ଛାତ୍ର ସଂସଦ ନିର୍ବାଚନ ଦାବି ତେଜିଲା

ଭୁବନେଶ୍ୱର, ୨୪ା୮(ଅସମାପିକା ସାହୁ): ଏବର୍ଷ ନୁହେଁ, ଆସନ୍ତା ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଆଇନ ମନ୍ତ୍ରୀ କହିବା ପରେ ରାଜ୍ୟରେ ଛାତ୍ର ସଙ୍ଗଠନଗୁଡ଼ିକ ଏହା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ଦାବି କରି ଗୁରୁବାରଠାରୁ ଏବିଭିପି ପକ୍ଷରୁ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଦସ୍ତଖତ ଅଭିଯାନ ସହ ପ୍ରତିବାଦ ଆରମ୍ଭ ହୋଇଥିବାବେଳେ ଶନିବାର ଅଖିଳ ଭାରତ ଛାତ୍ର ସଙ୍ଗଠନ(ଏଆଇଏସ୍‌ଏଫ୍‌) ପକ୍ଷରୁ ପ୍ରତିବାଦ ଦିବସ ପାଳନ କରିବା ପାଇଁ ଡାକରା ଦିଆଯାଇଛି। ଚଳିତବର୍ଷ ନିର୍ବାଚନ କରିବା ପାଇଁ ଏଆଇଏସ୍‌ଏଫ୍‌ ପକ୍ଷରୁ ଶନିବାର ସାରା ଓଡ଼ିଶାର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପ୍ଲାକାର୍ଡ ପ୍ରଦର୍ଶନ କରାଯିବ ବୋଲି ସଂଘ ରାଜ୍ୟ ସଭାପତି ସଂଘମିତ୍ରା ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେଉଁ ଭାଜପା ଦଳ ବିରୋଧୀ ଦଳରେ ଥିବାବେଳେ ଛାତ୍ର ନିର୍ବାଚନ କରିବା ପାଇଁ ଆମ ସହିତ ସ୍ବର ମିଶାଇ ଦାବି କରୁଥିଲେ, ସେମାନେ କ୍ଷମତାସୀନ ହେବା ପରେ ନିଜ କଥାରୁ ଓହରୁଛନ୍ତି। ତାହା ଗ୍ରହଣୀୟ ନୁହେଁ। ତେବେ ଏ ପର୍ଯ୍ୟନ୍ତ ଛାତ୍ର ସଂସଦ ନିର୍ବାଚନ ନେଇ ଶିକ୍ଷାମନ୍ତ୍ରୀ କାହିଁକି ଚୁପ୍‌ ବସିଛନ୍ତି, ତାହା ଆମକୁ ବ୍ୟଥିତ କରିଛି। ସରକାର ଜାଣିଶୁଣି ଚଳିତବର୍ଷ ନିର୍ବାଚନ ନ କରିବା ପାଇଁ ଯୋଜନା କରୁଛନ୍ତି। ତେଣୁ ଆମେ ପ୍ରତି ଛାତ୍ରୀଛାତ୍ରଙ୍କୁ ଆହ୍ବାନ କରୁଛୁ, ସେମାନେ ନିର୍ବାଚନ କରିବା ଦାବିରେ ନିଜ କଲେଜ ହେଉ କିମ୍ବା ବିଶ୍ୱବିଦ୍ୟାଳୟରେ ସମସ୍ୟା ଓ ଦାବି ଲେଖି ପ୍ଲାକାର୍ଡ ଧରି ପ୍ରତିବାଦ କରନ୍ତୁ ବୋଲି ସେ କହିଛନ୍ତି।
ସେପଟେ ଏବିଭିପି ପକ୍ଷରୁ ଶୁକ୍ରବାର ମଧ୍ୟ ରାଜ୍ୟର ବିଭିନ୍ନ ମହାବିଦ୍ୟଳୟ ଓ ବିଶ୍ୱବିଦ୍ୟାଳୟ ଫାଟକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟ ସରକାର ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ଉଚ୍ଚ ଶିକ୍ଷା ବିଭାଗ କ୍ୟାଲେଣ୍ଡରରେ ଯୋଡ଼ିବାକୁ ଦାବି କରାଯାଇଛି। ଏଥିସହ ଏହି ଦାବିରେ ଦସ୍ତଖତ ଅଭିଯାନ ମଧ୍ୟ ଚାଲିଛି। ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଧାମନଗର ମହାବିଦ୍ୟାଳୟ, ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଫୁଲବାଣୀ, ସୟଂଶାସିତ ମହାବିଦ୍ୟାଳୟ ରାଉରକେଲା, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରସ୍ଥିତ ଦେବରାୟ କଲେଜ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ, ଗୋପାଳପୁର କଲେଜ, ବିନାୟକ ଆଚାର୍ଯ୍ୟ କଲେଜ, ରାଇରଙ୍ଗପୁର କଲେଜ, ଡିଡି ବିଶ୍ୱବିଦ୍ୟାଳୟ, ବାରିପଦା କଲେଜ, ମାଣିକେଶରୀ ବିଶ୍ୱବିଦ୍ୟାଳୟ ଆଦି ସହ ଅନ୍ୟ ମହାବିଦ୍ୟାଳୟରେ ମଧ୍ୟ ଦସ୍ତଖତ ଅଭିଯାନ ଓ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଏହି ଅଭିଯାନ ରାଜ୍ୟରେ ଜାରି ରହିବ ବୋଲି ଏବିଭିପି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁଙ୍କ ଶରଣ ପଶିଲେ ଟିମ୍‌ ଇଣ୍ଡିଆର ଖେଳାଳି

ଭୁବନେଶ୍ୱର,୯।୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି।...

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ମୁନିର

ଇସଲାମାବାଦ,୯।୧୨: ପାକିସ୍ତାନ ପ୍ରତିରକ୍ଷା ବାହିନୀର ମୁଖ୍ୟ (CDF), ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର କହିଛନ୍ତି ଯେ ପାକିସ୍ତାନ ଏକ ଶାନ୍ତିପ୍ରିୟ ଦେଶ ଏବଂ କାହାକୁ...

ପ୍ଲାଷ୍ଟିକ-ମୁକ୍ତ ପିକନିକ ଚ୍ୟାଲେଞ୍ଜ୍‌: ଶାଳ ପତ୍ର ବ୍ୟବହାର ପାଇଁ ସଂକଳ୍ପ

ଦାରିଙ୍ଗବାଡି, ୯/୧୨(ଅରୁଣ ସାହୁ):ଓଡିଶାର କଶ୍ମୀର ଦାରିଙ୍ଗବାଡିକୁ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି । ଅଞ୍ଚଳରେ ବହୁଳ ପ୍ଲାଷ୍ଟିକ ବ୍ୟବହାର ପର୍ଯ୍ୟଟନ କ୍ଷେତ୍ରର ପରିବେଶ...

ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାରରେ ତ୍ରୁଟି: ମହିଳାଙ୍କ ଚାଲିଗଲା ଜୀବନ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନରେ ଥିବା ଜାରକାସ୍ଥିତ ଏକ ଘରୋଇ ହସ୍ପିଟାଲରେ ତ୍ରୁଟିଜନିତ ଅସ୍ତ୍ରୋପଚାର ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା...

IPL 2026 Auction: ଅକ୍ସନର ଫାଇନାଲ ଲିଷ୍ଟରେ ବାଜିଲା ମୋହର, ୧୦୦୦ ଖେଳାଳି ଆଉଟ, ଷ୍ଟାର ଖେଳାଳିଙ୍କ ସରପ୍ରାଇଜ ଏଣ୍ଟ୍ରି

ନୂଆଦିଲ୍ଲୀ,୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଡିସେମ୍ବର ୧୬ରେ ଆବୁଧାବିରେ ଏକ ମିନି-ନିଲାମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।...

ୟୁଟ୍ୟୁବରୁ ଶିଖି ୫ ଏକର ଜମି କଲେ ଚାଷ: ଦୁଇମାସରେ…

ଭବାନୀପାଟଣା,୯ା୧୨(ଉତ୍ତମ କୁମାର ଦାଶ):ନେପିଆର୍‌ ଘାସ ଚାଷ କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ସିକେରଗୁଡା ଗାଁର ଅଜିତ ପ୍ରଧାନଙ୍କୁ ସ୍ବାବଲମ୍ବୀ କରିଛି। ଏଥିରେ ସେ ଆତ୍ମ...

ବିବାହ ଭାଙ୍ଗିବା ପରେ ସ୍ମୃତିଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ ସୃଷ୍ଟି କଲା ହଇଚଇ, ଲେଖିଲେ ଏମିତି…

ନୂଆଦିଲ୍ଲୀ,୯।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ଅଛନ୍ତି। ରବିବାର, ସେ ଏକ...

ବିମାନରେ ଗୀତା ପଢିଲେ ରୁଷିଆ ରାଷ୍ଟ୍ରପତି, ବନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିଲେ ବିଶେଷ ଉପହାର

ମସ୍କେ/ନୂଆଦିଲ୍ଲୀ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମ୍ପ୍ରତି ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ଶେଷ କରିଛନ୍ତି। ତାଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri