀ ଓକିଲ ସୁଧିର କାନ୍ତ ଦାସ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଶାନ୍ତ ସାଇଁ, ନାଟ୍ୟ ନିର୍ଦ୍ଦେଶକ ଆଦିକନ୍ଦ ଗୌଡ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ନିର୍ମଳ କୁମାର ସ୍ବାଇଁ ଉତ୍ସବରେ ଅଧ୍ୟକ୍ଷତା କରି ସଭାକୁ ସଂଯୋଜନା କରିଥିଲେ। ଶିକ୍ଷୟିତ୍ରୀ ରଞ୍ଜୁଲତା ବେହେରା ସୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷୟତ୍ରୀ ଅପର୍ଣ୍ଣା ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ରଞ୍ଜିତ କୁମାର ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ। ଶେଷରେ ଅତିଥି ମାନଙ୍କ ଦାରା କୃତୀ ଛାତ୍ରୀ ଛାତ୍ର ଙ୍କୁ ପୁରସ୍କୃତ କରାଯାଇଥିଲା। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

Dharitri – Odisha’s No.1 Odia Daily

Share